ରାଜକୋଟ: ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ରାଜକୋଟରେ ଖେଳୁଛି ଭାରତ । ଶୁକ୍ରବାର ଏହି ମ୍ୟାଚ୍ର ଦ୍ବିତୀୟ ଦନର ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନରେ ପ୍ରଥମେ ଭାରତ ଏହାର ପ୍ରଥମ ଇନିଂସ୍ 445 ରନରେ ଶେଷ କରିଥିଲା । ଏହାପରେ ପ୍ରଥମ ପାଳି ଆରମ୍ଭ କରିଛି ଇଂଲଣ୍ଡ । ତେବେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ 2 ୱକେଟ୍ ହରାଇ 207 ରନ କରିଛି । ଏହା ସହିତ ଭାରତ ବର୍ତ୍ତମାନ ସୁଦ୍ଧା 238 ରନ ଆଗରେ ରହିଛି ।
ଭାରତ ପ୍ରଥମ ପାଳି: ମ୍ୟାଚର ପ୍ରଥମ ଦିନରେ ଟସ୍ ଜିତିବା ପରେ ଭାରତର ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ରୋହିତ ଶର୍ମା ଓ ଯଶସ୍ବୀ ଜୈଶୱାଲ । ମାତ୍ର ୧୦ ରନ୍ ରେ ଯଶସ୍ବୀ ଆଉଟ୍ ହୋଇଥିଲେ । ଏହାପରେ ଷ୍ଟାର ପ୍ଲେୟାର ଶୁଭମନ ଗିଲ୍ ବ୍ୟାଟିଂ କରିବାକୁ ଆସି ଖାତା ଖୋଲି ପାରିନଥିଲେ । ସେ ଆଉଟ୍ ହେବାପରେ ପାଳି ସମ୍ଭାଳିଥିଲେ ରୋହିତ । ଗୋଟିଏ ପରେ ଗୋଟିଏ ଛକା ଚଉକା ମାରି ଶତକ ହାସଲ କରିଥିଲେ । ହିଟ୍ ମ୍ୟାନ ରୋହିତ ୧୯୬ ବଲ୍ ଖେଳି ୧୪ଟି ଚୌକା ଓ ୩ଟି ଛକା ସହ ୧୩୧ ରନ କରିଥିଲେ । ସେହିପରି ରବୀନ୍ଦ୍ର ଜାଡେଜା ମଧ୍ୟ ବିସ୍ଫୋରକ ବ୍ୟାଟିଂ ଶତକ ହାସଲ କରିଥିଲେ । ଡେବ୍ୟୁ ମ୍ୟାଚ୍ରେ ଶର୍ଫରାଜ ଖାନ ମଧ୍ୟ ଚମତ୍କାର ଅର୍ଦ୍ଧଶତକୀଲ ପାଳି ଖେଳିଥିଲେ । ତେବେ ଦ୍ବିତୀୟ ଦିନରେ 445 ରନରେ ଅଲ୍ଆଉଟ ହୋଇ ପ୍ରଥମ ଇଂନିସ ଶେଷ କରିଥିଲା ଘରୋଇ ଦଳ ।
ଇଂଲଣ୍ଡ ପ୍ରଥମ ପାଳି: ଇଂଲଣ୍ଡ ପାଇଁ ଦୁଇ ଓପନର ବେନ୍ ଡକେଟ୍ ଓ ଜ୍ୟାକ୍ କ୍ରାଓଲି ନିଜ ଦଳକୁ ବେଶ ଭଲ ଆରମ୍ଭ ଦେଇଥିଲେ । ହେଲେ ଭାରତକୁ ବ୍ରେକ୍ ଥ୍ରୋ ଦୋଇଥିଲେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ସେ କ୍ରାଓଲିଙ୍କୁ ପ୍ରଥମ ଶିକାର ଭାବେ ପାଭିଲିୟନ ଫେରାଇଥିଲେ । କେବଳ 15 ରନ କରି ଆଉଟ୍ ହୋଇଥିଲେ କ୍ରାଓଲି । ଅନ୍ୟତମ ଓପନର ବେନ୍ ଡକେଟ୍ ଆଜି ଶତକ ପୂରଣ କରିଥିଲେ । ସେ 133 ରନ କରି ପିଚ୍ରେ ମହଜୁଦ ଅଛନ୍ତି । ଅନ୍ୟପଟେ ଓଲି ପୋପ୍ଙ୍କୁ ମହମ୍ମଦ ସିରାଜ ଆଉଟ୍ କରି ଭାରତକୁ ଦ୍ବିତୀୟ ସଫଳତା ଦେଇଥିଲେ । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଡକେଟ୍ 133 ଓ ଜୋ ରୁଟ୍ 9 ରନ କରି କାଲି ଖେଳ ଆରମ୍ଭ ପାଇଁ ମହଜୁଦ ରହିଛନ୍ତି ।