ଓଡିଶା

odisha

ETV Bharat / sports

ଶେଷ ମ୍ୟାଚରେ ହାରି ପଏଣ୍ଟ ଟେବୁଲ ଶେଷରେ ମୁମ୍ବାଇ, 18ରନରେ ଜିତିଲା ଲକ୍ଷ୍ନୌ - IPL 2024 - IPL 2024

IPL 2024: ଶେଷ ମ୍ୟାଚରେ ବିଜୟ ସହ ଆଇପିଏଲ ଅଭଯାନ ଶେଷ କଲା ଲକ୍ଷ୍ନୌ । 18 ରନରେ ହାରିଲା ମୁମ୍ବାଇ । ଅଧିକ ପଢନ୍ତୁ

IPL 2024
IPL 2024 (@LucknowIPL)

By ETV Bharat Odisha Team

Published : May 18, 2024, 7:24 AM IST

ମୁମ୍ବାଇ: ଆଇପିଏଲର 67 ତମ ଲିଗ ମ୍ୟାଚରେ ମୁମ୍ବାଇକୁ 18 ରନରେ ହରାଇ ବିଜୟୀ ହେଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଚଳିତ ଆଇପିଏଲରେ 10ମ ପରାଜୟ ସହ ଅଭିଯାନ ଶେଷ କଲା ମୁମ୍ବାଇ ଇଣ୍ଡିଆନ୍ସ, ଶେଷ ମ୍ୟାଚରେ ବିଜୟ ସହ ଆଇପିଏଲ ଅଭିଯାନ ଶେଷ କରିଛି ଲକ୍ଷ୍ନୌ । ନିକୋଲାସ ପୋରାନ ଓ କେଏଲ ରାହୁଲଙ୍କ ଧୂଆଁଧାର ଅର୍ଦ୍ଧଶତକ । ରୋହିତ ଶର୍ମା, ନମନ ଧୀରଙ୍କ ଅର୍ଦ୍ଧଶତକ, ଥୁଶାର ଓ ପିୟୁସ ଚାଓ୍ବଲାଙ୍କ ଘାତକ ବୋଲିଂ ବିଫଳ । ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିନପାରି ପୂର୍ବରୁ ଉଭୟ ଦଳ ପ୍ଲେ ଅଫରୁ ବାଦ ପଡିଥିଲେ ।

ଏହା ମଧ୍ୟ ପଢନ୍ତୁ-ତୃତୀୟ ଦଳ ଭାବେ ପ୍ଲେ ଅଫରେ ହାଇଦ୍ରାବାଦ - IPL 2024

ବିଜୟ ସହ ଅଭିଯାନ ଶେଷ କଲା ଲକ୍ଷ୍ନୌ:ଶୁକ୍ରବାର ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଓ ଲକ୍ଷ୍ନୌ 14ତମ ମ୍ୟାଚ ଖେଳିଥିଲେ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପାଣ୍ଡ୍ୟା ବାହିନୀ । ପ୍ରଥମେ ବ୍ୟାଟିଂ ପାଇଁ ଲକ୍ଷ୍ନୌକୁ ଆମନ୍ତ୍ରଣ କରିଥିଲା । 20 ଓଭରରେ ଦଳ 6 ଓ୍ବିକେଟ ହରାଇ 214 ରନ କରିଥିଲା । 18ରନରେ ଦଳ ଶେଷ ମ୍ୟାଚରେ ବିଜୟୀ ହୋଇ ସମ୍ମାନ ବଞ୍ଚାଇଛି । ପ୍ରଥମେ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ରାହୁଲ ଓ ପାଡିକ୍କଲ । କେଏଲ ରାହୁଲ ଲଢୁଆ ବ୍ୟାଟିଂ କରି 55 ରନ କରିଥିବା ବେଳେ ପାଡିକ୍କଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ନିକୋଲାସ ପୋରାନ ଧୂଆଁଧାର ବ୍ୟାଟିଂ କରି 75 ରନ କରିଥିବା ବେଳେ ଷ୍ଟୋନିସ 28, ବାଡୋନି 22 ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଥୁଶାର ଓ ପିୟୁସ 3ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଶେଷ ମ୍ୟାଚରେ ବି ବିଫଳ ମୁମ୍ବାଇ: 215 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । କିନ୍ତୁ ଶେଷ ମ୍ୟାଚରେ ବି ଦଳ ନିଜେ ନିରାଶ ହେବା ସହ ଦର୍ଶକଙ୍କୁ ମଧ୍ୟ ନିରାଶ କରିଥିଲା । 20 ଓଭରରେ 6 ଓ୍ବିକେଟ ହରାଇ 196 ରନ କରିବାକୁ ସମର୍ଥ ହୋଇଥିଲା ମୁମ୍ବାଇ । ଆଇପିଏଲରେ 5 ଥର ଚମ୍ପାଆନ ହୋଇଥିବା ଦଳ ଚଳିତ ଥର 14ଟି ମ୍ୟାଚପ କେବଳ 4ଟି ମ୍ୟାଚରେ ବିଜୟ ସହ 10ଟିରେ ପରାଜିତ ହୋଇ ଅଭିଯାନ ଶେଷ କରିଛି । ଶେ, ମ୍ୟାଚରେ ରୋହିତ 68, ବ୍ରେଭିସ 23, ନମନ 62 ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ ଓ ନବୀନ ଉଲ ହକ 2ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ABOUT THE AUTHOR

...view details