ଓଡିଶା

odisha

ଘରୋଇ କ୍ରିକେଟକୁ ଫେରିବେ ରୋହିତ-କୋହଲି ! ବାଂଲାଦେଶ ବିପକ୍ଷ ଟେଷ୍ଟ ପୂର୍ବରୁ ଦୁଲୀପ ଟ୍ରଫି ଖେଳିବେ ଷ୍ଟାର ପ୍ଲେୟର - Duleep Trophy

By ETV Bharat Sports Team

Published : Aug 12, 2024, 3:21 PM IST

ohit Sharma and Virat Kohli Likely to Play in Duleep Trophy : ପୁଣି ଘରୋଇ କ୍ରିକେଟକୁ ଫେରିବେ ଭାରତୀୟ କ୍ରିକେଟ ଦଳର ଷ୍ଟାର ପ୍ଲେୟର । ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସମେତ ଆହୁରି ଅନେକ ଖେଳାଳିଙ୍କୁ ଦୁଲୀପ ଟ୍ରଫି ଖେଳିବାକୁ ମିଳିଛି ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ohit Sharma and Virat Kohli Likely to Play in Duleep Trophy
ohit Sharma and Virat Kohli Likely to Play in Duleep Trophy (IANS Photo)

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟର ବିରାଟ କୋହଲି ଏବେ ଖେଳିବେ ଘରୋଇ କ୍ରିକେଟ । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଭାରତୀୟ କ୍ରିକେଟ୍ ଦଳର ଏହି ଦୁଇ ଅଭିଜ୍ଞ ଖେଳାଳି ସେପ୍ଟେମ୍ବର 13ରୁ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍ ପୂର୍ବରୁ ଦୁଲୀପ୍‌ ଟ୍ରଫିରେ ଖେଳି ପାରନ୍ତି । କେବଳ ରୋହିତ ଏବଂ କୋହଲି ନୁହଁନ୍ତି, ଅନେକ ଗଣମାଧ୍ୟମ ରିପୋର୍ଟରେ ଗିଲ, ସୂର୍ଯ୍ୟ, ରାହୁଲ, ଜାଡେଜା ଓ ଅକ୍ଷରଙ୍କ ଭଳି ଖେଳାଳି ମଧ୍ୟ ଦୁଲୀପ ଟ୍ରଫିରେ ଖେଳିବାର ସମ୍ଭାବନା ପ୍ରକାଶ କରିଛନ୍ତି ।

ଦୁଲୀପ ଟ୍ରଫି ଖେଳିବେ ଟିମ୍‌ ଇଣ୍ଡିଆର ଏହି ଷ୍ଟାର ପ୍ଲେୟର :-

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିସିସିଆଇ (Board of Control for Cricket in India) ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ଶୁବମନ ଗିଲ, କେଏଲ୍ ରାହୁଲ, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ଯଶସ୍ବୀ ଜୈସ୍ବାଲ, ସୂର୍ଯ୍ୟକୁମାର ଯାଦବ ଏବଂ କୁଲଦୀପ ଯାଦବଙ୍କୁ ମଧ୍ୟ ଦୁଲୀପ ଟ୍ରଫି ଖେଳିବାକୁ ପରାମର୍ଶ ଦେଇଛି । ଏହା ସହିତ ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, କେନ୍ଦ୍ରୀୟ ଚୁକ୍ତି ଏବଂ ଦଳରୁ ବାହାର କରିଦିଆଯାଇଥିବା ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ୍ କିଶାନ୍ ଏବଂ ଶ୍ରେୟସ୍ ଆୟର ମଧ୍ୟ ଦୁଲୀପ୍ ଟ୍ରଫିରେ ଖେଳୁଥିବା ଦେଖିବାକୁ ମିଳିପାରେ ।

ପ୍ରକାଶ ଥାଉ, ଏହି (ଦୁଲୀପ ଟ୍ରଫି) ଟୁର୍ଣ୍ଣାମେଣ୍ଟରେ ଭାରତର A, B, C, D ଦଳ ଏହି ଭାଗ ନେବେ । ଏହା ସହିତ ବେଙ୍ଗାଲୁରୁରେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟ ଖେଳାଯାଇପାରେ । ତେବେ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଯସପ୍ରୀତ ବୁମରାଙ୍କୁ ଦୁଲୀପ୍ ଟ୍ରଫିରୁ ବିଶ୍ରାମ ଦିଆଯାଇପାରେ ।

ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇପାରନ୍ତି ଏହି ଖେଳାଳି :-

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚେତେଶ୍ବର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ଦୁଲୀପ୍ ଟ୍ରଫିରୁ ବାହାରେ ରଖାଯାଇପାରେ । ଉଭୟଙ୍କୁ ଟୁର୍ଣ୍ଣାମେଣ୍ଟରେ ଚୟନ କରାଯିବାର ସମ୍ଭାବନା କ୍ଷୀଣ । ଗୋଟିଏ ସମୟରେ ଚେତେଶ୍ବର ପୂଜାରା ଏବଂ ରାହାଣେ ଭାରତୀୟ ଟେଷ୍ଟ ଦଳର ପ୍ରମୁଖ ଖେଳାଳି ଥିଲେ । ବର୍ତ୍ତମାନ କିନ୍ତୁ ସେମାନେ ଭାରତୀୟ ଦଳରେ ସୁଯୋଗ ପାଇବେ ନାହିଁ । ଏଭଳି ପରିସ୍ଥିତିରେ ବିସିସିଆଇ ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଛି । ତେଣୁ ଏହି ଦୁଇ ଭେଟେରାନ ପ୍ଲେୟରଙ୍କୁ ଦୁଲୀପ୍ ଟ୍ରଫିରୁ ହଟାଇ ଦିଆଯାଇପାରେ ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି କେବେ ମୈଦାନକୁ ଓହ୍ଲାଇବେ ରୋହିତ-ବିରାଟ ? ଦେଖନ୍ତୁ ଟିମ୍‌ ଇଣ୍ଡିଆର ସେଡ୍ୟୁଲ - Indian Cricket Team Schedule

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details