ଓଡିଶା

odisha

ଶେଷ ଓଭରରେ ବାଜି ପଲଟାଇଲେ ହେତମାୟାର, 3 ୱିକେଟରେ ପଞ୍ଜାବକୁ ହରାଇଲା ରାଜସ୍ଥାନ - IPL 2024

By ETV Bharat Odisha Team

Published : Apr 14, 2024, 6:59 AM IST

IPL 2024: ଆଇପିଏଲରେ ଶନିବାର ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନର ବିଜୟ । 3 ଓ୍ବିକେଟରେ ହାରିଲା ପଞ୍ଜାବ କିଙ୍ଗ୍ସ । ଅଧିକ ପଢନ୍ତୁ

IPL 2024
IPL 2024

ଚଣ୍ଡିଗଡ:ଆଇପିଏଲର 27ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ । ଶେଷ ଓଭରରେ ପଲଟିଗଲା ବାଜି । ଲଢୁଆ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଲେ ସିମରନ ହେତମାୟାର । 3 ଓ୍ବିକେଟରେ ଗୋଟିଏ ବଲ ବାକି ଥାଇ ପଞ୍ଜାବ କିଙ୍ଗ୍ସକୁ ହରାଇଲା ରାଜସ୍ଥାନ । ଘରୋଇ ମାଟିରେ ପଞ୍ଜାବକୁ ପରାସ୍ତ କରି ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଆରଆର । ଚତୁର୍ଥ ପରାଜୟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ପଞ୍ଜାବ କିଙ୍ଗ୍ସ । 10 ବଲରେ 27 ରନ କରି ମ୍ୟାନ ଅଫ ଦ ମ୍ୟାଚ ହେଲେ ସିମରନ ହେତମାୟାର ।

ଏହା ମଧ୍ୟ ପଢନ୍ତୁ-କୁଳଦୀପଙ୍କ ଘାତକ ବୋଲିଂ, 6 ଓ୍ବିକେଟରେ ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ - IPL 2024

ଶନିବାର ସନ୍ଧ୍ୟା 7ଟା 30ରେ ପଞ୍ଜାବର ମହାରାଜା ଯାଦବନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ସଞ୍ଜୁ ସାମସନଙ୍କ ବାହିନୀ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ । ଆହତ ଜନିତ ସମସ୍ୟା ଯୋଗୁଁ ଶେଖର ଧାଓ୍ବନଙ୍କ ସ୍ଥାନରେ ଦଳର ନେତୃତ୍ବ ନେଇଥିଲେ ସାମ କୁରାନ । ବିପକ୍ଷ ଦଳରେ ଘାତକ ବୋଲିଂରେ ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଆଶୁତୋଷଙ୍କ ଛାଡି ଦେଲେ ଆଉ କୌଣସି ବି ଖେଳାଳି 30 ରନ କରିବାକୁ ସକ୍ଷମ ହୋଇନଥିଲେ । ତାଇଡେ 15, ବେୟାରଷ୍ଟୋ 15, ପ୍ରଭସିମରନ 10, ଜିତେଶ 29, ଶଶାଙ୍କ 9, ସିଭିଙ୍ଗ ଷ୍ଟୋନ 21 ରନ କରିଥିଲେ । 20 ଓଭରରେ ଦଳ 8 ଓ୍ବିକେଟ ହରାଇ 147 ରନ କରିଥିଲା । ରାଜସ୍ଥାନ ପକ୍ଷରୁ କେଶବ ମହାରାଜ 2ଟି, ଅଭେଶ ଖାନ 2 ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଓ୍ବିକେଟ ନେଇଥିଲେ ।

ଏହାପରେ 148 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଆରଆର ଟିମ । କିନ୍ତୁ ବିଜୟ ରନ ଲକ୍ଷ୍ୟରେ ପହଞ୍ଚିବା ଏକ ପ୍ରକାର ଦଳ ପାଇଁ ମୁସ୍କିଲ ହୋଇପଡିଥିଲା । ବିପକ୍ଷ ଦଳର ଶୃଙ୍ଖଳିତ ବୋଲି ଯୋଗୁଁ 19 ଓଭର ପର୍ଯ୍ୟନ୍ତ ପଞ୍ଜାବ କିଙ୍ଗ୍ସ ସପକ୍ଷରେ ରହିଥିଲା ମ୍ୟାଚ । କିନ୍ତୁ ଶେଷ ଓଭରରେ ବାଜି ପଲଟାଇଥିଲେ ସିମରନ ହେତମାୟାର । 2ଟି ଛକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ ସେ । 10 ବଲରେ ସେ ଅପରାଜିତ 27 ରନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜୟସ୍ବାଲ 39, ତନୁଶ କୋଟିଆ 24 ରନ କରିଥିଲେ । ପଞ୍ଜାବ ପକ୍ଷରୁ ରାବଡା 2, ସାମ କୁରାନ 2 ଓ ହର୍ଷ ପଟ୍ଟେଲ ଗୋଟିଏ ଓ୍ବିକେଟ ନେଇଥିଲେ ।

ABOUT THE AUTHOR

...view details