ମୁମ୍ବାଇ:ଏମିତିବି ଆସେ ମୃତ୍ୟୁ । ଭାରତ ପାକିସ୍ତାନ ମ୍ୟାଚ ଦେଖିବାକୁ ଯାଇ ଆମେରିକାରେ ଚାଲିଗଲା ଜୀବନ । ମ୍ୟାଚ୍ ଦେଖିବା ପରେ ହୃଦଘାତ ଆସିବାରୁ ମୁମ୍ବାଇ କ୍ରିକେଟ ଆସୋସିଏସନର ସଭାପତି ଅମୋଲ କାଲେଙ୍କ ମୃତ୍ୟୁ ହୋଇଛି । ନ୍ୟୁୟର୍କରେ ତାଙ୍କର ଦେହାନ୍ତ ହୋଇଥିଲା । ଏମ୍ସିଏ ନର୍ବାଚନରେ ପୂର୍ବତନ ଭାରତୀୟ କ୍ରିକେଟର ସନ୍ଦୀପ ପାଟିଲଙ୍କୁ ପରାସ୍ତ କରିବା ପରେ ସେ ମୁମ୍ବାଇ କ୍ରିକେଟ୍ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 47 ବର୍ଷ ହୋଇଥିଲା ।
ଆମେରିକାର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ରବିବାର ଭାରତ-ପାକିସ୍ତାନ ମ୍ୟାଚ ଖେଳାଯାଇଥିଲା । ଏହି ରୋମାଞ୍ଚକର ମୁକାବିଲା ଦେଖିବାକୁ ଅମୋଲ କାଲେ, ଏମ୍ସିଏ ସମ୍ପାଦକ ଆଜିଙ୍କ୍ୟ ନାଏକ ଓ ଆପେକ୍ସ କାଉନସିଲ ସଦ୍ୟ ସୁରଜ ଷ୍ଟାଡିୟମକୁ ଆସିଥିଲେ । ସମସ୍ତ ଏକାଠି ବସି ମ୍ୟାଚ ଦେଖିଥିଲେ । ମ୍ୟାଚ ସରିବା ପରେ ହୋଟେଲ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଅମୋଲଙ୍କ ଛାତିରେ ହଠାତ ଯନ୍ତ୍ରଣା ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ ।