ଚେନ୍ନାଇ : ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଦ୍ବିତୀୟ ଦିନରେ ଲଞ୍ଚ-ବ୍ରେକ୍ ସୁଦ୍ଧା ଭାରତୀୟ ଦଳ ଏହାର ଦବଦବା ଜାରି ରଖିଛି । ଚେନ୍ନାଇର ଏମ୍ଏ ଚିଦାମ୍ବରମ (ଚେପକ୍) ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ପ୍ରଥମ ପାଳିରେ 376 ରନ କରି ଅଲ୍ଆଉଟ୍ ହୋଇଥିବାବେଳେ ଦ୍ବିତୀୟ ଦିନରେ ପାଳି ଆରମ୍ଭରୁ ସଂକଟରେ ପଡ଼ିଛି ବାଂଲା ଦଳ । ଲଞ୍ଚ-ବ୍ରେକ ସୁଦ୍ଧା 9 ଓଭର ଖେଳି କେବଳ 26 ରନରେ 3ଟି ବହୁମୂଲ୍ୟ ୱିକେଟ ହରାଇଛି ବାଂଲାଦେଶ । ପ୍ରଥମ ଓଭରରେ ଜସପ୍ରୀତ ବୁମ୍ରା ଘରୋଇ ଦଳ ପାଇଁ ପ୍ରଥମ ସଫଳତା ହାସଲ କରିଥିବାବେଳେ ଆକାଶଦୀପ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି ।
ଦିନ-1 :-
ମ୍ୟାଚ୍ର ପ୍ରଥମ ଦିନରେ ପ୍ରାରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ମାତ୍ର 34 ରନରେ 3ଟି ବଡ଼ ୱିକେଟ ହରାଇଥିଲା । ରୋହିତ ଶର୍ମା, ଶୁବମନ ଗିଲ, ବିରାଟ କୋହଲି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ବାଂଲାଦେଶର ଯୁବ ପେସର ହାସନ ମହମ୍ମଦଙ୍କୁ ସାମ୍ନା କରିପାରି ନଥିଲେ ଭାରତୀୟ ଟିମର ଟପ୍ ଅର୍ଡର । ଏହାପରେ ଷ୍ଟାର ଓପନର ଜୟସ୍ବାଲ ଏବଂ ପନ୍ତଙ୍କ ମଧ୍ୟରେ 62 ରନର ଉପଯୋଗୀ ଭାଗିଦାରୀ ହୋଇଥିଲା । ତେବେ ବ୍ୟକ୍ତିଗତ ସ୍କୋର 39 ରନ ସମୟରେ ପନ୍ତ ମଧ୍ୟ ହାସନଙ୍କ ଶିକାର ହୋଇଥିଲେ । ଏହା ପରେ କେଏଲ ରାହୁଲ ମଧ୍ୟ କିଛି ଖାସ କରିନଥିଲେ, ସେ ମାତ୍ର 16 ରନ ସ୍କୋର କରି ଆଉଟ ହୋଇଥିବା ବେଳେ ଜୟସ୍ବାଲ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଥିଲେ ।
ଏହାପରେ ଆରମ୍ଭ ହୋଇଥିଲା ଅଶ୍ବିନ-ଜାଡେଜା ସୋ' । ଦୁହେଁ 7ମ ୱିକେଟ ପାଇଁ 195 ରନର ରେକର୍ଡ ପାର୍ଟନରସିପ୍ ସହ ଭାରତର ସ୍କୋରକୁ 339 ରନରେ ପହଞ୍ଚାଇଥିଲେ । ଅଶ୍ବିନ ଦମଦାର ଶତକୀୟ ଇନିଂସ ଖେଳି 102 ରନରେ ଅପରାଜିତ ରହିଥିଲେ । ଏପଟେ ଜାଡେଜା ମଧ୍ୟ 86 ରନର ଆକର୍ଷଣୀୟ ପାଳି ଖେଳିଥିଲେ । ଦୁହଁଙ୍କ 195 ରନର ରେକର୍ଡ ଭାରତ ପକ୍ଷରୁ 7ମ ୱିକେଟରେ ବାଂଲାଦେଶ ବିପକ୍ଷରେ ସର୍ବାଧିକ ଭାଗିଦାରୀ ରେକର୍ଡ । ଏହା ପୂର୍ବରୁ ସୌରଭ ଗାଙ୍ଗୁଲି ଏବଂ ସୁନୀଲ ଯୋଶୀ 24 ବର୍ଷ ପୂର୍ବେ 121 ରନ 7ମ ୱିକେଟ ପାଇଁ ସ୍କୋର କରିଥିଲେ ।
ଦିନ-2 :-