ଓଡିଶା

odisha

ETV Bharat / sports

IND VS SA: ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ, ସ୍ପିନ ଆଟାକ୍କରେ ଫସିଲା ଦକ୍ଷିଣ ଆଫ୍ରିକା, 61 ରନରେ ଭାରତର ବିଜୟ

4ଟିକିଆ ମ୍ୟାଚ ବିଶିଷ୍ଟ ଟି 20 ସିରିଜର ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ବିଜୟୀ । 61 ରନରେ ହାରିଲା ଦକ୍ଷିଣ ଆଫ୍ରିକା ।

IND VS SA
IND VS SA (AP)

By ETV Bharat Odisha Team

Published : Nov 9, 2024, 7:22 AM IST

ହାଇଦ୍ରାବାଦ: ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ଓ ସ୍ପିନ ବୋଲିଂରେ ଚିତପଟାଙ୍ଗ ସାଉଥ ଆଫ୍ରିକା । 4ଟିକିଆ ମ୍ୟାଚ ବିଶିଷ୍ଟ ଟି 20 ସିରିଜର ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ବିଜୟୀ ହୋଇଛି । 61 ରନରେ ଘରୋଇ ଦଳକୁ ପରାସ୍ତ କରିଛି ମେନ ଇନ ବ୍ଲୁ । ମାତ୍ର 47 ବଲରେ ଶତକ ହାସଲ କରିଛନ୍ତି ସଞ୍ଜୁ । ଟି ଟ୍ବେଣ୍ଟିରେ କ୍ରମାଗତ ଦ୍ବିତୀୟ ଶତକ ହାସଲ କରିବାରେ ସେ ରେକର୍ଡ କରିଛନ୍ତି । ବରୁଣ ଓ ରବି 3ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ସଞ୍ଜୁଙ୍କ ଶତକୀୟ ପାଳି:

ଗତକାଲି ଦକ୍ଷିଣ ଆଫ୍ରିକାର କିଙ୍ଗ୍ସମେଡ ଗ୍ରାଉଣ୍ଡରେ ରାତି ସାଢେ 8ଟାରେ ଆରମ୍ଭ ହୋଇଥିଲା ମ୍ୟାଚ । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଘରୋଇ ଦଳ , ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ସୂର୍ଯ୍ୟ ବାହିନୀ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ସଞ୍ଜୁ ଓ ଅଭିଷେକ ଶର୍ମା । ପ୍ରଥମରୁ ସଞ୍ଜୁ ଆକ୍ରମକ ଆରମ୍ଭ କରିଥିଲେ । ତାଙ୍କ ବ୍ୟାଟରୁ ଖାଲି ଛକା ଚୌକାର ବର୍ଷା ହୋଇଥିଲା । ଅଭିଷେକ ଶର୍ମା ମାତ୍ର 7 ରନ କରି ପାଭିଲିୟନ ଫେରିଯାଇଥିଲେ, କିନ୍ତୁ ସଞ୍ଜୁଙ୍କ ବ୍ୟାଟକୁ ଅଟକାଇବା ଦକ୍ଷିଣ ଆଫ୍ରିକା ବୋଲରଙ୍କ ପାଇଁ କାଠିକର ପାଠ ହୋଇଥିଲା । 47 ବଲରେ ଶତକ ପୂରଣ କରିବା ସହ 50 ବଲରେ 107 ରନ କରି ଆଉଟ ହୋଇଥିଲେ ସେ । ସଞ୍ଜୁଙ୍କୁ ଛାଡି ଦେଲେ ଆଉ କୌଣସି ବ୍ୟାଟରଙ୍କ ବାଟ ଚାଲିନଥିଲା କିଙ୍ଗ୍ସମେଡ ଗ୍ରାଉଣ୍ଡରେ । ସୂର୍ଯ୍ୟକୁମାର 21, ତିଳକ ବର୍ମା 33, ପାଣ୍ଡ୍ୟା 2, ରିଙ୍କୁ 11 ରନ କରିଥିଲେ । 20 ଓଭରରେ 8 ଓ୍ବିକେଟ ହରାଇ 202 ରନ କରିଥିଲା ଭାରତ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଜର୍ଲାଡ 3, ମାରକୋ ଓ କେଶବ ମାହାରାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନ ଯିବନି ଭାରତ, ଜାଣନ୍ତୁ କେଉଁଠି ଖେଳାଯିବ ମ୍ୟାଚ ?

ଏହା ମଧ୍ୟ ପଢନ୍ତୁ-IND VS SA ପ୍ରଥମ T20 ମ୍ୟାଚ, କିଙ୍ଗ୍ସମେଡରେ କମାଲ ଦେଖାଇବ ସୂର୍ଯ୍ୟ କୁମାର ସେନା

ଭାରତୀୟ ଦଳର ବୋଲିଂ ଜାଲରେ ଫସିଲା ଦକ୍ଷିଣ ଆଫ୍ରିକା:

ଏହାପରେ 203 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା । କିନ୍ତୁ ରନ କରିବାରେ ଟପ ଅର୍ଡର, ମିଡିଲ ଅର୍ଡର ପୁରା ଫେଲ ମାରିଥିଲା । ଭାରତୀୟ ଦଳର ବୋଲିଂ ଜାଲରେ ଫସିଥିଲେ ଘରୋଇ ଦଳର ବ୍ୟାଟର । । ବରୁଣ, ରବି ଓ ଅଭେଷ ଖାନ ଘାତକ ବୋଲିଂ କରି ବ୍ୟାଟରଙ୍କ ବ୍ୟାଟ ଅଟକାଇ ଦେଇଥିଲେ । ଫଳରେ କୌଣସି ବି ବ୍ୟାଟର 30 ଅଙ୍କ ଛୁଇଁ ପାରିନଥିଲେ । 8 ରନ ହୋଇଥିବା ବେଳେ ଦଳର ପ୍ରଥମ ଓ୍ବିକେଟ ପଡିଥିଲା । ଅର୍ଶଦୀପଙ୍କ ବଲରେ ଆଉଟ ହୋଇଥିଲେ ଆଡେନ ମାରକ୍ରମ । ହେଲେରିଚ କ୍ଲାସେନଙ୍କ ଯାଦୁ ମଧ୍ୟ ଫିଲ୍ଡିଂରେ ଚାଲିନଥିଲା । ମାତ୍ର 25 ରନରେ ସେ ଆଉଟ ହୋଇଥିଲେ । ଓଭର ସରି ସରି ଚାଲିଛି ଓ୍ବିକେଟ ପଡି ପଡି ଚାଲିଛି କିନ୍ତୁ ରନ ବିଜୟ ରନ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବାରେ ବିଫଳ ହୋଇଥିଲେ ବ୍ୟାଟର ଶେଷରେ 17.5 ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ 141 ରନରେ ଅଟକିଥିଲା ।

ABOUT THE AUTHOR

...view details