ହାଇଦ୍ରାବାଦ : ଆଜିର କ୍ରିକେଟରେ 6ଟି ବଲରେ 6ଟି ଛକା କିମ୍ବା 4ଟି ବଲରେ 4ଟି ୱିକେଟ୍ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କିନ୍ତୁ ଦୀର୍ଘ ବର୍ଷ ପୂର୍ବରୁ ଗୋଟିଏ ଏପରି ରେକର୍ଡ ସୃଷ୍ଟି ହୋଇଥିଲା, ଯାହା ଏବେ ବି ଲୋକ ଶୁଣିଲେ ଆଶ୍ଚର୍ଯ୍ୟ ହେଉଛନ୍ତି । ଆମେ ଆପଣଙ୍କୁ ଏପରି ଏକ ରେକର୍ଡ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ । ତାହା ହେଉଛି ଗୋଟିଏ ବଲରେ 286 ରନ୍ ସ୍କୋର ହୋଇଥିବା ରେକର୍ଡ । ଯଦିଓ ଆଜିର ପ୍ରଶଂସକମାନେ ଏହାକୁ ମିଛ ବୋଲି ଭାବି ପାରନ୍ତି, ହେଲେ 130 ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ଏହି ରେକର୍ଡ କ୍ରିକେଟ୍ ଜଗତରେ ଖୁବ ଚର୍ଚ୍ଚା ସୃଷ୍ଟି କରିଥିଲା ।
ଗୋଟିଏ ବଲରେ 286 ରନ :-
ବର୍ଷ ଥିଲା 1894, ଯେତେବେଳେ କ୍ରିକେଟ୍ ପଡ଼ିଆରେ ଏକ ଅଜବ ଘଟଣା ଘଟିଥିଲା । ବ୍ୟାଟରମାନେ ଗୋଟିଏ ହେଲେ ଚୌକା କିମ୍ବା ଛକା ନମାରି କେବଳ ବଲରେ 286 ରନ୍ ସ୍କୋର କରିଥିଲେ । 'ESPNcricinfo' ଅନୁଯାୟୀ, ଜାନୁଆରୀ 1894ରେ ଲଣ୍ଡନରେ ପ୍ରକାଶିତ 'ପାଲ-ମଲ ଗେଜେଟ' ଖବରକାଗଜରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ଏହି ଚମତ୍କାର ରେକର୍ଡ ବିଷୟରେ କୁହାଯାଇଥିଲା । ଆସନ୍ତୁ ଜାଣିବା ଏହି ରେକର୍ଡ ବିଷୟରେ ଏବଂ ଏହା କିପରି ସମ୍ଭବ ହେଲା ।
କେମିତି ହେଲା ସମ୍ଭବ :-
1894ର ସେହି ମ୍ୟାଚ୍ରେ ଯାହା ଘଟିଥିଲା, ତାହା କୌଣସି କ୍ୟାମେରାରେ କଏଦ ହୋଇନଥିଲା । କିନ୍ତୁ ଏକ ଖବରକାଗଜ ରିପୋର୍ଟରେ କୁହାଯାଇଛି ଯେ ଗୋଟିଏ ବଲରେ 286 ରନ୍ ସ୍କୋର କରାଯାଇଥିଲା । ଏହି ଘଟଣା 15 ଜାନୁଆରୀ 1894ରେ ଘଟିଥିଲା, ଯେତେବେଳେ ଦୁଇ ଦଳ ଭିକ୍ଟୋରିଆ ଏବଂ ସ୍କ୍ରାଚ୍-ଇଲେଭେନ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । ବୋନବିରୀ ଗ୍ରାଉଣ୍ଡ ମ୍ୟାଚର ସାକ୍ଷୀ ରହିଥିଲା, ଭିକ୍ଟୋରିଆର ବ୍ୟାଟରମାନେ କ୍ରିଜରେ ଥିଲେ । ଯେତେବେଳେ ଷ୍ଟ୍ରାଇକ୍ରେ ଥିବା ବ୍ୟାଟର ବଲ୍ରେ ଏକ ସଟ୍ ଖେଳିଥିଲେ, ସେତେବେଳେ ଏହା ଏକ ଗଛରେ ଅଟକି ଯାଇଥିଲା ।