ଓଡିଶା

odisha

ETV Bharat / sports

ସିଡନୀରେ ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ପଛୁଆ - INDIA VS AUSTRALIA 5TH TEST

ସିଡନୀ ଟେଷ୍ଟ ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ । ଅଷ୍ଟ୍ରେଲିଆ ୧୮୧ ରନରେ ଅଲ ଆଉଟ । ଭାରତ ପ୍ରଥମ ଇନିଂସରେ ଆଗୁଆ ।

Etv Bharat
Etv Bharat ((AP))

By ETV Bharat Odisha Team

Published : Jan 4, 2025, 10:31 AM IST

Updated : Jan 4, 2025, 11:24 AM IST

ହାଇଦ୍ରାବାଦ: ସିଡନୀ ଗ୍ରାଉଣ୍ଡରେ ଆତଙ୍କ ମଚାଇଲେ ଭାରତୀୟ ବୋଲର । ବ୍ୟାଟିଂ ବିଭାଗ ଫେଲ ପରେ ଚମକିଲା ବୋଲିଂ ବିଭାଗ । ଘାତକ ବୋଲିଂ କରି କଙ୍ଗାରୁ ବ୍ୟାଟରଙ୍କୁ ପାଣି ପିଆଇଲା ଟିମ୍‌ ଇଣ୍ଡିଆ । ଭାରତୀୟ ଦଳ ପେସ ଆକ୍ରମଣରେ ଚିତପଟାଙ୍ଗ ଅଷ୍ଟ୍ରେଲିଆ ଦଳ । ପ୍ରଥମ ଇନିଂସରେ 51 ଓଭରରେ 181 ରନ କରି ଅଲଆଉଟ ହେଲା ଘରୋଇ ଦଳ । ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୩ଟି ଲେଖାଏଁ ଓ୍ବିକେଟ ମିଳିଛି । ନୀତିଶ ଓ ବୁମରା ୨ଟି ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି ।

ବୁମରା ଅସୁସ୍ଥ:

ଭାରତୀୟ ଦଳର ଅଧିନାୟକ ବୁମରା ଆଜି ଦ୍ବିତୀୟ ଦିନର ଖେଳରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥିବା ସୂଚନା ଦିଆଯାଇଛି । ବୁମରାଙ୍କ ଅନୁପସ୍ଥିତିରେ ଅଧିନାୟକ ଭାର ସମ୍ଭାଳିଲେ ବିରାଟ କୋହଲି ।

କଙ୍ଗାରୁ ବ୍ୟାଟରଙ୍କୁ ଶିକାର କଲେ ଭାରତୀୟ ବୋଲର:

ବର୍ଡର ଗାଭାସ୍କର ଟ୍ରଫିର ଅନ୍ତମ ମ୍ୟାଚ ଗତକାଲିଠାରୁ ସିଡନୀ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି । 185 ରନରେ ଭାରତ ପ୍ରଥମ ଇନିଂସରେ ଅଲ ଆଉଟ ହେବା ପରେ ଘରୋଇ ଦଳ ପ୍ରଥମ ପାଳି ଆରମ୍ଭ କରି ଷ୍ଟମ୍ପ ଅପସାରଣ ସୁଦ୍ଧା ଗୋଟିଏ ଓ୍ବିକେଟ ହରାଇ 9 ରନ କରିଥିଲା । ଆଜି ଦ୍ବିତୀୟ ଦିନରେ ମ୍ୟାଚ ଆରମ୍ଭ ହୋଇଥିଲା । ଆରମ୍ଭରୁ ପଡିଆରେ ଆତଙ୍କ ଖେଳାଇଥିଲେ ଭାରତୀୟ ବୋଲର । ପଡିଆରେ ବେଶୀ ସମୟ ତିଷ୍ଟିବା ବିପକ୍ଷ ଦଳ ପାଇଁ ମୁସକିଲ ହୋଇ ପଡିଥିଲା । ଘାତକ ବୋଲିଂ କରି ଜଣଙ୍କ ପରେ ଜଣେ କଙ୍ଗାରୁ ବ୍ୟାଟରଙ୍କୁ ଶିକାର କରିଥିଲେ ଭାରତୀୟ ବୋଲର । ପ୍ରଥମେ ବୁମରା ଏବଂ ପରେ ସିରାଜ ଓ ତାପରେ କ୍ରିଷ୍ଣା ଏବଂ ଶେଷରେ ନୀତିଶ ରେଡ୍ଡି ବଲକୁ ବୋମା ପରି ଫିଙ୍ଗିଥିଲେ । ଫଳରେ ଜଣେ ଖେଳାଳିଙ୍କୁ ଛାଡ଼ି ଦେଲେ ଆଉ କେହି ବି ବ୍ୟାଟର ଅର୍ଦ୍ଧଶତକ କରିପାରି ନଥିଲେ । 6 ଜଣ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ । ଫିଲ୍ଡିରେ ବିସ୍ଫୋରକ ବ୍ୟାଟିଂ କରିଥିବା ବ୍ୟାଟର ଲୟ ହରାଇ ପାଭିଲିୟନକୁ ଫେରିଥିଲେ । ମହମ୍ମଦ ସିରାଜ ଓ କ୍ରିଷ୍ଣା 3ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ବୁମରା ଓ ନୀତିଶ 2ଟି ଓ୍ବିକେଟ ଅକ୍ତିର କରିଥିଲେ ।

ଭାରତର ଦ୍ବିତୀୟ ଇନିଂସ :

ଭାରତ ପ୍ରଥମ ଇନିଂସରେ ୧୮୫ ରନ କରିଥିବା ବେଳେ, ଅଷ୍ଟ୍ରେଲିଆର ପ୍ରଥମ ପାଳି ୧୮୧ ରନରେ ଶେଷ ହୋଇଛି । ଫଳରେ ପ୍ରଥମ ଇନିଂସ ଭିତ୍ତିରେ ଭାରତ ୪ ରନରେ ଆଗୁଆ ରହିଛି । ଏପଟେ ଆରମ୍ଭ ହୋଇଛି ଭାରତର ଦ୍ବିତୀୟ ଇନିଂସ । 13 ଓଭରରେ 3 ଓ୍ବିକେଟ ହରାଇ 59 ରନ କରିଥିଲା ଭାରତ । ଜୟସ୍ବାଲ 22, ରାହୁଲ 13, କୋହଲି 6 ରନରେ ଆଉଟ ହୋଇଛନ୍ତି । ସ୍କଟ ବୋଲାଣ୍ଡଙ୍କ ଏହି 3 ଖେଳାଳିଙ୍କୁ ଆଉଟ କରିଛନ୍ତି । ସୂଚନାଯୋଗ୍ୟ ଯେ, ୫ଟିକିଆ ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ୪ଟି ମ୍ୟାଚ ସରିଥିବା ବେଳେ, ଅଷ୍ଟ୍ରେଲିଆ ୨-୧ରେ ସିରିଜ ଆଗୁଆ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ-

ଭାରତୀୟ ବ୍ୟାଟରଙ୍କ ଫ୍ଲପ ସୋ ଜାରି; ୧୮୫ରେ ଅଲ ଆଉଟ ଟିମ୍ ଇଣ୍ଡିଆ, ସ୍କଟ ବୋଲାଣ୍ଡଙ୍କୁ ୪ ଓ୍ବିକେଟ - IND VS AUS 5TH TEST

ରୋହିତଙ୍କ ନାମରେ ଅଲୋଡା ରେକର୍ଡ, ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ - ROHIT SHARMA EMBARRASSING RECORD

ଅଷ୍ଟ୍ରେଲିଆ ଆଗରେ ଆତ୍ମସମର୍ପଣ କଲା ଭାରତ, କଙ୍ଗାରୁ ଦଳ ୨-୧ରେ ସିରିଜ ଆଗୁଆ - INDIA VS AUSTRALIA 4TH TEST

Last Updated : Jan 4, 2025, 11:24 AM IST

ABOUT THE AUTHOR

...view details