କଟକ:କଟକରେ ଟିକେଟ ଦଲାଲ ସକ୍ରିୟ । ବ୍ଲାକରେ ବିକ୍ରି ହେଉଛି ବାରବାଟୀ ଦିନିକିଆ ଟିକେଟ । ମ୍ୟାଚକୁ ଆଉ ଗୋଟିଏ ଦିନ ବାକିଥିଲା ବେଳେ କମିଶନରେଟ ପୋଲିସ ହ୍ୟାଣ୍ଡକପରେ ଟିକେଟ ଦଲାଲ । ୯ ତାରିଖରେ ଇଣ୍ଡିଆ ବନାମ ଇଂଲଣ୍ଡ ମ୍ୟାଚ୍ ଟିକେଟକୁ ବ୍ଲାକରେ ବିକ୍ରି ଘଟଣାରେ ଆଜି ମୋଟ ୭ ଜଣଙ୍କୁ ଗିରଫ କରିଛି କଟକ କମିଶନରେଟ୍ ପୋଲିସ । ବାରବାଟୀ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ କଳାବଜାରୀ । 7 ଯୁବକଙ୍କୁ ଗିରଫ କଲା କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଡିଲ୍ ବେଳେ ମାଡ଼ି ବସିଲା ସାଦା ପୋଷାକଧାରୀ ପୋଲିସ ।
Black marketing (ETV BHARAT ODISHA) ଟିକେଟ କଳାବଜାରୀ ୭ ଗିରଫ
- ବାରବାଟୀ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ କଳାବଜାରୀ
- ଟିକେଟ କେଳେଙ୍କାରୀ ଅଭିଯୋଗରେ ୭ ଗିରଫ
- ୨୫ ଟିକେଟ ସହ ୩୦ ହଜାର ଟଙ୍କା ଜବତ
- ୪ଟି ମାମଲାରେ ୭ ଜଣଙ୍କୁ ଗିରଫ କଲା ପୋଲିସ
- ଦରଘାବଜାର ଥାନାରେ ଗୋଟିଏ ମାମଲା, ୩ ଗିରଫ
- କ୍ୟାଣ୍ଟନମେଣ୍ଟ ଥାନାରେ ୩ ମାମଲା, ୪ ଗିରଫ
ବାରବାଟୀ ଦିନିକିଆ ଟିକେଟ କଳାବଜାରୀ (ETV Bharat Odisha) ହେବ ଦୃଢ କାର୍ଯ୍ୟାନୁଷ୍ଠାନ:
"ଦରଘା ବଜାର ଓ କ୍ୟାଣ୍ଟନମେଣ୍ଟ ଥାନାରେ ଚାରୋଟି ମାମଲା ରୁଜୁ କରାଯାଇ ଅଫ୍ ଲାଇନରେ ଟିକେଟ ବିକ୍ରି କରୁଥିବା ବେଳେ ୭ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ ୩୦ ହଜାର ଟଙ୍କା ଓ ୨୫ଟି ଟିକେଟ ମଧ୍ୟ ଜବତ୍ କରାଯାଇଛି । ଏହା ସହ ସୋସିଆଲ ମିଡିଆରେ ଟିକେଟ ବ୍ଲାକ କରାଯାଉଥିବା ଘଟଣା ଉପରେ ମଧ୍ୟ ସାଇବର ଥାନା ପୋଲିସ ନଜର ରଖିଛି । ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ବିନା ଟିକେଟ ଖେଳ ସମୟରେ ପଡ଼ିଆରେ ପ୍ରବେଶ କରିଥିବା କିମ୍ବା ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ," ବୋଲି କହିଛନ୍ତିକଟକ ଡିସିପି ଜଗମୋହନ ମୀନା ।
ଏହା ବି ପଢନ୍ତୁ- Exclusive: ହାଇସ୍କୋରିଂ ମ୍ୟାଚ ନା ବୋଲର କରିବେ କମାଲ ? କାହିଁକି ଚେସବୋର୍ଡ ଡିଜାଇନ୍ - INDIA ENGLAND ODI MATCH
ଏହା ବି ପଢନ୍ତୁ- ବାରବାଟୀ କ୍ରିକେଟ ଷ୍ଟାଡିୟମରେ ଟିକେଟ ପାଇଁ ଦଳାଚକଟା; 10 ଆହତ, ଭିଡ ଏଡାଇବାରେ ପୋଲିସ ନାକେଦମ - TICKET SALE AT BARABATI STADIUM
Black marketing (ETV BHARAT ODISHA) 3 ଗୁଣା ଦାମରେ ଟିକେଟ ବିକିଲେ ଦଲାଲ:
ଡିସିପି ଜଗମୋହନ ମୀନା ଆହୁରି କହିଛନ୍ତି, "ଗତ ୫ ତାରିଖରେ ବିକ୍ରି ହୋଇଥିଲା ଅଫଲାଇନ ଟିକେଟ । ପାଖାପାଖି ୧୨ ହଜାର ଟିକେଟ ସାଧାରଣ ଲୋକଙ୍କ ପାଇଁ ଷ୍ଟାଡିୟମରେ ଥିବା ବିଭିନ୍ନ କାଉଣ୍ଟରରେ ବିକ୍ରି ହୋଇଥିଲା । ଏହି ସମୟରେ ଟିକେଟ ଅନୁସାରେ ଲୋକଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇବାରୁ ଦଳାଚକଟା ଦୃଶ୍ୟ ସାମ୍ନାକୁ ଆସିଥିଲା । ବିଶେଷ କରି ଟିକେଟକୁ କ୍ରିକଟ ପ୍ରେମୀ ନୁହଁ ବରଂ ଦଲାଲ, ଦିନ ମଜୁରିଆ ମାନେ କିଣିବାକୁ ସଫଳ ହୋଇଥିଲେ । ଏହି ଟିକେଟକୁ କିଣି ତିନି ଗୁଣା ଅଧିକ ରେଟରେ ବିକ୍ରି କରିଥିଲେ ଅନେକ ଦଲାଲ । ଏପରିକି ସୋସିଆଲ ମିଡିଆରେ ଟିକେଟ ବିକ୍ରି ବିଜ୍ଞାପନ ପ୍ରସାରଣ କରିଥିଲେ ଅନେକ ଦୁର୍ବୁତ୍ତ । ଏହି ଆଧାର ରେ ଆଜି ସାତ ଜଣ ଗିରଫ ହୋଇଥିଲା ବେଳେ ଆଗମୀ ଦିନରେ ଏହା ଆହୁରି ସଂଖ୍ୟା ବୃଦ୍ଧି ପାଇବ ।"
Black marketing (ETV BHARAT ODISHA)
6 ବର୍ଷ ପରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ:
6 ବର୍ଷ ପରେ ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ । ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆର ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯିବା ପରେ ଦ୍ୱିତୀୟ ମ୍ୟାଚ ଆସନ୍ତା 9 ତାରିଖରେ ବାରବାଟୀରେ ଖେଳାଯିବ ।
ଇଟିଭି ଭାରତ, କଟକ