ଓଡିଶା

odisha

ETV Bharat / sports

ଆଜି କୋଲକାତାକୁ ଭେଟିବ ମୁମ୍ବାଇ, ଶିର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ KKR - IPL 2024 - IPL 2024

IPL 2024: ଆଇପିଏଲରେ ଆଜି ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ସମ୍ମାନ ବଞ୍ଚାଇବାକୁ ଖେଳିବ ପାଣ୍ଡ୍ୟା ବାହିନୀ । ଅଧିକ ପଢନ୍ତୁ

IPL 2024
IPL 2024 (@KKRiders@mipaltan)

By ETV Bharat Odisha Team

Published : May 11, 2024, 2:31 PM IST

କୋଲକାତା: ଆଇପିଏଲର 17ତମ ସଂସ୍କରଣରେ ଆଜି ରହିଛି 60ତମ ମୁକାବିଲା । ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବେ ଦୁଇ ଦଳ । ପ୍ଲେ ଅଫରୁ ବାଦ ପଡିଥିଲେ ମଧ୍ୟ ସମ୍ମାନ ବଞ୍ଚାଇବାକୁ ଖେଳିବ ପାଣ୍ଡ୍ୟା ବାହିନୀ । ପଏଣ୍ଟ ଟେବୁଲ ଶିର୍ଷରେ ରହି କୋଲକାତା ପ୍ଲେ ଅଫ ରାସ୍ତା ପରିସ୍କାର କରିଥିଲେ ବି ସ୍ଥାନ ବଜାୟ ରଖିବାକୁ ପ୍ରସ୍ତୁତ ଆୟର ବାହିନୀ ।

ଏହା ମଧ୍ୟ ପଢନ୍ତୁ-ଘରୋଇ ଗ୍ରାଉଣ୍ଡରେ ଗିଲ-ସାଇଙ୍କ ଶତକ, 35 ରନରେ ହାରିଲା ଚେନ୍ନାଇ - IPL 2024

ମେ ମାସ 3 ତାରିଖରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ 24 ରନରେ କେକେଆର ମୁମ୍ବାଇକୁ ପରାସ୍ତ କରିଥିଲା । ପୂର୍ବ ମ୍ୟାଚର ପ୍ରତିଶୋଧ ନେବାକୁ ଆଜି ଚେଷ୍ଟା କରିବ ମୁମ୍ବାଇ । ପୂର୍ବ ଭୁଲକୁ ସୁଧାରି ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଶେଷ ମ୍ୟାଚରେ ହାଇଦ୍ରାବାଦକୁ ହରାଇଥିଲା ମୁମ୍ବାଇ । ଦଳର ଟପ ଅର୍ଡର ରନ କରିବାରେ ସମ୍ପୂର୍ଣ୍ଣ ଫେଲ ହୋଇଥିଲେ ମଧ୍ୟ ସୂର୍ଯ୍ୟ କୁମାର ଏକା ଲଢି ଦଳକୁ ବିଜୟୀ କରାଇଥିଲେ । ତେଣୁ ଆଜିର ମ୍ୟାଚରେ ସୂର୍ଯ୍ୟଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଦଳ ଆଶାବାଦୀ । ଚଳିତ ସିଜିନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିବାରୁ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ମୁମ୍ବାଇ ।

ଏହା ମଧ୍ୟ ପଢନ୍ତୁ-ଧର୍ମଶାଳାରେ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବକୁ ହରାଇ RCBର ପ୍ଲେ ଅଫ ଆଶା ଉଜ୍ଜୀବିତ - IPL 2024

ଶ୍ରେୟସ ଆୟରଙ୍କ ନେତୃତ୍ବରେ କେକେଆର ଆଇପିଏଲ 2024ରେ ଭଲ ପ୍ରଦର୍ଶନ ଜାରି ରଖିଛି । ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ ହେତୁ ଦଳ ଗୋଟିଏ ପରେ ଗୋଟିଏ ମ୍ୟାଚରେ ବିଜୟୀ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ 11ଟି ମ୍ୟାଚ ଖେଳି 8ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶିର୍ଷରେ ରହିଛି କେକେଆର । ଆଜିର ମ୍ୟାଚରେ ବିଜୟୀ ହେଲେ ପଏଣ୍ଟ ଟେବୁଲର ଶିର୍ଷରେ ନିଜ ସ୍ଥାନ ବଜାୟ ରଖିବ ଦଳ । ପୂର୍ବ ମ୍ୟାଚରେ ଲକ୍ଷ୍ନୌକୁ ପରାସ୍ତ କରିଥିଲା କେକେଆର । ତେଣୁ ଆଜିର ମ୍ୟାଚ ପାଇଁ ଖେଳାଳିଙ୍କ ମନୋବଳ ଦୃଢ ରହିଛି ।

ABOUT THE AUTHOR

...view details