ଓଡିଶା

odisha

ETV Bharat / sports

ଆଇପିଏଲ୍‌ କମ୍‌ବ୍ୟାକ୍‌ କରିବେ ଯୁବି ! ଏହି ଟିମ୍‌ରେ ହେବେ ସାମିଲ - IPL 2025 Yuvraj Singh - IPL 2025 YUVRAJ SINGH

IPL 2025 Yuvraj Singh : ଭାରତୀୟ ଭେଟେରାନ ଅଲରାଉଣ୍ଡର ଯୁବରାଜ ସିଂହ ପୁଣିଥରେ ଆଇପିଏଲ୍‌ କମ୍‌ବ୍ୟାକ୍‌ କରିବାର ଖବର ଆସିଛି । ତେବେ ସେ କେଉଁ ଦଳରେ ସାମିଲ ହେବେ ? ଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର,

IPL 2025 Yuvraj Singh
IPL 2025 Yuvraj Singh (AFP Photo)

By ETV Bharat Sports Team

Published : Aug 25, 2024, 3:01 PM IST

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହଙ୍କୁ ପୁଣି ଆକ୍ସନରେ ଦେଖିବେ ଫ୍ୟାନ୍ସ । ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ଲିଗ୍ ଆଇପିଏଲକୁ ଫେରିପାରନ୍ତି ଯୁବି । ଅବଶ୍ୟ, ତାଙ୍କୁ ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ଖେଳାଳି ଭାବରେ ନୁହେଁ ବରଂ ଜଣେ ପ୍ରଶିକ୍ଷକ ଭୂମିକାରେ ଦେଖିବାକୁ ମିଳିବ । ଖବର ଅନୁଯାୟୀ, ଟ୍ରଫି ଅପେକ୍ଷାକୁ ଶେଷ କରିବା ପାଇଁ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କୋଚ୍ କରିବାକୁ ଆଗ୍ରହୀ ।

ଦିଲ୍ଲୀ କ୍ୟାପିଟାଲ୍ସରେ ନଜର ଆସିବେ ଯୁବି ! :-

ପ୍ରକାଶିତ ରିପୋର୍ଟ ଅନୁସାରେ ଆଇପିଏଲ୍‌ 2025 ସିଜନ୍ ପାଇଁ ମେଗା ଅକ୍ସନ ପୂର୍ବରୁ କୋଚିଂ ଭୂମିକା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ମ୍ୟାନେଜମେଣ୍ଟ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ସହ ଯୋଗାଯୋଗ କରିଛନ୍ତି । ଡିସି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ସହ ସମ୍ପର୍କ ଛିନ୍ନ କରି ଗତ 7 ବର୍ଷର ସହଭାଗିତାକୁ ସମାପ୍ତ କରିଛି । ସ୍ପୋର୍ଟଷ୍ଟାରର ଏକ ରିପୋର୍ଟ ଅନୁଯାୟୀ, ଗତ 3ଟି ସିଜିନରେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଏବଂ ଆଇପିଏଲ୍‌ 2024ରେ 6ଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ଯୁବରାଜ ସିଂହଙ୍କୁ ଦଳରେ ସାମିଲ କରିବାକୁ ଆଗ୍ରହୀ ଅଛି, ଯଦିଓ ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।

ଆଶିଷ ନେହରାଙ୍କୁ ବି ରିପ୍ଲେସ କରିପାରନ୍ତି ଯୁବି :-

ଏହାପୂର୍ବରୁ ଅନ୍ୟ ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୁଜରାଟ ଟାଇଟାନ୍ସର ମୁଖ୍ୟ ପ୍ରଶିକ୍ଷକ ଆଶିଷ ନେହେରା ଏବଂ କ୍ରିକେଟ୍ ନିର୍ଦ୍ଦେଶକ ବିକ୍ରମ ସାଲୋଙ୍କି ଆଇପିଏଲ୍‌ 2025 ସିଜନ୍ ପୂର୍ବରୁ ଫ୍ରାଞ୍ଚାଇଜ ଛାଡ଼ିପାରନ୍ତି । ମେଣ୍ଟର ପଦରେ ବି ଗ୍ୟାରି କ୍ରିଷ୍ଟନ ରହିବେ ନାହିଁ । ଅନ୍ୟପଟେ ଯୁବରାଜଙ୍କୁ ଏହାର କୋଚିଂ ଷ୍ଟାଫରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛି ଗୁଜରାଟ ଟାଇଟନ୍ସ । ତେବେ ସ୍ପୋର୍ଟଷ୍ଟାର ନିକଟ ସୂତ୍ରରୁ ପ୍ରକାଶ ଯେ ନେହେରା ଟାଇଟାନ୍ସ ସହ ତାଙ୍କ କାର୍ଯ୍ୟକାଳ ଜାରି ରଖିପାରନ୍ତି, କିନ୍ତୁ କ୍ରିଷ୍ଟନଙ୍କ ସ୍ଥାନ ନେବା ପାଇଁ ଟିମ୍ ମ୍ୟାନେଜମେଣ୍ଟ କିଛି ଅଭିଜ୍ଞ ଭାରତୀୟ କ୍ରିକେଟରଙ୍କ ସହ ଆଲୋଚନା କରୁଛି ।

ପ୍ରଥମ ଥର ପ୍ରଶିକ୍ଷକ ଭୂମିକାରେ ଯୁବରାଜ :-

ପ୍ରକାଶ ଥାଉ, ଯଦି ଦିଲ୍ଲୀ କ୍ୟାପିଟାଲ୍ସ ଯୁବରାଜ ସିଂହଙ୍କୁ ନିଜ ଦଳରେ କୋଚ୍‌ ଭାବେ ସାମିଲ କରେ, ତେବେ ଏହା କୌଣସି କ୍ରିକେଟ୍ ଦଳର କୋଚ୍ ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ହେବ । ତେବେ ପୂର୍ବରୁ ସେ ଗତ କିଛି ବର୍ଷ ମଧ୍ୟରେ ଶୁବମନ ଗିଲ, ଅଭିଷେକ ଶର୍ମାଙ୍କ ପରି କିଛି ଷ୍ଟାର ଭାରତୀୟ କ୍ରିକେଟରଙ୍କ ସହ କାମ କରିଛନ୍ତି ।

ରିକି ପଣ୍ଟିଂଙ୍କୁ ବିଦା କରିଛି DC :-

ଉଲ୍ଲେଖଯୋଗ୍ୟ, ଗତ କିଛି ସିଜିନରେ ଦଳର ପ୍ରଦର୍ଶନକୁ ନେଇ ଅସନ୍ତୁଷ୍ଟ ହେବା ପରେ ଗତ ଜୁଲାଇ ମାସରେ ଦିଲ୍ଲୀ କ୍ୟାପିଟାଲ୍ସ ପଣ୍ଟିଂଙ୍କ ସହିତ ସମ୍ପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିଲା । ପଣ୍ଟିଂ 2018ରେ ଦିଲ୍ଲୀରେ ମୁଖ୍ୟ କୋଚ ଭାବେ ଯୋଗ ଦେଇଥିଲେ, କିନ୍ତୁ ସେ ଦଳର ଆଇପିଏଲ୍ ଟ୍ରଫି ଅପେକ୍ଷାକୁ ଶେଷ କରିପାରିନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରେୟସ ଆୟର ନୁହେଁ, ମୁମ୍ବାଇର ଏହି ଷ୍ଟାରଙ୍କୁ କ୍ୟାପ୍ଟେନ କରିବ KKR ! - KKR Captain for IPL 2025

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details