ଓଡିଶା

odisha

ETV Bharat / sports

ଅଭିଷେକ-ଟ୍ରାଭିସଙ୍କ ବିସ୍ଫୋରକ ବ୍ୟାଟିଂ, 10 ଓ୍ବିକେଟରେ ହାରିଲା ଲକ୍ଷ୍ନୌ - IPL 2024 - IPL 2024

IPL 2024: ଆଇପିଏଲର 57ତମ ମ୍ୟାଚରେ ହାଇଦ୍ରାବାଦର ରୋମାଞ୍ଚକର ବିଜୟ । 62 ବଲ ବାକିଥାଇ 10 ଓ୍ବିକେଟରେ ଲକ୍ଷ୍ନୌକୁ ପରାସ୍ତ କଲା ଦଳ । ପାଓ୍ବାର ପ୍ଲେରେ ଅଭିଷେକ ଶର୍ମା ଓ ଟ୍ରାଭିସ ହେଡଙ୍କ ବିସ୍ଫୋରକ ବ୍ୟାଟିଂ । ଅଧିକ ପଢନ୍ତୁ

IPL 2024
IPL 2024 (@IPL)

By ETV Bharat Odisha Team

Published : May 9, 2024, 6:55 AM IST

Updated : May 9, 2024, 1:01 PM IST

ହାଇଦ୍ରାବାଦ: ଘରୋଇ ଷ୍ଟାଡିୟମରେ ପୁଣି ଆତଙ୍କ ଖେଳାଇଲେ ହାଇଦ୍ରାବାଦ ବ୍ୟାଟର । ଛକା, ଚୌକାର ବର୍ଷା ସହ ଆଇପିଏଲର 57ତମ ମୁକାବିଲାରେ ସର୍ବାଧିକ ବଲ ବାକି ଥାଇ ବିଜୟୀ ହେଲା ଏସଆରଏଚ । ଅଭିଷେକ ଶର୍ମା ଓ ଟ୍ରାଭିସ ହେଡ ଆକ୍ରମକ ବ୍ୟାଟିଂ କରି 10 ଓ୍ବିକେଟରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ପରାସ୍ତ କରିଛନ୍ତି । ଫଳରେ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହି ପ୍ଲେ ଅଫର ନିକଟତର ହୋଇଛି । 30 ବଲରେ 89 ରନ କରିଥିବାରୁ ଟ୍ରାଭିସ ହେଡ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।

ବୁଧବାର ସନ୍ଧ୍ୟା 7ଟା 30ରେ ହାଇଦ୍ରାବାଦରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । 20 ଓଭରରେ ଦଳ 4 ଓ୍ବିକେଟ ହରାଇ ମାତ୍ର 165 ରନ କରିଥିଲା । ହାଇଦ୍ରାବାଦ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ବିରାଟ ସ୍କୋର କରିବାରେ ବିଫଳ ହୋଇଥିଲେ ଲକ୍ଷ୍ନୌ ବ୍ୟାଟର । କ୍ବିଣ୍ଟନ ଡି କକ 2 ଓ ଷ୍ଟୋନିସ 3 ରନ କରି ଭୁବନେଶ୍ବର କୁମାରଙ୍କ ବଲରେ ଆଉଟ ହୋଇଥିଲେ । କେଏଲ ରାହୁଲ 29, କୃଣାଲ ପାଣ୍ଡ୍ୟା 24, ନିକୋଲାସ ପୋରାନ ଅପରାଜିତ 48 ଓ ଆୟୁସ ବାଡୋନି ଅପରାଜିତ 55 ରନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଟି-୨୦ ୱାର୍ଲ୍ଡ କପ; ଟିମ ଇଣ୍ଡିଆକୁ ଖାସ୍ ଅନ୍ଦାଜରେ ଉତ୍ସାହିତ କଲେ ବିଗ ବି - Big B Cheers To Team India

166 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ହାଇଦ୍ରାବାଦ । ମାତ୍ର 9.4 ଓଭରରେ ଦଳ ବିଜୟ ଲକ୍ଷ୍ୟ 167 ରନ ହାସଲ କରି 10 ଓ୍ବିକେଟରେ ବିପକ୍ଷ ଦଳକୁ ପରାସ୍ତ କରିଥିଲା । ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଷ୍ଟାଡିୟମରେ ପୁଣି ଦର୍ଶକ ଦେଖିବାକୁ ପାଇଥିଲେ ହାଇଦ୍ରାବାଦ ବ୍ୟାଟରଙ୍କ ବଡ ବଡ ସଟ । ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ଷ୍ଟାଡିୟମରେ ଖାଲି ଛକା ଚୌକାର ବର୍ଷା ହୋଇଥିଲା । ଏହି ଦୁଇ ବ୍ୟାଟରଙ୍କୁ ରୋକିବାରେ ବିଫଳ ହୋଇଥିଲେ ଲକ୍ଷ୍ନୌ ବୋଲର । ଡ୍ରାଭିସ 30 ବଲରେ ଅପରାଜିତ 89 ଓ ଅଭିଷେକ 28 ବଲରେ ଅପରାଜିତ 75 ରନ କରିଥିଲେ ।

10 ଓଭରରେ ସର୍ବାଧିକ ରନ:ଗତକାଲି ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦ ପୁଣି ନୂଆ ରେକର୍ଡ କରିଛି । 10 ଓଭରରେ ଦଳ ସର୍ବାଧିକ ରନ କରିଛି । ମାତ୍ର 9.4 ଓଭରରେ 167 ରନ କରିଥିଲା ଏସଆରଏଚ । ଏହା ପୂର୍ବରୁ ଦିଲ୍ଲୀ ବିପକ୍ଷ ମ୍ୟାଚରେ ହାଇଦ୍ରାବାଦ 158 ରନ କରିଥିଲା ।

Last Updated : May 9, 2024, 1:01 PM IST

ABOUT THE AUTHOR

...view details