ନୂଆଦିଲ୍ଲୀ:ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ରିଲେ ଟିମ ଓ ପୁରୁଷ ରିଲେ ଟିମ । ସୋମବାର ଆୟୋଜିତ ପ୍ୟାରିସ ଅଲିମ୍ପିକ୍ସ କ୍ୱାଲିଫାୟରରେ ଭାରତୀୟ ମହିଳା ଓ ପୁରୁଷ 4x400 ମିଟର ରିଲେ ଟିମ ଦ୍ବିତୀୟ ସ୍ଥାନରେ ରହି ଏହି ଯୋଗ୍ୟତା ଅର୍ଜନ କରିଛନ୍ତି । ମହିଳା ପ୍ରତିଯୋଗିତାରେ ରୁପାଲ ଚୌଧୁରୀ, ଏମଆର ପୁବଓ୍ବାମା, ଜ୍ୟୋତିକାଶ୍ରୀ ଦାଣ୍ଡି ଏବଂ ସୁଭା ଭେଙ୍କଟେସନ 3 ମିନିଟ ଓ 23.35 ସେକେଣ୍ଡରେ ସମାପ୍ତ କରି ଦ୍ବିତୀୟ ସ୍ଥାନରେ ରହିଥିଲେ । ସମାନ ଭାବରେ ପୁରୁଷ ରିଲେ ଟିମ୍ ମଧ୍ୟ 3 ମିନିଟ 3.23 ସେକେଣ୍ଡରରେ ସେ ଦୌଡ ସମାପ୍ତ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ ।
ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କଲେ ମୀରାବାଇ ଚାନୁ - Paris Olympics 2024
ସେହିଭଳି ପୁରୁଷ ରିଲେ ଦଳ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ଦଳରେ ଥିବା ମହମ୍ମଦ ଅନାସ, ୟେହିଆୟା, ମହମ୍ମଦ ଅଜମଲ, ଆରୋକିଆ ରାଜୀବ ଏବଂ ଆମୋସ ଯାକବ ନେଇ ଗଠିତ ଭାରତୀୟ ପୁରୁଷ 4x400 ମିଟର ରିଲେ ଅଲିମ୍ପିକ ଖେଳ ଯୋଗ୍ୟତା ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । 3 ମିନିଟ 3.23 ସେକେଣ୍ଡରରେ ସେ ଦୌଡ ସମାପ୍ତ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଭାରତୀୟ ମହିଳା ଦଳ ରବିବାର ପ୍ରଥମ ରାଉଣ୍ଡରେ 3 ମିନିଟ 29.74 ସେକେଣ୍ଡ ସମୟ ନେଇ ପଞ୍ଚମ ସ୍ଥାନରେ ରହିଥିଲା ।