ଓଡିଶା

odisha

ETV Bharat / sports

ଆଇପିଏଲ ଦ୍ବିତୀୟ କ୍ବାଲିଫାୟର, ଫାଇନାଲରେ ଏଣ୍ଟ୍ରି ପାଇଁ SRH-RR ପାଖରେ ଶେଷ ସୁଯୋଗ - IPL 2024 - IPL 2024

IPL Qualifier 2: ଆଜି ଆଇପିଏଲରେ ମହାଲଢେଇ । ହାଇଦ୍ରାବାଦ ଓ ରାଜସ୍ଥାନ ମଧ୍ୟରେ ହେବ ଜୋରଫାଇଟ । ଦୁଇ ଦଳ ପାଖରେ ଫାଇନାଲରେ ପ୍ରବେଶ ପାଇଁ ଶେଷ ସୁଯୋଗ । ଅଧିକ ପଢନ୍ତୁ

IPL 2024
IPL 2024 (@srhfansofficial)

By ETV Bharat Odisha Team

Published : May 24, 2024, 2:14 PM IST

ଚେନ୍ନାଇ: ଆଇପିଏଲର 17ତମ ସଂସ୍କରଣରେ ଆଜି ରହିଛି ଶେଷ ପ୍ଲେ ଅଫ ମୁକାବିଲା । କ୍ବାଲିଫାୟର 2ରେ ମୁହାଁମୁହିଁ ହେବେ ସନ ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଫାଇନାଲ ପାଇଁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ଫାଇଟ । ଆଜି ଯିଏ ବିଜୟୀ ହେବ କୋଲକାତା ସହ ଫାଇନାଲ ଫାଇଟ ଖେଳିବ । ଶେଷ ସୁଯୋଗକୁ ହାତ ଛଡା ନକରିବାକୁ ଦୁଇ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି । ହାଇଦ୍ରାବାଦର ବ୍ୟାଟର ଓ ରାଜସ୍ଥାନର ବୋଲରଙ୍କ ମଧ୍ୟରେ ଅସଲି ଲଢେଇ ହେବ । ଚେନ୍ନାଇର ଚେପକ ଷ୍ଟାଡିୟମରେ ଆଜି ସନ୍ଧ୍ୟା 7ଟା 30ରେ ମ୍ୟାଚ ଖେଳାଯିବ ।

ଟ୍ରାଭିସ ଓ ଅଭିଷେକଙ୍କ ଉପରେ ନଜର:ଏସଆରଏଚର ଏହି ଦୁଇ ଓପନରଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଚଳିତ ସିଜିନରେ ଉଭୟ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରିଛନ୍ତି । ଉଭୟ ଓଭର ପିଛା 13.65 ହାରରେ ରନ କରି ଆଇପିଏଲରେ ସବୁଠାରୁ ବିସ୍ଫୋରକ ଯୋଡି ଭାବେ ଉଭା ହୋଇଛନ୍ତି । ଏହି ଯୋଡି ଦୁଇଟି ମ୍ୟାଚରେ ପାଓ୍ବାର ପ୍ଲେରେ 100 ରନ କରିଥିଲେ । ଟ୍ରାଭିସ ହେଡ ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା 533 ରନ କରିଥିବା ବେଳେ ଅଭିଶେଖ 470 ରନ କରିଛନ୍ତି । ଏହି ଦୁଇ ଜଣଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ହେନେରିଚ କ୍ଲାସେନଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଦଳ ଆଶାବାଦୀ । ବୋଲିଂରେ ପ୍ୟାଟ କମିନ୍ସ ଓ ଭୁବନେଶ୍ୱର କୁମାରଙ୍କ ଉପରେ ଦଳ ନିର୍ଭରଶୀଳ ।

IPL 2024 (@srhfansofficial)

ଏହା ମଧ୍ୟ ପଢନ୍ତୁ-IPLରେ କୋହଲିଙ୍କ ରେକର୍ଡ, ପ୍ରଥମ ଖେଳାଳି ଭାବେ କଲେ 8000 ରନ - Virat Kohli

SRHକୁ ଚହଲ-ଅଶ୍ବିନୀ ଭୟ:ରାଜସ୍ଥାନର ବୋଲିଂ ପକ୍ଷ ବେଶ ସୁଦୃଢ ରହିଛି । ପ୍ରତି ମ୍ୟାଚରେ ବିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛି ଚହନ ଓ ଅଶ୍ବିନୀ । ଏହି ଦୁଇ ବୋଲର ହାଇଦ୍ରାବାଦକୁ ଆଜି ବିଶାଳ ସ୍କୋର କରିବା ପୂର୍ବରୁ ଅଟକାଇବାକୁ ଚେଷ୍ଟା କରିବେ । ଉଭୟ ସ୍ପିନରଙ୍କ ନିକଟରେ ଏଥିପାଇଁ ଯଥେଷ୍ଟ କ୍ଷମତା ରହିଛି । ସେହିପରି ଅଭେଶ ଖାନ ଓ ଟ୍ରେଣ୍ଟ ବୋଲ୍ଟଙ୍କ ମଧ୍ୟ ପ୍ରଦର୍ଶନ ଭଲ ରହିଛି । ଏଲିମେନଟର ମ୍ୟାଚରେ ଅଭେଶ 3ଟି ଓ୍ବିକେଟ ନେଇଥିଲେ । ବ୍ୟାଟିଂ ବିଭାଗରେ ଦଳ ଜୟସ୍ବାଲ, ରିୟାନ ପରାଗ ଓ ସଞ୍ଜୁ ସାମସନ ସାମନଙ୍କ ଉପରେ ନିର୍ଭରଶୀଳ ।

ପ୍ରଥମ କ୍ବାଲିଫାୟର ମ୍ୟାଚରେ କୋଲକାତା ଠାରୁ ପରାଜିତ ହୋଇଥିଲା ହାଇଦ୍ରାବାଦ । ଏହଗାପରେ ଫାଇନାଲକୁ ଯିବାକୁ ହାଇଦ୍ରାବାଦ ପାଖରେ ଆଉ ଏକ ସୁଯୋଗ ରହିଥିଲା । ଏଲିମିନେଟର ମ୍ୟାଚରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା ରାଜସ୍ଥାନ । ଆଜି ଦ୍ବିତୀୟ କ୍ବାଲିଫାୟରେ ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ ।

ABOUT THE AUTHOR

...view details