ନୂଆଦିଲ୍ଲୀ:ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କର ଏକ ଭିନ୍ନ କ୍ରେଜ୍ ରହିଛି । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରି କେବଳ ‘ଆଇପିଏଲ’ରେ ଖେଳୁଥିବା ସତ୍ତ୍ୱେ ମଧ୍ୟ ଧୋନିଙ୍କ କୋଟି କୋଟି ପ୍ରଶଂସକ ଅଛନ୍ତି । ‘ମିଷ୍ଟର କୁଲ’ ଭାବରେ ପରିଚିତ ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି-୨୦ ବିଶ୍ବକପ, ୨୦୧୧ ଦିନିକିଆ ବିଶ୍ବକପ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିଛି । ଭାରତୀୟ କ୍ରିକେଟ୍ରେ ୩ଟି ଟ୍ରଫି ଜିତିଥିବା ଏକମାତ୍ର ଏକମାତ୍ର ଅଧିନାୟକ ହେଉଛନ୍ତି ଧୋନି । ତେବେ ମାହି ରାଜନୀତିରେ ପ୍ରବେଶ କରୁଥିବା ନେଇ ଏବେ ଚର୍ଚ୍ଚା ହେଉଛି । ଏଥିରେ କେତେ ସତ୍ୟତା ଅଛି ? ସତରେ କ'ଣ ଧୋନି ରାଜନୀତିରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ? ସେ କେଉଁ ରାଜ୍ୟରୁ ନିର୍ବାଚନ ଲଢ଼ିବେ ?
- ଧୋନିଙ୍କ ରାଜନୀତି ପ୍ରବେଶ ସମ୍ପର୍କରେ ଏଭଳି କହିଲେ ରାଜୀବ ଶୁକ୍ଳା:
ଏହି ଚର୍ଚ୍ଚା ମଧ୍ୟରେ ବଡ ବୟାନ ଦେଇଛନ୍ତି, ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା । ରାଜୀବ ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ସଦ୍ୟତମ ସାକ୍ଷାତକାରରେ ଧୋନିଙ୍କ ରାଜନୀତିରେ ପ୍ରବେଶ ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଅନୁମାନ କରାଯାଉଛି ଯେ, ଧୋନି ଜଣେ ଭଲ ରାଜନେତା ହେବେ ।
ଧୋନିଙ୍କ ଲୋକପ୍ରିୟତା ଅଧିକ: ରାଜୀବ
ରାଜୀବ ଶୁକ୍ଲା କହିଛନ୍ତି," ଜଣେ ରାଜନେତା ଭାବରେ ଆଗକୁ ବଢ଼ିବାର କ୍ଷମତା ଧୋନିଙ୍କ ପାଖରେ ଅଛି । କିନ୍ତୁ ସେ ରାଜନୀତିରେ ପ୍ରବେଶ କରିବେ, କି ନାହିଁ, ତାହା ସମ୍ପୂର୍ଣ୍ଣ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ସୌରଭ ଏବଂ ମୁଁ ଭାବୁଥିଲୁ ଯେ, ଧୋନି ବେଙ୍ଗଲ ରାଜନୀତିରେ ପ୍ରବେଶ କରିବେ । ସେ ରାଜନୀତିରେ ମଧ୍ୟ ଆଗକୁ ବଢ଼ିପାରିବେ । ସେ ସହଜରେ ଜିତିଯିବେ । ତାଙ୍କର ଭଲ ଫ୍ୟାନ୍ ବେସ୍ ଅଛି । ଲୋକପ୍ରିୟତା ଦୃଷ୍ଟିରୁ ଏହା ଏକ ବଡ଼ ସଫଳତା ।"