ହାଇଦ୍ରାବାଦ:କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବୁଧବାରଠୁ ଆରମ୍ଭ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ପ୍ରଥମ ଦିବସ ବିନା ଗୋଟିଏ ବଲ ପଡି ବାତିଲ ହୋଇଛି । ଆଜି ଖେଳ ଆରମ୍ଭ ହୋଇ ପାରି ନାହିଁ । ବର୍ଷା ପାଇଁ ଆଜିର ଦିନ ଧୋଇଯାଇଛି ।
ଆଜି ଦିନ 2.34 ମିନିଟ ସମୟରେ ପ୍ରଥମ ଦିନର ଖେଳ ବାତିଲ ହୋଇଥିଲା । ପ୍ରବଳ ବର୍ଷା ପାଇଁ ଆଜି ଗୋଟିଏ ବି ବଲ ପଡି ପାରିନାହିଁ । ଦିନ 2ଟା ସମୟରେ ମ୍ୟାଚ ଅଫିସିଆଲ ପିଚ ଅନ୍ବେଷଣ ପାଇଁ ଆସି ପ୍ରଥମ ଦିନର ଖେଳ ବାତିଲ କରିଥିଲେ ।
ଦିନର ଆରମ୍ଭରେ ଟସ୍ ବିଳମ୍ବ ହୋଇଥିଲା । ନିର୍ଦ୍ଧାରିତ ସମୟ 9ଟା ସମୟରେ ଟସ୍ ହୋଇ ପାରି ନଥିଲା । ଆଜି ସକାଳୁ ସହରରେ ପ୍ରବଳ ବର୍ଷା ଲାଗିରହିଥିଲା ସେହି କାରଣରୁ ଟସ୍ ମଧ୍ୟ ବିଳମ୍ଭ ହୋଇଥିଲା । ତେବେ ଖରାପ ପାଗ ସତ୍ତ୍ବେ ପଡିଆରେ ଖେଳ ଦେଖିବାକୁ ଫ୍ୟାନ୍ସଙ୍କ ଭିଡ ଜମିଥିଲା । ତେବେ ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ଜସଶ୍ବୀ ଜୟଶ୍ବାଲଙ୍କ ଇନଡୋର୍ ବ୍ୟାଟିଂ ଦେଖିଥିଲେ ଫ୍ୟାନ୍ସ । ସହାୟକ କୋଚ ଅଭିଷେକ ନାୟରଙ୍କ ସହିତ ନେଟ୍ ସେସନରେ ବ୍ୟାଟିଂ କରିଥିଲେ ବିରାଟ କୋହଲି ।
ଏହା ବି ପଢନ୍ତୁ- ନ୍ୟୁଜିଲାଣ୍ଡ ଟେଷ୍ଟ ପାଇଁ ଭାରତୀୟ ଦଳ, ବୁମରା ଉପ ଅଧିନାୟକ