ଓଡିଶା

odisha

ETV Bharat / sports

ଭାରତ Vs ଜିମ୍ବାୱେ ଟି-20; ଅଭିଷେକ ଶର୍ମାଙ୍କ ମେଡେନ୍‌ ଶତକ, 100 ରନରେ ଜିତିଲା ଇଣ୍ଡିଆ - India vs Zimbabwe 2nd T20I

India vs Zimbabwe 2nd T20I: ଦ୍ବିତୀୟ ଟି20ରେ ଜିମ୍ବାୱେକୁ 100 ରନରେ ମାତ ଦେଲା ଟିମ୍‌ ଇଣ୍ଡିଆ । 24 ଘଣ୍ଟା ଭିତରେ ନେଲା ପରାଜୟର ପ୍ରତିଶୋଧ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 7, 2024, 8:33 PM IST

India vs Zimbabwe 2nd T20I
India vs Zimbabwe 2nd T20I (@BCCI)

ହରାରେ(ୱେଷ୍ଟ ଇଣ୍ଡିଜ): ପ୍ରଥମ ମ୍ୟାଚ୍‌ ପରାଜୟର ପ୍ରତିଶୋଧ 24 ଘଣ୍ଟା ଭିତରେ ନେଲା ଭାରତ । ଦ୍ବିତୀୟ ଟି20ରେ ଜିମ୍ବାୱେକୁ 100 ରନରେ ମାତ ଦେଲା ଟିମ୍‌ ଇଣ୍ଡିଆ । ଭାରତୀୟ ବ୍ୟାଟରଙ୍କ ଧୂଆଁଧାର ବ୍ୟାଟିଂ ପରେ ଚମକିଲେ ବୋଲର । ଅଭିଷେକ ଶର୍ମାଙ୍କ ମେଡେନ୍‌ ଶତକ ପରେ ଋତୁରାଜ ଗାଏକୱାଡଙ୍କ 77 ଓ ରିଙ୍କୁ ସିଂଙ୍କ 48 ରନର ବିସ୍ଫୋରକ ପାଳି ବଳରେ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 234 ରନର ବିଶାଳ ସ୍କୋର କରିଥିଲା ଭାରତ । ଜବାବରେ 134ରେ ଅଲ୍‌ ଆଉଟ୍‌ ହୋଇଛି ଜିମ୍ବାୱେ । ପ୍ରଥମ ମ୍ୟାଚ୍‌ ପରାଜୟର ପ୍ରତିଶୋଧ ପୂର୍ବକ ଦ୍ବିତୀୟ ମ୍ୟାଚ୍‌କୁ 100 ରନରେ ଜିତି ସିରିଜକୁ 1-1ରେ ବରାବର କରିଛି ଟିମ୍‌ ଇଣ୍ଡିଆ ।

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଦ୍ବିତୀୟ ଓଭରର ଦ୍ବିତୀୟ ବଲରେ ଭାରତକୁ ପ୍ରଥମ ଝଟ୍‌କା ଦେଇଥିଲା ଜିମ୍ବାୱେ । ଅଧିନାୟକ ଶୁଭମନ ଗିଲ୍‌ କେବଳ 2 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ କିନ୍ତୁ ଭାରତୀୟ ପାଳିକୁ ପବନ ଗତି ଦେଇଥିଲେ ଅଭିଷେକ ଶର୍ମା । ସେ କେବଳ 46 ବଲରେ 7 ଚୌକା ଓ 8 ଛକା ବଳରେ ନିଜ ଟି20 କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାପର ବଲ୍‌ରେ ହିଁ ସେ ନିଜ ୱିକେଟ୍‌ ହରାଇଥିଲେ । ଅନ୍ୟପଟେ ଅଭିଷେକଙ୍କୁ ଭରପୁର ସାଥ ଦେଇଥିବା ଋତୁରାଜ ଗାଏକୱାଡ ନିଜ ପାଳିକୁ ଗତି ଦେଇଥିଲେ । ସେ ମଧ୍ୟ 47 ବଲରୁ 77 ରନର ଦମଦାର ଇନିଂସ୍‌ ଖେଳିଥିଲେ । ଶେଷରେ ରିଙ୍କୁ ସିଂ ମଧ୍ୟ ନିଜର ଚିରାଚରିତ ଢଙ୍ଗରେ ପାଳି ଶେଷ କରିଥିଲେ । ସେ 22 ବଲରେ 2 ଚୌକା ଓ 5 ଛକା ବଳରେ ବିସ୍ଫୋରକ 48 ରନ କରି ଦଳୀୟ ସ୍କୋରକୁ 200 ପାର କରାଇଥିଲେ । ତେବେ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍‌ ହରାଇ 234 ରନର ବିଶାଳ ସ୍କୋର କରିଥିଲା ଭାରତ ।

ଏହା ବି ପଢନ୍ତୁ- ଜିମ୍ବାୱେ ଆଗରେ ଆଣ୍ଠେଇଲା ଟିମ୍‌ ଇଣ୍ଡିଆ; ଜବରଦସ୍ତ ବୋଲିଂ ସତ୍ତ୍ବେ ବ୍ୟାଟର ଚିତ୍‌ପଟାଙ୍ଗ

ଏହାପରେ ପ୍ରଥମ ମ୍ୟାଚ୍‌ ଜିତିଥିବା ଜିମ୍ବାୱେକୁ ଦ୍ବିତୀୟ ମ୍ୟାଚ୍‌ ଜିତିବାକୁ 235 ରନ ଆବଶ୍ୟକ ଥିଲା । ହେଲେ ପ୍ରଥମ ଓଭରରେ ହିଁ ଜିମ୍ବାୱେ ଓପନର ଇନୋସେଣ୍ଟ କାୟା ନିଜ ୱିକେଟ୍‌ ହରାଇଥିଲେ । ମୁକେଶ କୁମାରଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ କାୟା । ଏହାପରେ ପାଳିକୁ ଆଗେଇ ନେଉଥିବା ୱେସଲି ମାଧେବେର ଓ ବ୍ରାଏନ ବେନ୍ନେଟ୍‌ ଯଥାକ୍ରମେ 43 ଓ 26 ରନ କରି ଆଉଟ୍‌ ହୋଇଥିଲେ । ଜିମ୍ବାୱେ ପକ୍ଷରୁ ଜୋନାଥନ କ୍ୟାମ୍ପବେଲ୍‌ (10) ଓ ଲ୍ୟୁକ୍‌ ଜୋଙ୍ଗୱେ (33)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିପାରିନଥିଲେ । ଫଳରେ 235 ଟାର୍ଗେଟ ନେଇ ଖେଳୁଥିବା ଦଳ କେବଳ 134 ରନରେ ସମସ୍ତ ୱିକେଟ୍‌ ହରାଇଥିଲା ।

ଭାରତ ପକ୍ଷରୁ ଏହି ପାଳିରେ ବେଶ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ମୁକେଶ କୁମାର ଓ ଅଭେଶ ଖାନ 3ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରି ଜିମ୍ବାୱେ ବ୍ୟାଟିଂ କ୍ରମକୁ ଭାଙ୍ଗି ଦେଇଥିଲେ । ରବି ବିଷ୍ଣୋଇ 2ଟି ଓ ୱାଶିଂଟନ ସୁନ୍ଦର ଗୋଟିଏ ୱିକେଟ୍‌ ନେଇ ଭାରତକୁ 100 ରନରେ ଜିତାଇବାରେ ସହାୟକ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details