ଓଡିଶା

odisha

ETV Bharat / sports

ମହମ୍ମଦ ଶାମିଙ୍କ ଗୋଇଠିର ସଫଳ ଅସ୍ତ୍ରୋପଚାର - ମହମ୍ମଦ ଶାମି

Mohammed Shami Undergoes Successful Heel Surgery: ମହମ୍ମଦ ଶାମିଙ୍କ ଗୋଇଠିର ସଫଳ ଅସ୍ତ୍ରୋପଚାର ହୋଇଛି । ଏକ୍ସରେ ଟ୍ବିଟ୍ କରି ନିଜେ ସୂଚନା ଦେଇଛନ୍ତି ଶାମି । ଅଧିକ ପଢନ୍ତୁ

ମହମ୍ମଦ ଶାମି
Mohammed Shami

By ETV Bharat Odisha Team

Published : Feb 27, 2024, 9:03 AM IST

Updated : Feb 27, 2024, 9:12 AM IST

ନୂଆଦିଲ୍ଲୀ:ଭାରତୀୟ ପେସ ବୋଲର ମହମ୍ମଦ ଶାମିଙ୍କ ଗୋଇଠିର ସଫଳ ଅସ୍ତ୍ରୋପଚାର ହୋଇଛି । ବ୍ରିଟେନର ଏକ ହସ୍ପିଟାଲରେ ଅସ୍ତ୍ରୋପଚାର ହୋଇଥିବା ବେଳେ ଫିଟ୍ ହେବା ପାଇଁ ତାଙ୍କୁ ଆହୁରି ସମୟ ଲାଗିବ । ଏନେଇ ଏକ୍ସରେ ଟ୍ବିଟ୍ କରି ନିଜେ ସୂଚନା ଦେଇଛନ୍ତି ଶାମି । ମହମ୍ମଦ ଶାମି ଟ୍ୱିଟ୍ କରିଛନ୍ତି, "ମୋର ବାମ ଗୋଡ ଗୋଇଠି ଅପରେସନ ହୋଇଛି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ସମୟ ଲାଗିବ, କିନ୍ତୁ ମୋ ପାଦରେ ପୁଣିଥରେ ଛିଡା ହେବାକୁ ଅପେକ୍ଷା କରିଛି ।" ବର୍ତ୍ତମାନ ଶାମି ହସ୍ପିଟାଲରେ ଥିବା ବେଳେ 4ଟି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଗୁଜୁରାଟ ଟାଇଟନ୍ସକୁ ଝଟକା, ଆଇପିଏଲରୁ ବାଦ ପଡ଼ିଲେ ଷ୍ଟାର ବୋଲର ସାମି

ଗୋଇଠିରେ ଆଘାତ ହେତୁ ଚଳିତ ବର୍ଷ ଭାରତର ଲୋକପ୍ରିୟ ଟି-20 ଟୁର୍ଣ୍ଣାମେଣ୍ଟ ଆଇପିଏଲ ଖେଳିବେ ନାହିଁ ମହମ୍ମଦ ଶାମି । ଫଳରେ ଗୁଜୁରାଟ ଟାଇଟନ୍ସକୁ ଝଟକା ଲାଗିଛି । ଆଘାତ ହେତୁ ବିଶ୍ବକପ ପରଠାରୁ କୌଣସି ମ୍ୟାଚ ଖେଳିନାହାନ୍ତି ଶାମି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରଜ ମଧ୍ୟ ଖେଳିନାହାନ୍ତି । ବର୍ତ୍ତମାନ ଗୋଇଠିର ସଫଳ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ହେବାକୁ ତାଙ୍କୁ ଆହୁରି ସମୟ ଲାଗିବ । ତେଣୁ ସେ ଆଇପିଏଲ ଖେଳିବେ ନାହିଁ ।

ବିଶ୍ବକପ 2023ରେ ଶାମିଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା । 7ଟି ମ୍ୟାଚ ଖେଳି 24ଟି ୱିକେଟ୍‌ ନେଇ ପୂରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ଟେକର୍ ପାଲଟିଥିଲେ । ଏପରିକି ସେମିଫାଇନାଲ୍‌ରେ 7ଟି ୱିକେଟ୍‌ ଦଖଲ କରି ଦଳକୁ ଫାଇନାଲ୍‌ରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ବିଶ୍ବକପ୍‌ରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ପାଇଁ ଶାମିଙ୍କୁ ନିକଟରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- କ୍ରିକେଟର ଶାମିଙ୍କୁ ଅର୍ଜୁନ ପୁରସ୍କାର, ସମ୍ମାନିତ କଲେ ରାଷ୍ଟ୍ରପତି ମୁର୍ମୁ

ଆଇପିଏଲରେ ମଧ୍ୟ ତାଙ୍କର ଘାତକ ବୋଲିଂ ଦେଖିବାକୁ ଅପେକ୍ଷା କରିଥିଲେ ପ୍ରଶଂସକ । କିନ୍ତୁ ଆଘାତ ଯୋଗୁଁ ସେ ଆଇପିଏଲ ଖେଳିବେ ନାହିଁ ଖବର ଆସିବା ପରେ ପ୍ରଶଂସକ ନିରାଶ ହୋଇଛନ୍ତି । ଶାମି ଶେଷ ଥର ଲାଗି ଆଇସିସି ପୁରୁଷ ବିଶ୍ବକପ ୨୦୨୩ ମ୍ୟାଚ୍‌ ଖେଳିଥିଲେ । ବିଶ୍ବକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚରେ ସେ ନିଜ କ୍ୟାରିଅରର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।

Last Updated : Feb 27, 2024, 9:12 AM IST

ABOUT THE AUTHOR

...view details