ଓଡିଶା

odisha

ETV Bharat / sports

ଆଇପିଏଲ ସିଜିନ 17: ପ୍ରଥମ ବିଜୟ ଲକ୍ଷ୍ୟରେ RCB, ବିଜୟ ଧାରା ଜାରି ରଖିବ କି ପଞ୍ଜାବ ? - IPL 2024 - IPL 2024

IPL 2024: ଆପିଏଲରେ ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ । ପ୍ରଥମ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ RCB । ଅଧିକ ପଢନ୍ତୁ

IPL 2024
IPL 2024

By ETV Bharat Odisha Team

Published : Mar 25, 2024, 2:21 PM IST

ବେଙ୍ଗାଲୁରୁ: ଆଇପିଏଲର 17ତମ ସଂସ୍କରଣରେ ଆଜି ରହିଛି ଷଷ୍ଠ ମୁକାବିକା । ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ । ଉଭୟ ଦଳ ଚଳିତ ସିଜିନରେ ଦ୍ବିତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବ ପଞ୍ଜାବ । ସେପଟେ ପ୍ରଥମ ବିଜୟ ପାଇଁ ଜୋରଦର କସରତ କରିବାକୁ ପ୍ରସ୍ତୁତ ଆରସିବି ଦଳ । ଦୁଇ ଦଳ ମଧ୍ୟରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ-ଆଜି ଡବଲ ହେଡର ମ୍ୟାଚ, ରାଜସ୍ଥାନ-ଲକ୍ଷ୍ନୌ ଏବଂ ମୁମ୍ବାଇ-ଗୁଜୁରାଟ - IPL 2024

ପ୍ରଥମ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ RCB:ଆଜି ସନ୍ଧ୍ୟା 7ଟା 30ରେ ବାଙ୍ଗାଲୋରର ଏମ ଚିନ୍ନାସ୍ବାମୀ ଷ୍ଟାଡିମରେ ବାଙ୍ଗାଲୋର ଓ ପଞ୍ଜାବ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ଦୁଇ ଟିମ ଆଇପିଏଲରେ ଗୋଟିଏ ଲେଖାଏଁ ମ୍ୟାଚ ଖେଳିସାରିଛନ୍ତି । ବାଙ୍ଗାଲୋର ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ବେଳେ ପଞ୍ଜାବ ବିଜୟ ହାସଲ କରିଥିଲା । ଉଦଘାଟନୀ ମୁକାବିଲାରେ ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଘରୋଇ ମାଟିରେ 6 ଓ୍ବିକେଟରେ ଆରସିବିକୁ ପରାସ୍ତ କରିଥିଲା ସିଏସକେ । 20 ଓଭରରେ ଦଳ 6 ଓ୍ବିକେଟ ହରାଇ ମାତ୍ର 173 ରନ କରିଥିଲା । ଫଳରେ ଚେନ୍ନାଇ 8ଟି ବଲ ବାକିଥାଇ ଚେନ୍ନାଇ 176 ରନରେ 4 ଓ୍ବିକେଟ ହରାଇ ସହଜ ବିଜୟ ହାସଲ କରିଥିଲା । ମୁସ୍ତାଫିଜୁର ରେହମାନ ବାଙ୍ଗାଲୋର ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ । ପୁରୁଣା ଭୁଲକୁ ସୁଧାରି ଆଜି ଆଇପିଏଲରେ ପ୍ରଥମ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଆରସିବି । କୋହଲି ପୂର୍ବ ମ୍ୟାଚରେ ମାତ୍ର 21 ରନ କରିଥିଲେ । ଆଜି କିନ୍ତୁ ତାଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଆଶା କରାଯାଉଛି ।

ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ପଞ୍ଜାବ: ଆଇପିଏଲରେ ଦ୍ବିତୀୟ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଦିଲ୍ଲୀକୁ 4 ଓ୍ବିକେଟରେ ପରାସ୍ତ କରିଥିଲା ପଞ୍ଜାବ । ଶୃଙ୍ଖଳିତ ବ୍ୟାଟିଂ ଓ ବୋଲିଂ କରି ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚ ଜିତିଥିବାରୁ ଆଜିର ମ୍ୟାଚ ପାଇଁ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଏହି ମ୍ୟାଚରେ ଦିଲ୍ଲୀ 9 ଓ୍ବିକେଟ ହରାଇ 174 ରନ କରିଥିବା ବେଳେ ପଞ୍ଜାବ 6 ଓ୍ବିକେଟ ହରାଇ 177 ରନ କରିଥିଲା ।

ABOUT THE AUTHOR

...view details