ଓଡିଶା

odisha

ETV Bharat / sports

ଗୁକେଶ-ମନୁ ଭାକର ସମେତ ୪ ଜଣଙ୍କୁ ଖେଳରତ୍ନ, ୩୨ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର - NATIONAL SPORTS AWARDS 2024

୪ କ୍ରୀଡ଼ାବିତଙ୍କୁ 'ମେଜର ଧ୍ୟାନଚାନ୍ଦ ଖେଳରତ୍ନ' ସମ୍ମାନରେ ସମ୍ମାନିତ କଲେ ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ । ୩୨ ଜଣଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ ।

Etv Bharat
Etv Bharat ((President of India X handle))

By ETV Bharat Odisha Team

Published : Jan 17, 2025, 4:21 PM IST

Updated : Jan 17, 2025, 5:31 PM IST

ନୂଆଦିଲ୍ଲୀ:2024ରେ କ୍ରୀଡା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ଵ ଚେସ୍ ଚମ୍ପିଆନ୍‌ ଡି.ଗୁକେଶ, ଅଲିମ୍ପିକ୍ସ ଶୁଟର ମନୁ ଭାକର, ହକି ଖେଳାଳି ହରମନପ୍ରୀତ ସିଂ ଓ ପାରା-ଆଥଲେଟ୍ ପ୍ରବୀଣ କୁମାରଙ୍କୁ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ-୨୦୨୪’ରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ସେହିପରି 32 ଜଣଙ୍କୁ ଅର୍ଜୁନ ପୁରସ୍କାର ଓ 2 ଜଣଙ୍କୁ ଅର୍ଜୁନ ପୁରସ୍କାର (ଲାଇଫ ଟାଇମ୍‌ ବର୍ଗରେ), 3 ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ଆୱାର୍ଡ, 2 ଜଣଙ୍କୁଦ୍ରୋଣାଚାର୍ଯ୍ୟ ଆୱାର୍ଡ (ଲାଇଫ ଟାଇମ୍‌ ବର୍ଗରେ) ପ୍ରଦାନ କରାଯାଇଛି । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରତିବର୍ଷ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଆସୁଛି ।

4 ଜଣଙ୍କୁ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ':

ବିଶ୍ଵ ଚେସ୍ ଚମ୍ପିଆନ୍‌ ଡି.ଗୁକେଶଙ୍କ ସଫଳତା:

• 2024ରେ ସିଙ୍ଗାପୁରରେ ଅନୁଷ୍ଠିତ FIDE ବିଶ୍ୱ ଚେସ୍ (କ୍ଲାସିକାଲ୍) ଚମ୍ପିଆନସିପରେ ସ୍ୱର୍ଣ୍ଣ ପଦକ।

• 2024ରେ ବୁଦାପେଷ୍ଟରେ ଅନୁଷ୍ଠିତ FIDE 45ତମ ଚେସ୍ ଅଲିମ୍ପିଆଡ୍ (ଓପନ୍ ଟିମ୍)ରେ ସ୍ୱର୍ଣ୍ଣ ପଦକ।

• 2024ରେ ବୁଦାପେଷ୍ଟରେ ଅନୁଷ୍ଠିତ FIDE 45ତମ ଚେସ୍ ଅଲିମ୍ପିଆଡ୍ (ବ୍ୟକ୍ତିଗତ)ରେ ସ୍ୱର୍ଣ୍ଣ ପଦକ।

ଶୁଟର ମନୁ ଭାକର

• 2024ରେ ପ୍ୟାରିସ ଅଲିମ୍ପିକ୍ସରେ ମହିଳା 10 ମିଟର ଏୟାର ପିସ୍ତଲରେ କାଂସ୍ୟ ପଦକ ।

• 2024 ଅଲିମ୍ପିକ୍ସରେ ମିଶ୍ରିତ ଦଳ 10 ମିଟର ଏୟାର ପିସ୍ତଲରେ କାଂସ୍ୟ ପଦକ ।

ଏହା ମଧ୍ୟ ପଢନ୍ତୁ-ଚାମ୍ପିଅନ୍ସ ଟ୍ରଫି: ପାକିସ୍ତାନରେ ଟିକେଟ ଦର ଭାରତର ୧ କେଜି ପନିର ମୂଲ୍ୟଠୁ କମ୍ - CHAMPIONS TROPHY TICKET PRICES

ଏହା ମଧ୍ୟ ପଢନ୍ତୁ-ଚାମ୍ପିଅନ୍ସ ଟ୍ରଫିରେ ଟପ୍ ଟେନ ରନ ସ୍କୋରିଂ ବ୍ୟାଟ୍ସମ୍ୟାନ, ଭାରତରୁ ୩ ବ୍ୟାଟର - CHAMPIONS TROPHY MOST RUNS

ହକି ଖେଳାଳି ହରମନପ୍ରୀତ ସିଂ

• ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଗେମ୍ସ (ପୁରୁଷ ହକି ଦଳ)ରେ ବ୍ରୋଞ୍ଜ ପଦକ।

• ୨୦୨୧ ଜାପାନର ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍ସ (ପୁରୁଷ ହକି ଦଳ)ରେ ବ୍ରୋଞ୍ଜ ପଦକ।

• ୨୦୨୩ ୧୯ତମ ଏସୀୟ ଗେମ୍ସ (ପୁରୁଷ ହକି ଦଳ)ରେ ସ୍ୱର୍ଣ୍ଣ ପଦକ।

ପାରା-ଆଥଲେଟ୍ ପ୍ରବୀଣ କୁମାର:

• 2024 ପାରାଅଲିମ୍ପିକ୍ ଗେମ୍ସ (ପୁରୁଷଙ୍କ ହାଇ ଜମ୍ପ T64)ରେ ସ୍ୱର୍ଣ୍ଣ ପଦକ।

• ୨୦୨୧ରେ ଟୋକିଓ ପାରାଅଲିମ୍ପିକ୍ ଗେମ୍ସ (ପୁରୁଷଙ୍କ ହାଇ ଜମ୍ପ T64)ରେ ରୌପ୍ୟ ପଦକ।

• ୨୦୨୩ ଚତୁର୍ଥ ଏସୀୟ ପାରା ଗେମ୍ସ (ପୁରୁଷଙ୍କ ହାଇ ଜମ୍ପ T64)ରେ ସ୍ୱର୍ଣ୍ଣ ପଦକ।

32 ଜଣଙ୍କୁ ଅର୍ଜୁନ ପୁରସ୍କାର:

କ୍ରୀଡାରେ ଉନ୍ନତ ପ୍ରଦର୍ଶନ ପାଇଁ ଏଥର 32 ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ 17 ଜଣ ପାରା ଆଥଲେଟ୍ ରହିଛନ୍ତି। ଅର୍ଜୁନ ପୁରସ୍କାର ପାଇଥିବା ଖେଳାଳିମାନଙ୍କ ମଧ୍ୟରେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା କୁସ୍ତିଯୋଦ୍ଧା ଅମନ ସେରାୱତ , ସୁଟର ସ୍ୱପ୍ନିଲ କୁସାଲେ, ସରବଜୋତ ସିଂହ ରହିଛନ୍ତି । ଅନ୍ୟ ଖେଳାଲି ହେଉଛନ୍ତି...

ଜ୍ୟୋତି ୟାରାଜୀ ( ଆଥଲେଟିକ୍ସ), ଅନ୍ନୁ ରାନି (ଆଥଲେଟିକ୍ସ), ନିତୁ ଘାଙ୍ଗସ୍ (ବକ୍ସିଂ), ସ୍ବିଇଟି ବୋରା (ବକ୍ସିଂ), ବନ୍ତିକା ଭାଣ୍ଟିକା ଅଗ୍ରୱାଲ୍ (ଚେସ୍ ), ସାଲିମା ଟେଟେ (ହକି ), ଅଭିଷେକ (ହକି), ସଞ୍ଜୟ (ହକି), ଜରମନପ୍ରୀତ ସିଂ (ହକି), ସୁଖଜିତ ସିଂ (ହକି), ରାକେଶ କୁମାର (ପାରା-ତୀରନ୍ଦାଜ), ପ୍ରୀତି ପାଲ୍ (ପାରା-ଆଥଲେଟିକ୍ସ) ଜୀବାଞ୍ଜୀ ଦୀପ୍ତି (ପାରା-ଆଥଲେଟିକ୍ସ ), ଅଜିତ ସିଂ - (ପାରା-ଆଥଲେଟିକ୍ସ ), ସଚିନ୍ ସରଜେରାଓ ଖିଲାରୀ (ପାରା-ଆଥଲେଟିକ୍ସ ), ଧରମବୀର ( ପାରା-ଆଥଲେଟିକ୍ସ ), ପ୍ରଣବ ସୋର୍ମା (ପାରା-ଆଥଲେଟିକ୍ସ ), ହୋକାଟୋ ହୋଟୋଜେ ସେମା (ପାରା-ଆଥଲେଟିକ୍ସ), ସିମରନ୍ ଶର୍ମା (ପାରା-ଆଥଲେଟିକ୍ସ), ନବଦୀପ ସିଂ ( ପାରା-ଆଥଲେଟିକ୍ସ), ନୀତେଶ କୁମାର (ପାରା-ବ୍ୟାଡମିଣ୍ଟନ୍), ଥୁଲାସିମାଥୀ ମୁରୁଗେସାନ୍ (ପାରା-ବ୍ୟାଡମିଣ୍ଟନ୍), ନିତ୍ୟା ଶ୍ରୀ ସିବାନ୍ (ପାରା-ବ୍ୟାଡମିଣ୍ଟନ୍), ମନୀଷା ରାମାଦାସ (ପାରା-ବ୍ୟାଡମିଣ୍ଟନ୍ ), କପିଲ ପରମାର (ପାରା-ଜୁଡୋ), ମୋନା ଅଗ୍ରୱାଲ ( ପାରା-ସୁଟିଙ୍ଗ୍ ), ରୁବିନା ଫ୍ରାନ୍ସିସ୍ (ପାରା-ସୁଟିଙ୍ଗ୍ ), ଅଭୟ ସିଂ ( ସ୍କ୍ୱାସ୍), ସାଜନ ପ୍ରକାଶ - (ସ୍ବିମିଂ) ।

ଅର୍ଜୁନ ପୁରସ୍କାର (ଲାଇଫ ଟାଇମ୍‌ ବର୍ଗରେ)

ସୁଚା ସିଂହ (ଆଥଲେଟିକ୍ସ)

ମୁରଲିକାନ୍ତ ପେଟାକର (ପାରା ସ୍ବିମିଂ)

ଦ୍ରୋଣାଚାର୍ଯ୍ୟ ପୁରସ୍କାର (ରେଗୁଲାର ବର୍ଗ)

ସୁଭାଷ ରଣା (ପାରା ସୁଟିଂ)

ଦୀପାଲି ଦେଶପାଣ୍ଡେ (ସୁଟିଂ)

ସନ୍ଦୀପ (ହକି)

(ଲାଇଫ ଟାଇମ୍‌ ବର୍ଗରେ)

ଏସ ମୁରଲି ଧରନ (ବ୍ୟାଡମିଣ୍ଟନ)

ଅରମାନଡୋ କୋଲାକୋ (ଫୁଟବଲ)

Last Updated : Jan 17, 2025, 5:31 PM IST

ABOUT THE AUTHOR

...view details