ବ୍ରହ୍ମପୁର:ଗୁରୁବାରଠାରୁ (ଜାନୁଆରୀ ୯) ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମ ପରିସରରେ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ଜାତୀୟ ମହିଳା ଭାରତ୍ତୋଳନ ଲିଗ୍ । ପ୍ରଥମ ଦୁଇଦିନରେ ଓଡିଶାକୁ ମିଳିଛି ୪ ସ୍ୱର୍ଣ୍ଣ ପଦକ ସମେତ ଗୋଟିଏ ରୌପ୍ୟ ପଦକ ।
ପ୍ରଥମ ଦିନରେ ଓଡ଼ିଶାକୁ ସ୍ବର୍ଣ୍ଣ ଓ ରୌପ୍ୟ :
ରାଜ୍ୟ ଭାରୋତ୍ତୋଳନ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାର ପ୍ରଥମ ଦିନରେ ମହିଳା ୪୦ କେଜି ୟୁଥ ବର୍ଗରେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର ପ୍ରଥମ ସ୍ୱର୍ଣ୍ଣ ପଦକ ପାଇଥିଲେ । ଜ୍ୟୋତ୍ସ୍ନା ମୋଟ ୧୧୮ କିଲୋଗ୍ରାମ ଭାରୋତ୍ତୋଳନ କରିଥିଲେ । ଯେଉଁଥିରେ ସ୍ନାଚରେ ୫୫ ଓ କ୍ଲିନ ଆଣ୍ଡ ଜର୍କରେ ୬୩ କିଗ୍ରା ରହିଛି । ସେହିପରି ଏହି ବିଭାଗରେ ତାମିଲନାଡ଼ୁର କେ ଇଶ୍ୱରିୟା ମୋଟ ୧୧୨ କିଗ୍ରା ଭାରୋତ୍ତୋଳନ କରି ରୌପ୍ୟ ପଦକ ଓ ହରିୟାଣାର ହିମାଂଶୀ କାଂସ୍ୟ ପଦକ ପାଇଥିଲେ । ମହିଳା ୪୫ କିଗ୍ରା ୟୁଥ ଇଭେଣ୍ଟରେ ଅନ୍ୟତମ ଓଡ଼ିଆ ଭାରୋତ୍ତୋଳିକା ତୁଳସୀ ଶବର ରୌପ୍ୟ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ମୋଟ ୧୪୯ କିଗ୍ରା ଭାର ଉଠାଇ ମହାରାଷ୍ଟ୍ରର ଆକାଂକ୍ଷା ସ୍ବର୍ଣ୍ଣପଦକ ହାସଲ କରିଥିବା ବେଳେ ତୁଳସୀ ମୋଟ ୧୨୦ କିଗ୍ରା ଭାରୋତ୍ତୋଳନ କରି ରୌପ୍ୟ ପଦକ ଜିତିଛନ୍ତି । ଯେଉଁଥିରେ ସ୍ନାଚରେ ୫୫ ଓ କ୍ଲିନ୍ ଆଣ୍ଡ ଜର୍କ ୬୫ କିଗ୍ରା ରହିଛି ।
WOMEN WEIGHTLIFTING LEAGUE (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରେ ଆରମ୍ଭ ହେଲା 'ଖେଲୋ ଇଣ୍ଡିଆ' ସନ୍ତରଣ ପ୍ରତିଯୋଗୀତା - Khelo India Swimming League - KHELO INDIA SWIMMING LEAGUE
ଏହା ମଧ୍ୟ ପଢନ୍ତୁ-ଅସ୍ମିତା ଖେଲୋ ଇଣ୍ଡିଆରେ ଚମକିଲେ ଓଡ଼ିଆ ୱେଟ୍-ଲିଫ୍ଟର; ପୋଛି ଆଣିଲେ ୨୭ ପଦକ - Odisha bags 27 Medals - ODISHA BAGS 27 MEDALS
ଦ୍ବିତୀୟ ଦିନରେ ୩ ସ୍ବର୍ଣ୍ଣ-୧ ରୌପ୍ୟ:
ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଯୁବ ମହିଳା କ୍ରୀଡାବିତମାନେ 3ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଥିବା ଦେଖିବାକୁ ମିଳିଥିଲା । ମୀନା ସାନ୍ତା ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିବା ବେଳେ ସ୍ନେହା ସୋରନ ଗୋଟିଏ ସ୍ବର୍ଣ୍ଣ ଜିତିଛନ୍ତି । 55 କୋଜି ସିନିୟରରେ ସ୍ନେହା ସୋରନ୍ ୧୮୪ କିଗ୍ରା ଭାରତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଯେଉଁଥିରେ ସ୍ନାଚରେ ୭୮ କେଜି ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୦୬ କେଜି ରହିଥିଲା । ମୀନା ଏହି ବିଭାଗରେ ରୌପ୍ୟ ପଦକ ହାସଲ କରିଥିଲା । 55 କୋଜି ଜୁନିଅରରେ ମୀନା ସାନ୍ତା ମୋଟ୍ ୧୭୯ କିଗ୍ରା ଭାର ଉଠାଇ ପ୍ରଥମ ସ୍ଥାନ ହାସଲ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ମୀନା ସ୍ନାଚରେ ୭୮ କେ.ଜି ଏବଂ କ୍ଲିନ ଆଣ୍ଡ୍ ଜର୍କରେ ୧୦୧ କିଗ୍ରା ଭାରତ୍ତୋଳନ କରିଥିଲେ । ଯୁବ ବର୍ଗରେ ମୀନା ୧୭୯ କେଜିର ଭାରୋତ୍ତୋଳନ କରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସ କରିଥିଲେ ।
Khelo India womens Weightlifting League (ETV BHARAT ODISHA) ୨୬ ରାଜ୍ୟର ୪୦୦ରୁ ଅଧିକ କ୍ରୀଡାବିତ ସାମିଲ:
ଓଡି଼ଶା ଭାରୋତ୍ତୋଳନ ସଂଘ ପକ୍ଷରୁ ବ୍ରହ୍ମପୁର ଷ୍ଟାଡିୟମ ପରିସରରେ ଖେଲୋ ଇଣ୍ଡିଆ ମହିଳା ଜାତୀୟ ଭାରତ୍ତୋଳନ ପ୍ରତିଯୋଗିତା ଆଯୋଜିତ ହୋଇଛି । ଏଥିରେ ଦେଶର ୨୬ଟି ରାଜ୍ୟର ୪୦୦ରୁ ଅଧିକ ଯୁବ, କନିଷ୍ଠ ଓ ବରିଷ୍ଠ ବିଭାଗର ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାରେ ଓଡ଼ିଶାର ୨୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ପଦକ ବିଜେତା ଜ୍ୟୋତ୍ସ୍ନା ଶବର, ମୀନା ସାନ୍ତା, ସ୍ନେହା ସୋରେନ୍ ଓ ଶୁଭସ୍ମିତା ମହାନ୍ତି ପ୍ରମୁଖ ସାମିଲ ଅଛନ୍ତି । ୪୯ କିଲୋଗ୍ରାମ କେଟାଗୋରୀରରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଆନ୍ଧ୍ରପ୍ରଦେଶର ବି. ଚନ୍ଦ୍ରିକା ବେଶ ଖୁସି ପ୍ରକାଶ କରିବା ସହିତ ଏହି ସଫଳତା ପାଇବା ପରେ ଅଲ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି କହିଛନ୍ତି ।
Khelo India womens Weightlifting League (ETV BHARAT ODISHA) ଆନ୍ତର୍ଜାତିକ ଭାରୋତ୍ତୋଳକ କେ. ରବି କୁମାର କହିଛନ୍ତି, '' ଆମ ରାଜ୍ୟର ପ୍ରତିଯୋଗୀ ମାନେ ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ଯେଉଁ ଆଶା ରଖିଥିଲେ ତାହା ଧିରେ ଧିରେ ସଫଳ ହେଉଛି । ଓଡ଼ିଶା ପ୍ରତିଯୋଗୀ ପ୍ରଥମ ୨ ଦିନରେ ୪ଟି ସ୍ବର୍ଣ୍ଣ ସହିତ ମୋଟ ୬ଟି ପଦକ ପାଇଛନ୍ତି । ମୋଟ 12 ଟି ପଦକ ଜିତିବୁ ବୋଲି ଆମର ଆଶା । ଆଗକୁ ଭଲ ପ୍ରଦର୍ଶନ କରିବୁ । '' ଚଳିତ ମାସ ୧୪ ତାରିଖରେ ଏହି ପ୍ରତିଯୋଗିତା ଉଦଯାପିତ ହେବ ।
Khelo India womens Weightlifting League (ETV BHARAT ODISHA) Khelo India womens Weightlifting League (ETV BHARAT ODISHA) ଇଟିଭି ଭାରତ, ବ୍ରହ୍ମପୁର