ଓଡିଶା

odisha

By ETV Bharat Sports Team

Published : 4 hours ago

ETV Bharat / sports

ଷ୍ଟାଡିୟମରେ ବାଂଲାଦେଶୀ ପ୍ରଶଂସକଙ୍କୁ ମାଡ଼ ! ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ; ଦେଖନ୍ତୁ ଭିଡିଓ, - IND vs BAN 2nd Test

Bangladesh Fan beaten up in 2nd test : କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ସମୟରେ ଜଣେ ବାଂଲାଦେଶୀ 'ସୁପର ଫ୍ୟାନ୍'ଙ୍କୁ ମାଡ ମାରିବା ଘଟଣା ସାମ୍ନାକୁ ଆସିଛି । ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ଅଧିକ ପଢ଼ନ୍ତୁ

Bangladesh Fan beaten up in 2nd test
Bangladesh Fan beaten up in 2nd test (IANS Photo)

କାନପୁର (ଉତ୍ତର ପ୍ରଦେଶ) :ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ କାନପୁରର ଐତିହାସିକ ଗ୍ରୀନ୍‌ପାର୍କ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚ୍ ଆରମ୍ଭ ହେବାର ଦେଢ଼ ଘଣ୍ଟା ପରେ ଯେତେବେଳେ ବର୍ଷା ହେତୁ ମଧ୍ୟାହ୍ନ ଭୋଜନ ବିରତି (ଲଞ୍ଚ ବ୍ରେକ୍‌) ଘୋଷଣା କରାଯାଇଥିଲା, ହଠାତ୍ ଷ୍ଟାଡିୟମର 7A ଗେଟ୍ ନିକଟରେ ଜଣେ ବାଂଲାଦେଶ ସମର୍ଥକଙ୍କୁ ମାଡ ମାରିବା ମାମଲାରେ ଷ୍ଟାଡିୟମ ଭିତରେ ଉତ୍ତେଜନା ସୃଷ୍ଟି କରିଥିଲା ।

ବାଂଲାଦେଶ ସମର୍ଥକଙ୍କୁ ମାଡ଼ :-

କଲ୍ୟାଣପୁର ଏସିପି ସମେତ ବହୁ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାଂଲାଦେଶୀ ସମର୍ଥକଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିବା ସେମାନେ କହିଛନ୍ତି । ଏହାପରେ ଚିକିତ୍ସା ପାଇଁ ପୋଲିସ ସହାୟତାରେ ତାଙ୍କୁ ଷ୍ଟାଡିୟମ ବାହାରେ ଥିବା ଡାକ୍ତରଖାନାକୁ ପଠାଯାଇଛି । ଅନ୍ୟପଟେ ପୁରା ଷ୍ଟାଡିୟମରେ ଏହି କଥା ବ୍ୟାପିଯାଇଥିଲା ହେଲା ଯେ ବାଂଲାଦେଶୀ ସମର୍ଥକଙ୍କୁ କିଛି ଗୁଣ୍ଡା ମାଡ଼ ମାରିଛନ୍ତି ।

ପିଟିଆଇ ରିପୋର୍ଟ ଅନୁଯାୟୀ, କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ସମୟରେ ବାଂଲାଦେଶ କ୍ରିକେଟ୍ ଦଳର 'ସୁପର ଫ୍ୟାନ୍' ଟାଇଗର ରବିଙ୍କୁ କିଛି ଲୋକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାପରେ ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଛି ।

ମ୍ୟାଚ୍‌କୁ ବିରୋଧ କରିଥିଲେ ଭିଏଚ୍‌ପି ପଦାଧିକାରୀ :-

ଏଠାରେ ଉଲ୍ଲେଖଯୋଗ୍ୟ, ବିଶ୍ବ ହିନ୍ଦୁ ପରିଷଦର ଅଧିକାରୀମାନେ ଶୁକ୍ରବାର ସକାଳେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ବିରୋଧ କରି ଗ୍ରୀନ୍ ପାର୍କ ଷ୍ଟାଡିୟମ୍ ବାହାରେ ପ୍ରଦର୍ଶନ କରିଥିଲେ । ସମ୍ଭାବ୍ୟ ବଡ଼ ଘଟଣାକୁ ଏଡ଼ାଇବା ପାଇଁ କମିଶନରେଟ ପୋଲିସ୍ ଦ୍ବାରା ଏଟିଏସ୍‌କୁ ଡକାଯାଇଥିଲା । ଏଟିଏସ୍ କମାଣ୍ଡୋମାନେ କିଛି ସମୟ ଷ୍ଟାଡିୟମ ବାହାରେ ରହିଥିଲେ । ଏହାପରେ, ଯେତେବେଳେ ସବୁକିଛି ଶାନ୍ତ ହୋଇଥିଲା, ସେମାନେ ମଧ୍ୟ ଫେରି ଯାଇଥିଲେ ।

ବାଂଲାଦେଶୀ ସମର୍ଥକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଗଲା : ପୋଲିସ

ଯେତେବେଳେ ମ୍ୟାଚ୍‌ ଆରମ୍ଭ ହୋଇଥିଲା, ଷ୍ଟାଡିୟମ ବାହାରେ ସମ୍ପୂର୍ଣ୍ଣ ଶାନ୍ତି ଦେଖିବାକୁ ମିଳିଥିଲା । କିନ୍ତୁ ହଠାତ୍ ମଧ୍ୟାହ୍ନ ଭୋଜନ ବିରତି ପରେ ଏକ ଗୁଜବ ଶୁଣାଗଲା ଯେ କିଛି ଗୁଣ୍ଡା ବାଂଲାଦେଶୀ ସମର୍ଥକଙ୍କୁ ମାଡ ମାରିଛନ୍ତି । କିନ୍ତୁ ଏହି ପ୍ରସଙ୍ଗରେ କଲ୍ୟାଣପୁର ଏସିପି ଅଭିଷେକ ପାଣ୍ଡେ କହିଛନ୍ତି ଯେ କୌଣସି ବାଂଲାଦେଶୀ ସମର୍ଥକଙ୍କୁ ମାଡ ମରାଯାଇ ନାହିଁ । କେବଳ ଜଣେ ସମର୍ଥକଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବାଂଲାଦେଶ ବିପକ୍ଷ ସିରିଜକୁ ହିନ୍ଦୁ ସଂଗଠନ ଗୁଡ଼ିକର ବିରୋଧ :-

ବାସ୍ତବରେ, ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ କ୍ରମାଗତ ହିଂସା ଏବଂ ଦେଶର ମନ୍ଦିର ଉପରେ ଆକ୍ରମଣ ଉପରେ ଭାରତର ଅନେକ ହିନ୍ଦୁ ସଂଗଠନ କ୍ରୋଧିତ ଅଛନ୍ତି । ବାଂଲାଦେଶ ସହିତ ଖେଳାଯାଉଥିବା ଏହି ଟେଷ୍ଟ ସିରିଜକୁ ବାତିଲ କରିବାକୁ କେତେକ ହିନ୍ଦୁ ସଂଗଠନ ମଧ୍ୟ ଦାବି କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details