ନୂଆଦିଲ୍ଲୀ:'ମିନି ବିଶ୍ୱକପ୍' ଭାବରେ ଜଣାଶୁଣା ଚାମ୍ପିଅନ୍ସ ଟ୍ରଫିକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) 1998 ମସିହାରେ ଆରମ୍ଭ କରିଥିଲା । ପୂର୍ବରୁ ଏହା ICC ନକ୍ ଆଉଟ୍ ଟୁର୍ଣ୍ଣାମେଣ୍ଟ ଭାବେ ଜଣାଶୁଣା ଥିଲା । ପ୍ରତି 4 ବର୍ଷରେ ଥରେ ଖେଳାଯାଉଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଟେଷ୍ଟ ମାନ୍ୟତା ନଥିବା ଦେଶଗୁଡ଼ିକରେ କ୍ରିକେଟ୍ ପାଇଁ ପାଣ୍ଠି ସଂଗ୍ରହ । ପ୍ରଥମ ଦୁଇଟି ସଂସ୍କରଣ କେନିଆ ଏବଂ ବାଂଲାଦେଶରେ ଅନୁଷ୍ଠିତ ହୋଇଥିଲା । ତେବେ ଏହାର ସଫଳତା ଯୋଗୁଁ ପରବର୍ତ୍ତୀ ସମୟରେ ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଏବଂ ଭାରତ ଭଳି ପ୍ରମୁଖ କ୍ରିକେଟିଂ ଦେଶଗୁଡ଼ିକରେ ଅନୁଷ୍ଠିତ ହୋଇଥିଲା ।
୨୦୦୯ ସଂସ୍କରଣ ପାଇଁ ଫର୍ମାଟକୁ ପରିବର୍ତ୍ତନ କରାଯାଇଥିଲା । ଯାହା ଦ୍ୱାରା କେବଳ ICC ODI ମାନ୍ୟତାର ଶ୍ରେଷ୍ଠ ୮ ଦଳକୁ ସାମିଲ କରାଯାଇଥିଲା । ଟ୍ରଫି ଆରମ୍ଭ ହେବାର 6 ମାସ ପୂର୍ବରୁ ରାଙ୍କିଂ କଟ ଅଫ୍ ସ୍ଥିର କରାଯାଇଥିଲା । ୨୦୧୭ ସଂସ୍କରଣ ପରେ, ଚାମ୍ପିଅନ୍ସ ଟ୍ରଫିକୁ ବନ୍ଦ କରିଦିଆଯାଇଥିଲା ଯାହା ଫଳରେ ତିନୋଟି କ୍ରିକେଟ ଫର୍ମାଟ ପାଇଁ କେବଳ ଗୋଟିଏ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ରହିଯାଇଥିଲା । କିନ୍ତୁ, 2021 ମସିହାରେ, ICC ଚାମ୍ପିଅନ୍ସ ଟ୍ରଫି ଫେରିବା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଯାହା ଏବେ 2025 ଏବଂ 2029ରେ ଆୟୋଜିତ ହେବ ।
ଆସନ୍ତୁ ଜାଣିବା ଚାମ୍ପିଅନ୍ସ ଟ୍ରଫିର ପୂର୍ବ ସଂସ୍କରଣର ବିଜେତାମାନଙ୍କ ବିଷୟରେ...
୧୯୯୮ ରୁ ୨୦୨୪ ପର୍ଯ୍ୟନ୍ତ ICC ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳ :-
ୱିଲ୍ସ ଆନ୍ତର୍ଜାତୀୟ କପ୍ (୧୯୯୮/୯୯) – ଦକ୍ଷିଣ ଆଫ୍ରିକା
ଆଇସିସି ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ( ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ଭାବରେ ଜଣାଶୁଣା), ୱିଲ୍ସ ଇଣ୍ଟରନ୍ୟାସନାଲ କପ୍ ନାମରେ ନାମିତ କରାଯାଇଥିଲା । ଏହା ବାଂଲାଦେଶରେ ଆୟୋଜିତ ହୋଇଥିଲା । ଫାଇନାଲ୍ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ଦକ୍ଷିଣ ଆଫ୍ରିକା ୪ ୱିକେଟରେ ବିଜୟୀ ହୋଇଥିଲା ।
ୱେଷ୍ଟଇଣ୍ଡିଜ୍ – ୨୪୫
ଦକ୍ଷିଣ ଆଫ୍ରିକା- ୨୪୮/୬
ଆଇସିସି ନକଆଉଟ୍ (୨୦୦୦/୦୧) - ନ୍ୟୁଜିଲ୍ୟାଣ୍ଡ
ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସଂସ୍କରଣକୁ ICC ନକଆଉଟ୍ ନାମରେ ନାମିତ କରାଯାଇଥିଲା । ଯାହାକୁ କେନିଆ ଆୟୋଜନ କରିଥିଲା। ଫାଇନାଲ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡ ୪ ୱିକେଟରେ ଜିତିଥିଲା।
ଭାରତ - ୨୬୪/୬
ନ୍ୟୁଜିଲ୍ୟାଣ୍ଡ- ୨୬୫/୬
ଆଇସିସି ଚାମ୍ପିଅନ୍ସ ଟ୍ରଫି (୨୦୦୨/୦୩) – ଭାରତ ଏବଂ ଶ୍ରୀଲଙ୍କା
୨୦୦୨ ମସିହାରେ, ପ୍ରଥମ ଥର ପାଇଁ, ICC ଏହି ଟୁର୍ଣ୍ଣାମେଣ୍ଟକୁ ଚାମ୍ପିଅନ୍ସ ଟ୍ରଫି ନାମରେ ନାମିତ କରିଥିଲା । ଏହା ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାର ଥିଲା । କିନ୍ତୁ, ବର୍ଷା ଯୋଗୁଁ ଫାଇନାଲ ମ୍ୟାଚ ବାତିଲ ହୋଇଥିଲା ଏବଂ ଟ୍ରଫି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବଣ୍ଟା ଯାଇଥିଲା ।
ଆଇସିସି ଚାମ୍ପିଅନ୍ସ ଟ୍ରଫି (୨୦୦୪) – ୱେଷ୍ଟଇଣ୍ଡିଜ୍
ଆଇସିସି ଚାମ୍ପିଅନ୍ସ ଟ୍ରଫିର ଚତୁର୍ଥ ସଂସ୍କରଣ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୧୭ ରନ କରିଥିଲା, ଯାହାକୁ ୱେଷ୍ଟଇଣ୍ଡିଜ୍ ୨ ୱିକେଟ ବାକି ଥାଇ ହାସଲ କରିଥିଲା।
ଇଂଲଣ୍ଡ - ୨୧୭ ରନ୍