ଓଡିଶା

odisha

ମନୁ ଭାକର ଓ ନୀରଜ ଚୋପ୍ରାଙ୍କ ଆଫେୟାର ନେଇ ଜୋରଦାର ଚର୍ଚ୍ଚା; ବିବାହ ନେଇ ମୁହଁ ଖୋଲିଲେ ମନୁଙ୍କ ବାପା - Manu Bhaker Neeraj Chopra Marriage

By ETV Bharat Sports Team

Published : Aug 13, 2024, 1:21 PM IST

Manu Bhaker Neeraj Chopra Marriage : ମନୁ ଭାକର ଓ ନୀରଜ ଚୋପ୍ରାଙ୍କ ବିବାହ ଚର୍ଚ୍ଚା ଭିତରେ ପ୍ରଥମ ଥର ମୁହଁ ଖୋଲିଲେ ମନୁଙ୍କ ବାପା । ଜାଣନ୍ତୁ କଣ କହିଲେ,

Manu Bhaker Neeraj Chopra Marriage
Manu Bhaker Neeraj Chopra Marriage (IANS Photos)

ହାଇଦ୍ରାବାଦ : ପ୍ୟାରିସ୍‌ ଅଲିମ୍ପିକ୍ସ 2024 ଶେଷ ହେବାପରେ ଭାରତରେ ସୋସିଆଲ ମିଡିଆରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି ନୀରଜ ଚୋପ୍ରା ଏବଂ ମନୁ ଭାକରଙ୍କ ଏକ ଭିଡିଓ । ଏହି ଭିଡିଓରେ ପ୍ୟାରିସ୍ ଅଲିମ୍ପିକ୍ସର ଉଭୟ ପଦକ ବିଜେତା ହସି ହସି ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ମନୁଙ୍କ ମାଆ ସୁମେଧା ଭାକରଙ୍କର ମଧ୍ୟ ଏକ ଭିଡିଓ ନୀରଜଙ୍କ ସହ ବେଶ ଭାଇରାଲ ହୋଇଥିବାବେଳେ ସୋସିଆଲ ମିଡିଆ ୟୁଜର୍ସ ଏହି ଦୁଇ ଭିଡିଓକୁ ନେଇ ନାନା କମେଣ୍ଟ କରିବା ଆରମ୍ଭ କରିଛନ୍ତି । କିଏ କହୁଛି 'ଉଭୟ ନୀରଜ ଓ ମନୁ ବିବାହ କରିବାକୁ ଯାଉଛନ୍ତି', ତ କିଏ 'ବିବାହ ପକ୍କା ହୋଇଛି' ବୋଲି କହିଲାଣି । ଏପରିକି କିଛି ନେଟିଜେନ୍ସ ସୋସିଆଲ ମିଡିଆରେ ମନୁଙ୍କୁ 'ଭାଉଜ' ବୋଲି ସମ୍ବୋଧନ କଲେଣି । ତେବେ ପ୍ରଥମ ଥର ଏନେଇ ମୁହଁ ଖୋଲିଛନ୍ତି ମନୁଙ୍କ ବାପା ରାମ କିଷାନ ଭାକର ।

ନୀରଜଙ୍କ ସହ ମନୁ ଓ ତାଙ୍କ ମାଆଙ୍କ ଭିଡିଓ ହୋଇଥିଲା ଭାଇରାଲ :-

ପ୍ୟାରିସ୍ ଅଲିମ୍ପିକ୍ସ 2024ରୁ ନୀରଜ ଚୋପ୍ରା ଏବଂ ମନୁ ଭାକରଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦୁହେଁ ପରସ୍ପର ସହ କେଉଁ ବିଷୟରେ କଥାବାର୍ତ୍ତା ହେଉଥିଲେ ତାହା ଯଦିଓ ଜଣା ପଡିନଥିଲା, କିନ୍ତୁ ଅନେକ ସୋସିଆଲ ମିଡିଆ ୟୁଜର୍ସ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ଆଫେୟାର ଆଡ଼କୁ ଯୋଡିଥିଲେ । ଏହା ବ୍ୟତୀତ ଅନ୍ୟ ଏକ ଭିଡିଓରେ ନୀରଜ ଚୋପ୍ରା, ମନୁ ଭାକରଙ୍କ ମାଆ ସୁମେଧା ଭାକରଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ଯେଉଁଠାରେ ମନୁଙ୍କ ମା’ ନୀରଜଙ୍କ ହାତ ଆଣି ନିଜ ମୁଣ୍ଡରେ ରଖି ତାଙ୍କୁ କିଛି ପ୍ରତିଶ୍ରୁତି ମାଗୁଥିବା ଭଳି ଦେଖାଯାଉଛି । ଏହି ଦୁଇ ଭିଡିଓରେ ସୋସିଆଲ ମିଡିଆ ୟୁଜର୍ସଙ୍କ କେତେ ପ୍ରକାର ଅଜବ କମେଣ୍ଟ ଦେଖିବାକୁ ମିଳିଥିଲା ।

ବିବାହ ନେଇ ମୁହଁ ଖୋଲିଲେ ମନୁଙ୍କ ବାପା :-

ସେସିଆଲ ମିଡିଆରେ ଭାଇରାଲ ମିମ୍ସ ଏବଂ ପୋଷ୍ଟ୍‌ର ବନ୍ୟା ମଧ୍ୟରେ ବର୍ତ୍ତମାନ ମନୁ ଭାକରଙ୍କ ପିତା ରାମ କିଷାନ ଭାକର ମନୁଙ୍କ ବିବାହ ବିଷୟରେ ମୁହଁ ଖୋଲିଛନ୍ତି ଏବଂ ସେ କହିଛନ୍ତି, "ମନୁ ବହୁତ ଛୋଟ ଏବଂ ଆମେ ଏବେ ତାଙ୍କ ବିବାହ ବିଷୟରେ ଚିନ୍ତା କରୁନାହୁଁ ।' ଦୈନିକ ଭାସ୍କର ସହ ଆଲୋଚନା ବେଳେ ମନୁ ଭାକରଙ୍କ ପିତା ରାମ କିଷାନ ଭାକର କହିଛନ୍ତି, "ମନୁ ଏବେ ବହୁତ ଛୋଟ । ତାର ଏବେ ବିବାହ କରିବାକୁ ବୟସ ହୋଇନାହିଁ, ଆମେ ଏ ବିଷ୍ୟରେ ଏବେ ଚିନ୍ତା ମଧ୍ୟ କରୁନାହୁଁ ।" ସେ ନିଜ ପତ୍ନୀ ଏବଂ ନୀରଜ ଚୋପ୍ରାଙ୍କ ଭାଇରାଲ ଭିଡିଓ ଉପରେ ମନ୍ତବ୍ୟ ରଖି ରାମ କିଷାନ କହିଛନ୍ତି, "ମନୁଙ୍କ ମାଆ ନୀରଜଙ୍କୁ ତାଙ୍କ ପୁଅ ଭଳି ଦେଖନ୍ତି ।"

ପ୍ୟାରିସ ଅଲିମ୍ପିକ୍ସରେ ଉଭୟ କରିଥିଲେ କମାଲ :-

ନିକଟରେ ଶେଷ ହୋଇଥିବା ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତର ଷ୍ଟାର ସୁଟର ମନୁ ଭାକର ଉଭୟ ମହିଳା 10 ମିଟର ଏୟାର ପିସ୍ତଲ ଏକକ ଇଭେଣ୍ଟ ଏବଂ 10 ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟରେ 2ଟି ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ଅନ୍ୟପଟେ ଟୋକିଓ ଅଲିମ୍ପିକ୍ସ ଚମ୍ପିଆନ୍ ତଥା ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ଏହି ଅଲିମ୍ପିକ୍ସରେ 89.45 ମିଟର ଥ୍ରୋ ସହିତ ରୌପ୍ୟ ପଦକ ହାସଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନୀରଜଙ୍କ ସହ ପଡ଼ିବ ମନୁ ଭାକରଙ୍କ ହାତଗଣ୍ଠି ! ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆରେ ନିଆଁ - Manu Bhaker and Neeraj Chopra

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details