ରାଜକୋଟ (ଗୁଜୁରାଟ): ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଠାରେ ମଙ୍ଗଳବାର ଦିନ ଖେଳାଯାଇଥିବା ତୃତୀୟ ଟି-20 ମ୍ୟାଚରେ ଭାରତ 26 ରନରେ ପରାସ୍ତ ହୋଇଛି । ଅତିଥି ଦଳ ଇଂଲଣ୍ଡ ପକ୍ଷରୁ ଦିଆଯାଇଥିବା 172 ରନ ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ନିର୍ଦ୍ଧିରତ 20 ଓଭରରେ 9 ଓ୍ବିକେଟ ହରାଇ ମାତ୍ର 145 ରନ ସ୍କୋର କରିଥିଲା ।
ଟିମ୍ ଇଣ୍ଡିଆ ଗତକାଲିର ପରାଜୟ ପରେ ସିରିଜ ବର୍ତ୍ତମାନ 2-1 ସ୍ଥିତିରେ ରହିଛି । ଏପଟେ କୌଣସି ବିଦେଶୀ ଦଳ 426 ଦନ ପରେ ଭାରତକୁ ଘରୋଇ ପିଚରେ ଅନ୍ତର୍ଜାତୀୟ ଟି-20 ମ୍ୟାଚରେ ହରାଇଛି । ପୂର୍ବରୁ 2023 ମସିହା ନଭେମ୍ଭର 28 ତାରିଖରେ ଗୌହାଟୀରେ ଖେଳାଯାଇଥିବା ଟି-20 ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ 5 ଓ୍ବିକେଟରେ ହରାଇଥିଲା ।
ଅତିଥି ଦଳ ଇଂଲଣ୍ଡ ଏହି ମ୍ୟାଚରେ ବିଜୟ ପରେ 5 ମ୍ୟାଚ ବିଶିଷ୍ଟ ସିରିଜ ବର୍ତ୍ତମାନ 2-1 ସ୍ଥିତିରେ ରହିଛି । 172 ରନର ଲକ୍ଷ୍ୟକୁ ପିଛା କରି ଭାରତୀୟ ବ୍ୟାଟର ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ କିନ୍ତୁ ଗୋଟିଏ ପରେ ଗୋଟିଏ ଓ୍ବିକେଟ ପତନ ପରେ ଚେସ୍ କରିବା ମହଙ୍ଗା ସାବ୍ୟସ୍ତ ହୋଇଥିଲା । ତେବେ ନିଜ ଘରେ ଇଂଲଣ୍ଡଠୁ ହାରିବାର କଣ ରହିଛି 5ଟି ପ୍ରମୁଖ କାରଣ ।
1- ଫିକା ପଡିଗଲା ଶାମୀଙ୍କ ରିଟର୍ନ୍ସ
ଭେଟେରାନ ଭାରତୀୟ ବୋଲର ମହମ୍ମଦ ଶାମୀଙ୍କ ରିଟର୍ନ୍ସ 436 ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫିକା ପଡିଗଲା । ଶାନଦାର ଫର୍ମରେ ଥିବା ବାମହାତୀ ବୋଲର ଅର୍ଶଦୀପ ସିଂଙ୍କ ବଦଳରେ ପ୍ଲେଇଂ 11ରେ ଶାମୀଙ୍କୁ ସ୍ଥାନ ମିଳିଥିଲା । କିନ୍ତୁ ଦମଦାର ପ୍ରଦର୍ଶନ କରିବାରେ ଫେଲ ମାରିଛନ୍ତି ଶାମୀ । ସେ ଗତକାଲି ମ୍ୟାଚରେ 3 ଓଭର ବୋଲିଂ କରି 25 ରନ ଖର୍ଚ୍ଚ କରି ଗୋଟିଏ ଓ୍ବିକେଟ ହାସଲ କରିଥିଲେ ।
2. ପୁଣି ଫେଲ୍ ମାରିଲେ ଓପନର ସାମସନ
ଇଂଲଣ୍ଡଠାରୁ ମ୍ୟାଚ ପରାଜୟର ଆଉ ଏକ ବଡ କାରଣ ଓପନର ସଞ୍ଜୁ ସାମସନ ଲଗାତାର ଭାବେ ତୃତୀୟ ମ୍ୟାଚରେ ଫେଲ ମାରିବା । ଟାର୍ଗେଟ ପିଛା କରି 3ଟି ମ୍ୟାଚରେ ସାମସନ ଫ୍ଲପ୍ ହୋଇଛନ୍ତି । ଅଭିଷେକ ଶର୍ମା ବିସ୍ଫୋରକ ଆରମ୍ଭ କରୁଥିବା ବେଳେ ସାମସନ ଲଗାତାର ଭାବେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି । ଗତକାଲି ମ୍ୟାତରେ ସର୍ଟପିଚ୍ ବଲକୁ ପୁଲ୍ ମାରିବାକୁ ଯାଇ ସାମସନ ମାତ୍ର 3 ରନର ବ୍ୟକ୍ତିଗତ ସ୍କରରେ ଆଉଟ ହୋଇଥିଲେ ।