ଓଡିଶା

odisha

ETV Bharat / sports

ଦ୍ବିତୀୟ ବିଜୟ ପାଇଁ ସଂଘର୍ଷ କରିବ RCB, ବିଜୟ ଧାରା ବଜାୟ ଲକ୍ଷ୍ୟରେ ରାଜସ୍ଥାନ - IPL 2024 - IPL 2024

IPL 2024: ଆଇପିଏଲରେ ଆଜି ମୁହାଁମୁହିଁ ହେବେ ରାଜସ୍ଥା ଓ ବେଙ୍ଗାଲୁରୁ । ଦ୍ବିତୀୟ ବିଜୟ ହାସଲ କରିବାକୁ ବ୍ୟାକୁଳ ଆରସିବି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Apr 6, 2024, 4:00 PM IST

ଜୟପୁର: ଆଇପିଏଲର 17ତମ ସିଜିନରେ ଆଜି ରହିଛି 19 ତମ ମୁକାବିଲା । ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଚଳିତ ସିଜିନରେ ଦ୍ବିତୀୟ ବିଜୟ ହାସଲ କରିବା ପାଇଁ ବ୍ୟାକୁଳ ଡୁପ୍ଲେସିସଙ୍କ ବାହିନୀ । ସେପଟେ ଲଗାତାର 3ଟି ମ୍ୟାଚ ଜିତି ଦୃଢ ସ୍ଥିତିରେ ରହିଛି ରାଜସ୍ଥାନ । ଚତୁର୍ଥ ବିଜୟ ହାସଲ କରିବାକୁ ଆଜି ଜୋରଦାର ଉଦ୍ୟମ କରିବ ସଞ୍ଜୁ ସାମସନଙ୍କ ବାହିନୀ । ଦୁଇ ଦଳ ମଧ୍ୟରେ ଆଜି ଏକ ରୋମାଞ୍ଚକର ମୁକିବିଲା ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ-ବଦଳିବ କୋଲକାତା-ରାଜସ୍ଥାନ ମ୍ୟାଚ ତାରିଖ, ଜାଣନ୍ତୁ କେବେ ହେବ ? - IPL 2024

ଆଜି (ଶନିବାର) ସନ୍ଧ୍ୟା 7ଟା 30ରେ ରାଜସ୍ଥାନର ସୱାଇ ମାନସିଂହ ଷ୍ଟାଡିୟମରେ ସାୱାଇ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯିବ । ଦଳର ବ୍ୟାଟିଂ ଓ ବୋଲିଂ କୁ ଚିନ୍ତାରେ ରହିଛି ବେଙ୍ଗାଲୁରୁ । ବିରାଟ କୋହଲିଙ୍କୁ ଛାଡି ଦେଲେ ଆଉ କେହିବି ଜଣେ ଆଖି ଦୃଶିୟା ରନ କରିବାକୁ ସକ୍ଷମ ହୋଇପାରି ନାହାନ୍ତି । ବର୍ତ୍ତମାନ ସୁଦ୍ଧା ଆରସିବି 4ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇ 3ଟିରେ ପରାଜିତ ହୋଇଛି । ଯାହା ଆରସିବି ଫ୍ୟାନ୍ସଙ୍କୁ ନିରାଶ କରିଛି । ଆଜି ପଞ୍ଚମ ମ୍ୟାଚ ଖେଳିବ ଦଳ । ପୂର୍ବ ଭୁଲକୁ ସୁଧାରି ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବାଦୀ । ଯଦି ଆଜିର ମ୍ୟାଚରେ ବିଜୟୀ ନ ହୁଏ ତେବେ ଦିନକୁ ଦିନ ପଏଣ୍ଟ ଟେବୁଲର ତଳକୁ ଖସି ଚାଲିବ ବେଙ୍ଗାଲୁରୁ । ବର୍ତ୍ତମାନ ପଏଣ୍ଟ ଟେବୁଲର 8 ନମ୍ବର ସ୍ଥାନରେ ରହିଛି ଆରସିବି ।

ଏହା ମଧ୍ୟ ପଢନ୍ତୁ-ଘରୋଇ ମାଟିରେ ହାଇଦ୍ରାବାଦର ବିଜୟ, 6 ୱିକେଟରେ ହାରିଲା ଚେନ୍ନାଇ - IPL 2024

ଅନ୍ୟପଟେ ଯଦି ଦେଖିବା ଚଳିତ ଆଇପିଏଲରେ ସଞ୍ଜୁ ସାମସନଙ୍କ ବାହିନୀ ଶକ୍ତିଶାଳୀ ରହିଛି । ଲଗାତାର 3ଟି ମ୍ୟାଚରେ ଦଳ ବିଜୟୀ ହୋଇଛି ଆରଆର ଟିମ । ଏହି ବିଜୟ ଧାରାକୁ ଜାରି ରଖିବାକୁ ମଧ୍ୟ ଦୃଢ ଆଶାବାଦୀ ଟିମ । ରେକର୍ଡକୁ ଦେଖିଲେ ଆଜି ରାଜସ୍ଥାନର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି । କାହିଁକିନା ଦଳ ବ୍ୟାଟିଂ ଓ ବୋଲିଂ ଭଲ ରହିଛି । ପୂର୍ବ ମ୍ୟାଚରେ ମୁମ୍ବାଇକୁ ହରାଇଥିଲା ରାଜସ୍ଥାନ । ବୋଲ୍ଟ-ଚହଲ ଘାତକ ବୋଲି କରି 3ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ରିୟାନ ପରାଗଙ୍କ ଧୂଆଁଧାର ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ । ବର୍ତ୍ତମାନ ପଏଣ୍ଟ ଟେବୁଲର ଶିର୍ଷରେ ରହିଛି ରାଜସ୍ଥାନ । ଆଜିର ମ୍ୟାଚରେ କାହାର ପଲ୍ଲା ଭାରି ରହୁଛି ଓ କିଏ ପରାଜିତ ହେଉଛି ତା ଉପରେ ସମସ୍ତଙ୍କ ନଜର ।

ABOUT THE AUTHOR

...view details