ହାଇଦ୍ରାବାଦ:ଚଳିତ ଆଇପିଏଲର 13 ତମ ମୁକାବିଲାରେ ମାହି ମାହି ନାମରେ କମ୍ପିଲା ଷ୍ଟାଡିୟମ । ଚେନ୍ନାଇ ପକ୍ଷରୁ 8 ନମ୍ବରରେ ବ୍ୟାଟିଂ କରିବାକୁ ଆସି ପୁଣି ଦର୍ଶକଙ୍କ ହୃଦୟ ଜିତିଥିଲେ ଧୋନି । ଆସିବା କ୍ଷଣି ହିଁ ଷ୍ଟାଡିୟମରେ ଛକା ଚୌକାର ବର୍ଷା କଲେ । ଦର୍ଶକ ଯାହା ଆଶା ରଖିଥିଲେ ତାହା କରି ଦେଖାଇଲେ ଏମଏସଡି । ଅନ୍ତିମ ଓଭରରେ 2ଟି ଛକା ଓ 2ଟି ଚୌକା ମାରି 20 ରନ ସଂଗ୍ରହ କରିଥିଲେ । ଧୋନିଙ୍କ ବ୍ୟାଟିଂ ଦେଖିବାକୁ ଯେମିତି ଚାତକ ପରି ଚାହିଁ ରହିଥିଲେ ଦର୍ଶକ । ଦିଲ୍ଲୀ ମ୍ୟାଚ ଜିତିଛି ତ କିନ୍ତୁ ଧୋନିଙ୍କ ଟିମ ହାରିବା ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ଏହି ମ୍ୟାଚ ପରେ ମାହିଙ୍କ ନାମରେ ଆଉ ଏକ ନୂଆ ରେକର୍ଡ ଯୋଡି ହୋଇଯାଇଛି ।
ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ବୋଲରଙ୍କ ଜାଲରେ ଫସିଲେ ଚେନ୍ନାଇ ବ୍ୟାଟର, ଋଷଭ ବାହିନୀର ପ୍ରଥମ ବିଜୟ - IPL 2024
ଟି 20 ଫର୍ମାଟରେ ପ୍ରଥମ ଓ୍ବିକେଟ କିପର ଭାବେ ସେ 300 ଓ୍ବିକେଟ ନେବାରେ ସଫଳତା ପାଇଛନ୍ତି । 213ଟି କ୍ୟାଚ୍ ଏବଂ 87 ଷ୍ଟମ୍ପିଂ ଓ୍ବିକେଟ ନେଇଛନ୍ତି । ଦିଲ୍ଲୀ ଟିମର ପୃଥ୍ବୀ ଶଙ୍କ କ୍ୟାଚ ନେବା ପରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ ସେ । ଏହି ରେକର୍ଡ ହାସଲ କରିବାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ପାକିସ୍ତାନର ପୂର୍ବତନ ଓ୍ବିକେଟ କିପର ଓ ତୃତୀୟ ସ୍ଥାନରେ ରହିଛନ୍ତି ଆରସିବିର ଦିନେଶ କାର୍ତ୍ତିକଙ୍କ ନାମ । ସେହିପରି ଏଲଏସଜିର କ୍ବିଣ୍ଟନ ଡି କକ ଚତୁର୍ଥ ଓ ରାଜସ୍ଥାନ ରୟାଲ୍ସର ଜୋସ ବଟଲର ପଞ୍ଚମ ସ୍ଥାନରେ ରହିଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 16 ବଲରେ 37 ରନ କରିଥଲେ ଧୋନି । ଚଳିତ ସିଜିନରେ ପ୍ରଥମ ଥର ପାଇଁ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ସେ । 42 ବର୍ଷ ବୟସରେ ବି ପୁରା ଫିଟ ଅଛନ୍ତି ଧୋନି । ଯାହା ଗତକାଲିର ମ୍ୟାଚରେ ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ-IPLର ଦିନକ ପୂର୍ବରୁ ବଦଳିଲେ CSK ଅଧିନାୟକ, ପଦ ଛାଡି଼ଲେ ଧୋନି - MS Dhoni Steps Down AS CSK Captain
ବିଶାଖାପାଟନମର ACA–VDCA କ୍ରିକେଟ ଷ୍ଟାଡିୟମରେ ଗତ ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ । 20 ଓଭରରେ ଦଳ 5 ଓ୍ବିକେଟ ହରାଇ 191 ରନ କରିଥିଲା । ଜବାବରେ 20 ଓଭରରେ 6 ଓ୍ବିକେଟ ହରାଇ 171 ରନ କରିଥିଲା ସିଏସକେ । ଚଳିତ ସିଜିନରେ ଏହା ଚେନ୍ନାଇର ପ୍ରଥମ ପରାଜୟ ।