ବିଶାଖାପାଟଣା: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଗିଲ୍ଙ୍କ ଧୂଆଁଧାର ଶତକ । ଦୀର୍ଘ ଦିନରୁ ଆଉଟ୍ ଅଫ୍ ଫର୍ମରେ ଥିବା ଗିଲ୍ଙ୍କ ଗୁରୁତ୍ବପୂର୍ଣ୍ଣ ଶତକୀୟ ପାଳି ବଳରେ ଇଂଲଣ୍ଡ ଆଗରେ ବିଶାଳ ଲକ୍ଷ୍ୟ ରଖିଲା ଭାରତ । ଭାରତ ଓ ଇଂଲଣ୍ଡ ମଧ୍ୟରେ ବିଶାଖାପାଟଣାରେ ଖେଳାଯାଉଥିବା ଟେଷ୍ଟର ଆଜି ୩ୟ ଦିନ । ଗତକାଲି (ଶନିବାର) ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଆଜି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ହେଲେ ଦଳକୁ ସଙ୍କଟରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ଗିଲ୍ । ସେ ରନର ଦମଦାର ପାଳି ଖେଳି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ଶେଷରେ
ଭାରତ ପ୍ରଥମ ପାଳି: ଏହି ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଯଦିଓ ଦଳକୁ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ ଦେଇଥିଲେ, ଅଧିନାୟକ ରୋହିତ କେବଳ ୧୪ ରନ କରି ଆଉଟ୍ ହୋଇଥିଲେ । ତେବେ ପ୍ରଥମ ପାଳିରେ କୌଣସି ଭାରତୀୟ ବ୍ୟାଟର ଅର୍ଦ୍ଧଶତକ ମଧ୍ୟ ହାସଲ କରିବାରେ ସକ୍ଷମ ହୋଇନଥିଲେ । ହେଲେ ଏକାକୀ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ଦ୍ବିଶତକ କରି ଇଂଲଣ୍ଡ ବିପକ୍ଷରେ ଭାରତକୁ ଦୃଢ଼ ସ୍ଥିତିକୁ ନେଇଥିଲେ । ସେ ୨୯୦ ବଲରୁ ୧୯ ଚୌକା ଓ ୭ ଛକା ବଳରେ ୨୦୯ ରନ ସଂଗ୍ରହ କରିଥିଲେ । ଜୟସ୍ବାଲଙ୍କ ସହ ଅନ୍ୟାନ୍ୟ ଛୋଟ ଛୋଟ ଭାଗିଦାରୀ ବଳରେ ଭାରତ ପ୍ରଥମ ପାଳିରେ ୩୯୬ ରନ କରିବାରେ ସକ୍ଷମ ହୋଇଥିଲା ।
ଇଂଲଣ୍ଡ ପ୍ରଥମ ପାଳି: ଶନିବାର ଦ୍ବିତୀୟ ଦିନ ଖେଳରେ ଭାରତ ଅଲ୍ ଆଉଟ୍ ହେବାପରେ ପ୍ରଥମ ପାଳି ବେଶ ଆକ୍ରାମକ ଭାବେ ଆରମ୍ଭ କରିଥିଲା ଇଂଲଣ୍ଡ । ଦଳ ପକ୍ଷରୁ ଏକାକୀ ଓପନର ଜ୍ୟାକ୍ କ୍ରାଓଲି ସର୍ବାଧିକ ୭୬ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ଅଧିନାୟକ ବେନ୍ ଷ୍ଟୋକ୍ସ ୪୭ ରନ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟର ୩୦ ରନ ମଧ୍ୟ କରିପାରିନଥିଲେ । ଫଳରେ ୨୫୩ରେ ସମସ୍ତ ୱିକେଟ୍ ହରାଇଥିଲା ଇଂଲଣ୍ଡ । ଭାରତୀୟ ସ୍ପିଡ୍ଷ୍ଟାର ଯଶପ୍ରୀତ ବୁମ୍ରା ଏକାକୀ ୬ ୱିକେଟ୍ ଅକ୍ତିଆର କରି ଭ୍ରମଣକାରୀ ଦଳର ବ୍ୟାଟିଂ ଲାଇନ୍ ଅପ୍ ଭାଙ୍ଗି ଦେଇଥିଲେ । ଫଳରେ ପ୍ରଥମ ପାଳିରେ ଭାରତ ଠାରୁ ୧୪୩ ରନ ପଛରେ ରହିଯାଇଥିଲା ଇଂଲଣ୍ଡ ।
ଏହା ମଧ୍ୟ ପଢ଼ନ୍ତୁ...୨୫୩ରେ ସରିଲା ଇଂଲଣ୍ଡର ପ୍ରଥମ ପାଳି: ବୁମ୍ରାଙ୍କୁ ୬ ୱିକେଟ୍, ୧୭୧ ରନରେ ଆଗୁଆ ଭାରତ