ଓଡିଶା

odisha

ETV Bharat / sports

ଶସ୍ତା ହେଲା ଭାରତ-ଇଂଲଣ୍ଡ ମ୍ୟାଚ୍‌ ଟିକେଟ ମୂଲ୍ୟ, ଜାଣନ୍ତୁ କେତେ ! - INDIA ENGLAND ODI MATCH TICKET

ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ ଟିକେଟ୍‌ ଦର ହ୍ରାସ କରିଛି OCA । ଏବେ କମ ମୂଲ୍ୟରେ ମିଳିବ ଟିକେଟ୍ ।

OCA
OCA (ETV Bharat Odisha)

By ETV Bharat Odisha Team

Published : Dec 29, 2024, 9:33 PM IST

କଟକ: ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ୍‌ ଟିକେଟ୍‌ ମୂଲ୍ୟରେ ହ୍ରାସ କରିଛି ଓଡିଶା କ୍ରିକେଟ ଆସୋସିଏସନ୍‌ (OCA)। ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଫେବ୍ରୁୁଆରୀ ୯ ତାରିଖରେ ବାରବାଟୀରେ ଖେଳାଯିବାକୁ ଥିବା ଏହି ବହୁପ୍ରତୀକ୍ଷିତ ଏକଦିବସୀୟ ମ୍ୟାଚର ସୁପରିଚାଳନା ପାଇଁ ଆଜିର ବୈଠକରେ ଆଲୋଚନା ମଧ୍ୟ ହୋଇଛି ।

  • କମିଲା ଟିକେଟ ଦର

ଭାରତ-ଇଂଲଣ୍ଡ ମ୍ୟାଚ୍‌ ପାଇଁ ଟିକେଟ୍‌ ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଏହି ଦିନିକିଆ ମ୍ୟାଚ୍‌ ପାଇଁ ଟିକେଟ ଦର କମିଥିବା ନେଇ ‘ଓସିଏ’ ପକ୍ଷରୁ କୁହାଯାଇଛି । ଗ୍ୟାଲେରୀ-୧ ଓ ୩ ପାଇଁ ଟିକେଟ୍‌ ଦର ପୂର୍ବରୁ ୧୨୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ୧୦୦ ଟଙ୍କା ହ୍ରାସ କରାଯାଇ ୧୧୦୦ ଟଙ୍କା ରଖାଯାଇଛି । ସେହିଭଳି ଗ୍ୟାଲେରୀ-୨ ଓ ୪ ପାଇଁ ପୂର୍ବ ନିର୍ଦ୍ଧାରିତ ୧୦୦୦ ଟଙ୍କା ବଦଳରେ ୯୦୦ ଟଙ୍କା ରଖାଯାଇଛି । ଗ୍ୟାଲେରୀ ନମ୍ବର-୫ ପାଇଁ ପୂର୍ବରୁ ୧୫୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଥିବା ବେଳେ ବର୍ତ୍ତମାନ ତାହା ୧୨୦୦ ଟଙ୍କାକୁ ହ୍ରାସ କରାଯାଇଛି ।

OCA reduced ticket prices (ETV Bhara Odisha)
  • ନ୍ୟୁ-ପ୍ୟାଭିଲୟନ୍‌ ଓ କର୍ପୋରେଟ ବକ୍ସ ଦର ଅପରିବର୍ତ୍ତିତ

ସେହିଭଳି ୭ ନମ୍ବର ଗ୍ୟାଲେରୀ ପାଇଁ ୮୦୦ ପରିବର୍ତ୍ତେ ୭୦୦ ଟଙ୍କା ଓ ସ୍ପେଶାଲ ଏନକ୍ଲୋଜର ପାଇଁ ୭୦୦୦ଟଙ୍କା ବଦଳରେ ୬୦୦୦ ଟଙ୍କା କରାଯାଇଛି । ଏସି ଗ୍ୟାଲେରୀ ବକ୍ସ ପାଇଁ ୯୦୦୦ ଟଙ୍କା ବଦଳରେ ୮୦୦୦ ଟଙ୍କା ସ୍ଥିର କରିଛି ଓଡିଶା କ୍ରିକେଟ ସଂଘ । ପୂର୍ବଭଳି ନ୍ୟୁ-ପ୍ୟାଭିଲୟନ୍‌ ଓ କର୍ପୋରେଟ ବକ୍ସ ଦର ୧୦ ହଜାର ଟଙ୍କା ଓ ୨୦ ହଜାର ଟଙ୍କା ସହ ଅପରିବର୍ତ୍ତିତ ରହିଛି ।

ଏହାବ୍ୟତୀତ ଷ୍ଟାଡିୟମ ରଙ୍ଗ କାର୍ଯ୍ୟ, ପରିମଳ, ବିଦ୍ୟୁତ ଯୋଗାଣ ସମ୍ପର୍କରେ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇଛି । ଆଗାମୀ ଦିନରେ ସରକାରଙ୍କୁ ଏହି ମ୍ୟାଚର ସୁପରିଚାଳନା ନେଇ ଆଲୋଚନା କରାଯିବ । ଏହାପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମର ସହାୟତାରେ ମ୍ୟାଚକୁ ଅନୁଷ୍ଠିତ କରାଯିବ ବୋଲି ‘ଓସିଏ’ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ...

OCAରୁ ବବି ଦାସ ଆଉଟ୍‌, ସଭାପତି ପଦରୁ ଦେଲେ ଇସ୍ତଫା

ବିବାଦରେ ଛନ୍ଦିହେଲା OCA, ସିନିୟର କ୍ରିକେଟର ଆଣିଲେ ଚୟନ ଅନିୟମିତତା ଅଭିଯୋଗ

INDIA-ENGLAND ODI: ବାରବାଟୀ ଫାଇଟ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ କଲା OCA

କିଛି ଦିନ ପୂର୍ବରୁ ଭୁବନେଶ୍ୱରରେ ଏହି ମ୍ୟାଚ ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକ ବସିଥିଲା । କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମସ୍ତ ବିଭାଗୀୟ ଅଧିକାରୀଙ୍କ ସମେତ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ସେଠାରେ ଟିକେଟ୍‌ ଦର କମିବା ନେଇ ଆଲୋଚନା ହୋଇଥିଲା ଓ ଆଜି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରଯାଇଛି ।

ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି," ଓ୍ବାନ-ଡେ ଇଣ୍ଟରନ୍ୟାସନାଲ ମ୍ୟାଚ ପାଇଁ ସ୍ବତନ୍ତ୍ର ବାର୍ଷିକ ସାଧାରଣ ପରିଷଦ ଡକାଯାଇଥିଲା । ଟିକେଟ୍‌ ଦର କମାଇବା ପାଇଁ କ୍ରୀଡାମନ୍ତ୍ରୀ ପୂର୍ବରୁ ଓସିଏକୁ ଅନୁରୋଧ କରିଥିବା ବେଳେ ସେ ବିଷୟରେ ଆଲୋଚନା ହୋଇଥିଲା । ନୂଆ ଦରରେ ଟିକେଟ ଦର୍ଶକଙ୍କୁ ବିକ୍ରି କରାଯିବ ।"

ସିଟ୍ ପୂର୍ବ ଦର ବର୍ତ୍ତମାନ ଦର
୧ ଓ ୩ ନଂ ଗ୍ୟାଲେରୀ ୧୨୦୦ ଟଙ୍କା ୧୧୦୦ ଟଙ୍କା
୨ ଓ ୪ ନଂ ଗ୍ୟାଲେରୀ ୧୦୦୦ ଟଙ୍କା ୯୦୦ ଟଙ୍କା
୫ ନଂ ଗ୍ୟାଲେରୀ ୧୫୦୦ ଟଙ୍କା ୧୨୦୦ ଟଙ୍କା
୭ ନଂ ଗ୍ୟାଲେରୀ ୮୦୦ ଟଙ୍କା ୭୦୦ଟଙ୍କା
ସ୍ପେଶାଲ ଏନକ୍ଲୋଜର ୭୦୦୦ଟଙ୍କା ୬୦୦୦ ଟଙ୍କା
ଏସି ଗ୍ୟାଲେରୀ ବକ୍ସ ୯୦୦୦ ଟଙ୍କା ୮୦୦୦ ଟଙ୍କା
ନ୍ୟୁ ପ୍ୟାଭିଲୟନ ୧୦,୦୦୦ ଟଙ୍କା ୧୦,୦୦୦ ଟଙ୍କା
କର୍ପୋରେଟ ବକ୍ସ ୨୦,୦୦୦ ଟଙ୍କା ୨୦,୦୦୦ ଟଙ୍କା

ଇଟିଭି ଭାରତ, କଟକ

ABOUT THE AUTHOR

...view details