ଓଡିଶା

odisha

ETV Bharat / sports

ବାରବାଟୀ ଫ୍ଲଡ଼ ଲାଇଟ ବିବାଦ: କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲା ଓସିଏ - OCA REPLIES GOVT SHOW CAUSE

ବାରବାଟୀ ଫ୍ଲଡ଼ ଲାଇଟ ବିବାଦ ପରେ ଚେତିଲା ଓସିଏ, ଏଣିକି ପ୍ରତ୍ୟେକ ଫ୍ଲଡ଼ ଲାଇଟରେ ଲାଗିବ ଦୁଇଟି ଜେନେରେଟର

Barabati floodlight glitches
Barabati floodlight glitches (ETV Bharat Odisha)

By ETV Bharat Odisha Team

Published : Feb 24, 2025, 7:14 AM IST

କଟକ:ବାରବାଟୀ ଫ୍ଲଡ଼ ଲାଇଟ ବନ୍ଦ ବିବାଦ । ରାଜ୍ୟ ସରକାରଙ୍କ କାରଣ ଦର୍ଶାଅ ନୋଟିସର ଜବାବ ରଖିଲା ଓଡିଶା କ୍ରିକେଟ ସଂଘ । ଭୁଲବଶତଃ ଏହି ଅଘଟଣ ଘଟିଥିବା ଉତ୍ତର ରଖିଛି ଓସିଏ ।

Barabati floodlight glitches (ETV Bharat Odisha)

କାରଣ ଦର୍ଶାଅ ନୋଟିସର ଜବାବ ରଖିଲା ଓସିଏ:

ଏନେଇ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି କହିଛନ୍ତି, "ବିସିସିଆଇ ଏହି ଘଟଣା ପରେ କୌଣସି ପ୍ରଶ୍ନ କରିନାହିଁ । ଏପରିକି ଏହାରି ଭିତରେ ବାରବାଟୀରେ ସିସିଏଲ ମ୍ୟାଚ ଅନୁଷ୍ଠିତ ହୋଇଛି । ସେଦିନ ରାତି ୧.୩୦ ପର୍ଯ୍ୟନ୍ତ ଫ୍ଲଡ଼ ଲାଇଟ ଜଳିଲା । କୌଣସି ତ୍ରୁଟି ମଧ୍ୟ ପରିଲକ୍ଷିତ ହୋଇ ନଥିଲା । ସବୁକିଛି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା । ଭାରତ ଇଂଲଣ୍ଡ ମ୍ୟାଚ ସମୟରେ ଯେଉଁ ବିଭ୍ରାଟ ହୋଇଥିଲା ତାହା ଓସିଏର ଏକପ୍ରକାର ଭୁଲ । ଆଗାମୀ ଦିନରେ ଏପରି ଘଟଣା କେବେ ଘଟିବନି । ଏଣିକି ପ୍ରତ୍ୟେକ ଫ୍ଲଡ଼ ଲାଇଟ ପାଇଁ ୨ଟି ଜେନେରେଟର ମୁତୟନ ରହିବ ।"

OCA ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି - OCA NEW PRESIDENT

ବାରବାଟୀ ବିଭ୍ରାଟ; ଓସିଏ ଉପରେ ବର୍ଷିଲେ ରାଜ୍ୟସଭା ସାଂସଦ, 'ପରିବାର ବାଦ ହଟାଇଲେ କ୍ରୀଡାର ହେବ ବିକାଶ'

କାହା ପାଇଁ ବାରବାଟୀ ବଦନାମ ? OCA ଉପରେ ଦାୟିତ୍ୱ ଛାଡି ଖସି ନଯାନ୍ତୁ ସରକାର, ମନ୍ତ୍ରୀଙ୍କ ଉପରେ ଦୋଷ ଲଦିଲା ବିଜେଡି

ଖେଳ ମଝିରେ ଅନ୍ଧକାର ହୋଇଗଲା ଷ୍ଟାଡିୟମ, ଅଧ ଘଣ୍ଟା ଧରି ଖେଳ ବନ୍ଦ

ବାରବାଟୀ ଫ୍ଲଡ଼ ଲାଇଟ ବନ୍ଦ ବିବାଦ:

ଗତ ୯ ତାରିଖରେ ବାରବାଟୀରେ ଅନୁଷ୍ଠିତ ହୋଇଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମୁକାବିଲାରେ ଘଟିଥିଲା ଏକ ବଡ଼ ଅଘଟଣ । ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ ଚାଲିଥିବା ବେଳେ ହଠାତ୍ କ୍ଲକ ଟାୱାର ନିକଟସ୍ଥ ଫ୍ଲଡ଼ ଲାଇଟ ବନ୍ଦ ହୋଇଯାଇଥିଲା । ସେଥିପାଇଁ ପାଖାପାଖି ୩୦ ମିନିଟ ଧରି ଖେଳ ବନ୍ଦ ରହିଥିଲା । । ଯାହାକୁ ନେଇ ଦର୍ଶକ ଓ କ୍ରିକେଟର ବିରକ୍ତ ପ୍ରକାଶ କରିଥିଲେ । ଏହାକୁ ନେଇ ଓସିଏର ପରିଚାଳନା ଉପରେ ପ୍ରଶ୍ନ ଉଠିଥିଲା । ଦେଶ ବିଦେଶରେ ଏନେଇ କଟକ ବାରବାଟୀ ନିନ୍ଦିତ ହୋଇଥିଲା । ଏହାକୁ ନେଇ ରାଜନୀତି ମଧ୍ୟ ତେଜିଥିଲା । ଯାହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଓସିଏକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଯାହାର ଉତ୍ତରରେ ଓସିଏ ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ପ୍ରଦାନ କରିଥିବା କହିଛନ୍ତି ଓସିଏ ସଭାପତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details