ନୂଆଦିଲ୍ଲୀ:ଆଇପିଏଲ 2025 ର କାର୍ଯ୍ୟସୂଚୀ ଘୋଷଣା ହୋଇଛି । ବିସିସିଆଇ ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ 2025)ର 18 ତମ ସଂସ୍କରଣର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି । 16 ଫେବୃଆରୀ ସନ୍ଧ୍ୟାରେ ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଆଇପିଏଲ ମାର୍ଚ୍ଚ 22ରୁ ଆରମ୍ଭ ହେବ । ତେବେ IPL 2025 ର କାର୍ଯ୍ୟସୂଚୀ ସହିତ ଜଡିତ ପ୍ରତ୍ୟେକ ସୂଚନା ବିଷୟରେ ଆସନ୍ତୁ ଜାଣିବା...
IPL 2025 କାର୍ଯ୍ୟସୂଚୀ-
ମାର୍ଚ୍ଚ 22 ରୁ IPL 2025 ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ ମେ' 25ରେ ଖେଳାଯିବ । ଏହି ସିଜିନର ଉଦଘାଟନୀ ମ୍ୟାଚ୍ ଆଇପିଏଲ୍ 2024 ର ବିଜେତା ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ଟୁର୍ନାମେଣ୍ଟରେ 13 ଟି ସ୍ଥାନରେ 10 ଟି ଦଳ ମଧ୍ୟରେ ମୋଟ 74 ଟି ମ୍ୟାଚ୍ ଖେଳିବାକୁ ଯାଉଛି ।
ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ଆଇପିଏଲ୍ ଟ୍ରଫି; ମହାପ୍ରଭୁଙ୍କ ନିକଟରେ ହେଲା ପୂଜାର୍ଚ୍ଚନା, ଆଶୀର୍ବାଦ ନେଲେ କେକେଆର ଅଫିସିଆଲ୍ - IPL TROPHY ARRIVED AT PURI TEMPLE
ଆଇପିଏଲ୍ 2025ରେ ଅପରାହ୍ନ ମ୍ୟାଚ୍ ଅପରାହ୍ନ 3 ଟାରୁ ଏବଂ ସନ୍ଧ୍ୟା ମ୍ୟାଚ୍ ସନ୍ଧ୍ୟା 7 ଟାରୁ ଆରମ୍ଭ ହେବ । ଏହି ଟୁର୍ନାମେଣ୍ଟରେ 13 ଟି ସ୍ଥାନରେ ମ୍ୟାଚ୍ ଖେଳାଯିବ । ରାଜସ୍ଥାନ ରୟାଲ୍ସର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ ଗୌହାଟୀ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍ସର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ ଧର୍ମଶାଳା ହେବ ।
ଆଇପିଏଲ୍ 2025 ନକଆଉଟ୍ ମ୍ୟାଚ୍ ସୂଚୀ-
- May 20 - କ୍ୱାଲିଫାଏର 1
- May 21 - ଏଲିମିନେଟର
- May 23 - କ୍ୱାଲିଫାଏର 2
- May 25 - ଫାଇନାଲ
ତେବେ ପ୍ରଥମ କ୍ୱାଲିଫାଏର ଏବଂ ଏଲିମିନେଟର ହାଇଦ୍ରାବାଦରେ ଖେଳାଯିବାକୁ ଥିବା ବେଳେ କ୍ୱାଲିଫାଏର 2 ଏବଂ ଫାଇନାଲ ମ୍ୟାଚ କୋଲକାତାରେ ଖେଳାଯିବ ।
ଆଇପିଏଲ ମେଗା ନିଲାମ 2025ରେ ଶ୍ରେୟସ୍ ଆୟର (26.75 କୋଟି ଟଙ୍କା) ଏବଂ ଭେଙ୍କଟେଶ ଆୟର୍ (23.75 କୋଟି ଟଙ୍କା)ରେ ବିକ୍ରି ହୋଇଛନ୍ତି । ଶ୍ରେୟସ୍ ଆୟରଙ୍କୁ ପଞ୍ଜାବ ଟିମ୍ କିଣିଥିବା ବେଳେ ଭେଙ୍କଟେଶଙ୍କୁ କୋଲକାତା କିଣିଛି ।
ଆଇପିଏଲ୍ 2025 ରେ, 65 ଦିନରେ 74 ଟି ମ୍ୟାଚ୍ ଖେଳାଯିବ, ସେଥିମଧ୍ୟରୁ 12 ଟି ଡବଲ୍ ହେଡର୍ ରହିବ । ସିଙ୍ଗଲ୍ ଡେରେ 62 ଟି ମ୍ୟାଚ୍ ଖେଳାଯିବ । ମାର୍ଚ୍ଚ 23 ରବିବାର ଦିନ ଏକ ଡବଲ୍ ହେଡର୍ ହେବ । ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚ ଏବଂ ପରେ ପାଞ୍ଚ ଥର ଚାମ୍ପିୟନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହାଇଭୋଲଟେଜ ଟକ୍କର ହେବ ।
ଗ୍ରୁପ- ଏ
- କେକେଆର
- ଆରସିବି
- ରାଜସ୍ଥାନ ରୟାଲ୍ସ
- ପଞ୍ଜାବ କିଙ୍ଗ୍ସ
- ସିଏସକେ
ଗ୍ରୁପ-ବି
- ଗୁଜୁରାଟ ଟାଇଟନ୍ସ
- ଏସଆରଏଚ୍
- ମୁମ୍ବାଇ ଇଣ୍ଡିଆନ୍ସ
- ଦିଲ୍ଲୀ କ୍ୟାପିଟାଲ୍ସ
- ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ