ହାଇଦ୍ରାବାଦ: ସ୍ଥାନୀୟ ଉପଲ୍ଲ ଷ୍ଟାଡିୟମରେ ଟିମ୍ ଇଣ୍ଡିଆର T20I (ଟି-20 ଅନ୍ତର୍ଜାତୀୟ)ରେ ରେକର୍ଡ । ଟେଷ୍ଟ ପ୍ଲେଇଂ ଟିମ୍ ଭାବେ ସର୍ବାଧିକ ସ୍କୋର ହାସଲ । 6 ଓ୍ବିକେଟ ବିନିମୟରେ ରେକର୍ଡ 297 ରନ ସ୍କୋର କଲା ଟିମ୍ ଇଣ୍ଡିଆ ।
ସାମସନଙ୍କ ବିସ୍ଫୋରକ ଶତକହାଇଦ୍ରାବାଦରେ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ । ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ରେ ସଞ୍ଜୁଙ୍କ ସଫଳତା । ୪୦ ବଲ୍ରେ ଶତକ କରି ରେକର୍ଡ ବୁକ୍ରେ ସାମସନ । ତୃତୀୟ ଦ୍ରୁତତମ ଶତକ କଲେ ସଞ୍ଜୁ ସାମସନ । ୯ଟି ଚୌକା ଓ ୮ଟି ଛକା ବଳରେ ଶତକ କଲେ ।
ଭାରତର ରେକର୍ଡ ସ୍କୋର ୨୯୭/୬ ଜବାବରେ ବାଂଲାଦେଶ ମାତ୍ର 164 ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ଭାରତ ଏହି ମ୍ୟାଚକୁ 133 ରନରେ ଜିତିବା ସହିତ ସିରିଜକୁ 3-0ରେ କବଜା କହିଛି ।
ବାଂଲାଦେଶ ବିପକ୍ଷରେ ଭାରତର ରନ୍ ବର୍ଷା; ୨୯୭/୬
- ଅନ୍ତର୍ଜାତୀୟ ଟି-୨୦ରେ ଭାରତର ସର୍ବାଧିକ ସ୍କୋର
- ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ମଧ୍ୟରେ ସର୍ବାଧିକ ଇନିଂସ ସ୍କୋର
- କୌଣସି ଟି-୨୦ ଇନିଂସରେ ମୋଟ୍ ୪୭ ବାଉଣ୍ଡରୀ ସର୍ବାଧିକ
ଏହା ବି ପଢନ୍ତୁ-ତୃତୀୟ ଟି20ରେ ରେକର୍ଡ ବର୍ଷା; ହାଇଦ୍ରାବାଦରେ ଅନେକ ରେକର୍ଡ କଲା ଟିମ୍ ଇଣ୍ଡିଆ
ଏହା ବି ପଢନ୍ତୁ- ପ୍ରଥମ ମ୍ୟାଚ୍ ପରେ ହାର୍ ମାନିଗଲେ ବାଂଲା ଅଧିନାୟକ ! କହିଲେ ଆମେ ଜାଣନୁ କେମିତି ହୁଏ ଟି20ରେ 180 ରନ
ସାମସନ୍ଙ୍କ ଜବରଦସ୍ତ ଶତକ
- ସଞ୍ଜୁ ସାମସନଙ୍କ ଜବରଦସ୍ତ ଶତକ
- ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ରେ ଶତକ
- ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଟି-୨୦ ଶତକ
- 40 ବଲରୁ ଶତକ
- ଦୃତ ତମ ଶତକ ହାସଲରେ ରୋହିତ ଶର୍ମାଙ୍କ ପରେ ଦ୍ବିତୀୟ
- 35 ବଲରୁ ଶତକ ମାରିଥିଲେ ରୋହିତ
ଟେଷ୍ଟ ଖେଳୁଥିବା ଟିମ୍ର ଟି-20ରେ ସର୍ବାଧିକ ସ୍କୋର-
ହାଇଦ୍ରାବାଦ ମ୍ୟାଚରେ ଆଇସିସି ଟେଷ୍ଟ ଖେଳୁଥିବା ଦଳ ମଧ୍ୟରେ ସର୍ବାଧିକ ଟି-20 ସ୍କୋର କରିବା ରେକର୍ଡ କରିଛି ଭାରତୀୟ ଦଳ । ଏହାପୂର୍ବରୁ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ଏକ ଟି-20 ମ୍ୟାଚ୍ରେ 278 ରନ୍ ସଂଗ୍ରହ କରିଥିଲା । ହେଲେ ଭାରତୀୟ ଦଳ ମୋଟ 297 ରନ୍ କରି ଏହି ରେକର୍ଡ ଭାଙ୍ଗିଛି । ଏହା ବ୍ୟତୀତ ଭାରତୀୟ ଦଳ ମଧ୍ୟ ନିଜର ପୂର୍ବ ସର୍ବାଧିକ ଟି20 ସ୍କୋର ରେକର୍ଡ ଭାଙ୍ଗିଛି । ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଏକ ଟି20 ମ୍ୟାଚ୍ରେ 260 ରନ୍ ସ୍କୋର କରିଥିଲା ଟିମ୍ ଇଣ୍ଡିଆ ।