ହାଇଦ୍ରାବାଦ :ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଗଭର୍ଣ୍ଣିଂ କାଉନ୍ସିଲ ଶନିବାର ରାତିରେ 2025-27 ଋତୁ ପାଇଁ ଆଇପିଏଲ୍ ପ୍ଲେୟାର ନିୟମାବଳୀ ଘୋଷଣା କରିଛି । ବିସିସିଆଇ ସଚିବ ଜୟ ଶାହଙ୍କ ଦ୍ବାରା ଜାରି ଏକ ମିଡିଆ ବିବୃତ୍ତି ଅନୁଯାୟୀ, ଆଇପିଏଲ୍ ଫ୍ରାଞ୍ଚାଇଜ୍ ସେମାନଙ୍କ ଦଳରେ ସର୍ବାଧିକ 6 ଖେଳାଳିଙ୍କୁ ରିଟେନ କରିପାରିବେ ବା ରାଇଟ୍-ଟୁ-ମ୍ୟାଚ୍ (RTM) ବିକଳ୍ପ ବ୍ୟବହାର କରିପାରିବେ । ଏହା ବ୍ୟତୀତ ଅନ୍ୟ କେତେକ ନିୟମର ମଧ୍ୟ ଘୋଷଣା କରାଯାଇଛି । ହେଲେ 'ଇମ୍ପାକ୍ଟ ପ୍ଲେୟର ରୁଲ'ରେ କିନ୍ତୁ କୌଣସି ପରିବର୍ତ୍ତନ ହୋଇନାହିଁ ।
ଫ୍ରାଞ୍ଚାଇଜଙ୍କ ପାଇଁ ବଜେଟ 120 କୋଟି :-
ରିଟେନସନ ଓ ଆରଟିଏମ୍ରେ ମାଧ୍ୟମରେ ଯେଉଁ 6 ଜଣ ଖେଳାଳିଙ୍କୁ ରଖିବାକୁ ଫ୍ରାଞ୍ଚାଇଜ ଚାହିଁବେ, ସେଥିରେ ସର୍ବାଧିକ 5 ଜଣ କ୍ୟାପଡ୍ ଖେଳାଳୀ (ଭାରତୀୟ ଏବଂ ବିଦେଶୀ) ଏବଂ ସର୍ବାଧିକ ଦୁଇଜଣ ଅନକ୍ୟାପଡ୍ ଖେଳାଳି ରହିପାରିବେ । ବିବୃତ୍ତି ଅନୁଯାୟୀ, ଆଇପିଏଲ୍ 2025 ପାଇଁ ଫ୍ରାଞ୍ଚାଇଜ୍ ଗୁଡ଼ିକ ପାଇଁ ନିଲାମ ରାଶି 120 କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ବିବୃତ୍ତିରେ କୁହାଯାଇଛି, ଫ୍ରାଞ୍ଚାଇଜର ମୋଟ ଦରମା ସୀମାରେ ବର୍ତ୍ତମାନ ନିଲାମ ରାଶି, ବର୍ଦ୍ଧିତ କାର୍ଯ୍ୟଦକ୍ଷତା ଏବଂ ମ୍ୟାଚ୍ ଫି' ଅନ୍ତର୍ଭୂକ୍ତ ହେବ ।
ଏହାପୂର୍ବରୁ 2024ରେ ମୋଟ ଦରମା ସୀମା (ନିଲାମ ରାଶି + ବର୍ଦ୍ଧିତ କାର୍ଯ୍ୟଦକ୍ଷତା ଦେୟ) 110 କୋଟି ଥିଲା, ଯାହା ବର୍ତ୍ତମାନ (2025)ରେ 146 କୋଟି, 2026ରେ 151 କୋଟି ଏବଂ 2027ରେ 157 କୋଟି ଟଙ୍କା ହେବ ।
ଭାରତୀୟ ଖେଳାଳିଙ୍କୁ ମିଳିବ ଆଇପିଏଲ୍ ମ୍ୟାଚ୍ ଫି' :-
ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ମ୍ୟାଚ୍ ଫି' ବ୍ୟବସ୍ଥା ଲାଗୁ କରାଯାଇଛି । ପ୍ରତ୍ୟେକ ଖେଳାଳି (ଇମ୍ପାକ୍ଟ ପ୍ଲେୟାରଙ୍କ ସହିତ) ପ୍ରତି ମ୍ୟାଚ୍ ପାଇଁ 7.5 ଲକ୍ଷ ଟଙ୍କା ମ୍ୟାଚ୍ ଫି' ପାଇବେ । ଏହା ସେମାନଙ୍କ ଚୁକ୍ତିଭିତ୍ତିକ ରାଶି ବାଦ ଅତିରିକ୍ତ ଭାବେ ମିଳିବ । ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, କୌଣସି ବିଦେଶୀ ଖେଳାଳିଙ୍କୁ 'ବଡ ନିଲାମ' ପାଇଁ ପଞ୍ଜିକରଣ କରିବାକୁ ପଡିବ ।
ଅକ୍ସନ ପରେ ନାଁ ଫେରାଇ ନେଲେ 2 ବର୍ଷ ବ୍ୟାନ :-