ଓଡିଶା

odisha

ETV Bharat / sports

ସଚିନ କି କୋହଲି ନୁହଁନ୍ତି, ଏହି ଭାରତୀୟ କ୍ରିକେଟର ହେଉଛନ୍ତି ବିଶ୍ବର ସବୁଠାରୁ ଧନୀ କ୍ରିକେଟର - Richest Cricketer in The World - RICHEST CRICKETER IN THE WORLD

Richest Cricketer in The World : ବିଶ୍ବର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ହେଉଛି ବିସିସିଆଇ । ସବୁଠାରୁ ଅଧିକ ଦରମା ପାଉଛନ୍ତି ଭାରତୀୟ କ୍ରିକେଟର । ତେବେ ସବୁଠାରୁ ଧନୀ କ୍ରିକେଟର କିଏ ଜାଣନ୍ତି ? ବିରାଟ, ସଚିନ, ଧୋନୀ କି ରୋହିତ ନହଁନ୍ତି, ବରଂ ଅନ୍ୟ ଜଣେ ଯୁବ ଭାରତୀୟ କ୍ରିକେଟର ହେଉଛନ୍ତି ବିଶ୍ବର ସବୁଠାରୁ ଧନୀ କ୍ରିକେଟର । ଜାଣନ୍ତୁ କିଏ,

Richest Cricketer in The World
Richest Cricketer in The World (ETV Bharat Odisha)

By ETV Bharat Sports Team

Published : Aug 31, 2024, 3:32 PM IST

ହାଇଦ୍ରାବାଦ : ଦିନକୁ ଦିନ ବଢ଼ୁଛି କ୍ରିକେଟ୍‌ର କ୍ରେଜ । ଯେତିକି ବେଗରେ କ୍ରିକେଟରମାନଙ୍କ ଫ୍ୟାନ ଫଲୋଇଂ ବଢ଼ୁଛି, ସେହି ଅନୁସାରେ ସେମାନଙ୍କ ବ୍ରାଣ୍ଡ ଭାଲ୍ୟୁ ଓ ରୋଜଗାର ମଧ୍ୟ ବଢ଼ୁଛି । ପୂର୍ବରୁ ଯଦିଓ କ୍ରିକେଟ ଖେଳାଳିଙ୍କ ରୋଜଗାର ଆଖିଦୃଶିଆ ନଥିଲା, ହେଲେ ଏବେ ଦିନକୁ ଦିନ ପ୍ରାୟ ସମସ୍ତ କ୍ରିକେଟର କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । କ୍ରିକେଟରୁ ଅବସର ନେବା ପରେ ବି କ୍ରିକେଟରଙ୍କ ରୋଜଗାର କିନ୍ତୁ କମ ହେଉନାହିଁ । ବିଶେଷ କରି ଭାରତୀୟ କ୍ରିକେଟରମାନେ ବିଦେଶୀ କ୍ରିକେଟରଙ୍କ ଅପେକ୍ଷା ଢେର ଅଧିକା ରୋଜଗାର କରୁଛନ୍ତି । ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲିଙ୍କ ପର୍ଯ୍ୟନ୍ତ କ୍ରିକେଟର ହଜାର ହଜାର କୋଟି ଟଙ୍କାର ମାଲିକ । ତେବେ ଭାରତରେ କେଉଁ କ୍ରିକେଟର ସବୁଠାରୁ ବେଶୀ ଧନୀ, ଆପଣ ଜାଣିଛନ୍ତି କି ? ଏଠାରେ ପଢ଼ନ୍ତୁ,

କିଏ ସବୁଠାରୁ ଧନୀ କ୍ରିକେଟର ? :-

ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ)କୁ ବିଶ୍ବର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ବୋଲି କୁହାଯାଏ । ଭାରତୀୟ କ୍ରିକେଟରଙ୍କୁ ବିସିସିଆଇ ମ୍ୟାଚ୍‌ ପିଛା ବିପୁଳ ଅର୍ଥ ପ୍ରଦାନ କରୁଛି, ଯାହା କୌଣସି ବିଦେଶୀ କ୍ରିକେଟ ବୋର୍ଡ ତୁଳନାରେ ଯଥେଷ୍ଟ ଅଧିକ । ତେବେ ଆପଣ ଜାଣନ୍ତି କି ଭାରତରେ କେଉଁ କ୍ରିକେଟର ସବୁଠାରୁ ବଡ଼ ଧନୀ ? ଅଧିକା ରୋଗଗାର କରୁଥିବା କ୍ରିକେଟର ପ୍ରଶ୍ନ ଶୁଣିଲେ ଆପଣଙ୍କ ମନକୁ ଆସୁଥିବ ସଚିନ ତେନ୍ଦୁଲକର, ଏମ୍‌ଏସ୍‌ ଧୋନୀ, ରୋହିତ ଶର୍ମା କିମ୍ବା ବିରାଟ କୋହଲିଙ୍କ ନାଁ । ହେଲେ ନାଁ, ଏମାନଙ୍କ ମଧ୍ୟରୁ କେହି ସବୁଠାରୁ ଧନୀ କ୍ରିକେଟର ନୁହଁନ୍ତି । ବାସ୍ତବରେ ସବୁଠାରୁ ଧନୀ ଭାରତୀୟ କ୍ରିକେଟର ହେଉଛନ୍ତି ଆର୍ଯ୍ୟମାନ ବିର୍ଲା । ଯାହାଙ୍କୁ କେବଳ ଭାରତ ନୁହେଁ, ବିଶ୍ବର ଧନୀ କ୍ରିକେଟର କହିଲେ ମଧ୍ୟ ହୁଏତ ଭୁଲ ହେବ ନାହିଁ । କାରଣ ମିଡିଆ ରିପୋର୍ଟ ଅନୁସାରେ ଆର୍ଯ୍ୟମାନ ପ୍ରାୟ 70 ହଜାର କୋଟି ଟଙ୍କାର ମାଲିକ ।

ମାତ୍ର 22 ବର୍ଷ ବୟସରେ ନେଇଛନ୍ତି କ୍ରିକେଟରୁ ବ୍ରେକ :-

ଆମେ କହୁଛୁ ଭାରତର ଆଗ ଧାଡ଼ିର ବ୍ୟବସାୟୀ କୁମାର ମଙ୍ଗଲମ ବିର୍ଲାଙ୍କ ପୁଅ ଆର୍ଯ୍ୟମାନ ବିର୍ଲାଙ୍କ ବିଷୟରେ । କୁମାର ମଙ୍ଗଲମ ବିର୍ଲା ଭାରତର ଧନୀ ବ୍ୟବସାୟୀମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ପୁଅ ଆର୍ଯ୍ୟମାନ ଏତେ ବଡ଼ ବ୍ୟବସାୟ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ କ୍ରିକେଟ ପ୍ରତି ପିଲାଟି ବେଳୁ ତାଙ୍କର ବହୁତ ରୁଚି ଥିଲା । କଠିନ ପରିଶ୍ରମ କରି ସେ ଘରୋଇ କ୍ରିକେଟରେ ବେଶ ସଫଳତା ସାଉଁଟିଥିଲେ । ମଧ୍ୟପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳିଥିବା ଆର୍ଯ୍ୟମାନ ବିର୍ଲା 2019 ପରେ ହଠାତ କ୍ରିକେଟରୁ ବିରତି ନେଇଯାଇଥିଲେ । ଆଉ ପଡ଼ିଆକୁ ଫେରିନଥିଲେ ଆର୍ଯ୍ୟମାନ । ମାତ୍ର 22 ବର୍ଷ ବୟସରେ ସେ ଏହି ବିରତି ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କୋହଲିଙ୍କ ଗୋଟିଏ ଘଣ୍ଟାର ମୂଲ୍ୟ 5 କୋଟି ! ପିନ୍ଧୁଛନ୍ତି 10 ସବୁଠାରୁ ମହଙ୍ଗା ଘଡ଼ି - Virat Kohli Expensive Watches

ଆର୍ଯ୍ୟମାନ ବିର୍ଲାଙ୍କ କ୍ରିକେଟ କ୍ୟାରିୟର :-

ଆର୍ଯ୍ୟମାନ ବିର୍ଲା 25 ନଭେମ୍ବର 2017ରେ ରଣଜୀ ଟ୍ରଫି ଜରିଆରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ମଧ୍ୟପ୍ରଦେଶ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ଡେବ୍ୟୁ କରିଥିଲେ । ନଭେମ୍ବର 2018ରେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ନିଜର ପ୍ରଥମ ଶତକ ହାସଲ କରିଥିଲେ । ଆଇପିଏଲ୍‌ 2018 ପୂର୍ବରୁ ହୋଇଥିବା ଅକ୍ସନରେ ରାଜସ୍ଥାନ ରୟାଲ୍ସ ଆର୍ଯ୍ୟମାନଙ୍କୁ ନିଜ ଦଳରେ ସାମିଲ କରିଥିଲା । ହେଲେ ତାଙ୍କୁ ଆଇପିଏଲ୍‌ରେ ଖେଳିବାକୁ କୌଣସି ସୁଯୋଗ ମିଳିନଥିଲା । ଏହାପରେ 2019ରେ ସେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦର୍ଶାଇ କ୍ରିକେଟରୁ ବିରତି ନେଇଯାଇଥିଲେ । ଏହାପରେ 2020 ଆଇପିଏଲ୍‌ ଅକ୍ସନ ପୂର୍ବରୁ ତାଙ୍କୁ ରିଲିଜ କରିଥିଲା ରାଜସ୍ଥାନ ରୟାଲ୍ସ ।

ଏହା ମଧ୍ୟ ପଢ଼ନ୍ତୁ...ଚାମ୍ପିୟନ୍ସ ଟ୍ରଫିର ଭବିଷ୍ୟତ କ'ଣ ? ପାକିସ୍ତାନ ହାତରୁ ଆୟୋଜନ ଅଧିକାର ଛଡ଼ାଇ ଆଣିବେ ଜୟ ଶାହ ! ନା ସୁଧୁରିବ ସମ୍ପର୍କ ? - Champions Trophy 2025

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details