ETV Bharat / sports

IPL 2025; ନଭେମ୍ବର 24-25ରେ ମେଗା ଅକ୍ସନ ! ଏହି ଖେଳାଳିଙ୍କ ଉପରେ ନଜର - IPL 2025

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆଇପିଏଲ ସିଜିନ 18 । ଚଳିତ ମାସରେ ସାଉଦି ଆରବିଆରେ ଅନୁଷ୍ଠିତ ହେବ ନିଲାମୀ ।

IPL 2025
IPL 2025 (ETV BHARAT ODISHA)
author img

By ETV Bharat Odisha Team

Published : Nov 4, 2024, 4:10 PM IST

ହାଇଦ୍ରାବାଦ: କ୍ରିକେଟ ପ୍ରେମୀ ହୋଇଯାଆନ୍ତୁ ପ୍ରସ୍ତୁତ...ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିଶ୍ବର ସବୁଠାରୁ ଦାମୀ ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ 2025 । ଇଣ୍ଡିଆନ ପ୍ରିମିୟର ଲିଗର 18ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ପାଇଁ ନିଲାମୀ କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର 24 ଓ 25 ରେ ସାଉଦି ଆରବିଆରେ ହେବା ନେଇ ଯୋଜନା କରାଯାଉଛି । ଏନେଇ ବିସିସଆଇ ପକ୍ଷରୁ ଅଫିପିସିଆଲ ଭାବେ ତାରିଖ, ସ୍ଥାନ ଘୋଷଣା ହେବା ବାକି ରହିଛି ।

ନିଲାମୀରେ ଏହି ଖେଳାଳିଙ୍କ ଉପରେ ରହିବ ନଜର:

ସମସ୍ତ ଫ୍ରାଞ୍ଚାଇଜ ଇଣ୍ଡିଆନ ପ୍ରିମିୟର ଲିଗର 2025 ପାଇଁ ନିକଟରେ ରିଟେନ ତାଲିକା ଜାରି କରିଥିଲେ । ସେମାନେ ଚାହୁଁଥିବା ଖେଳାଳିଙ୍କୁ ରିଟେନ କରି ବାକି ସମସ୍ତ ଖେଳାଳିଙ୍କୁ ରିଲିଜ କରିଦେଇଥିଲେ । ଯେଉଁ ଖେଳାଳି ମାନେ ରିଲିଜ ହୋଇଛନ୍ତି ସେମାନଙ୍କୁ ମେଗା ଅକ୍ସନରେ କିଣିବେ ଫ୍ରାଞ୍ଚାଇଜ ଦଳ । ତେବେ କେଉଁ ଖେଳାଳିଙ୍କୁ କେତେ ଟଙ୍କା କିଣୁଛି କେଉଁ ଦଳ ତା ଉପରେ ସମସ୍ତଙ୍କ ନଜର । ବିଶେଷ ଭାବେ ଋଷବ ପନ୍ତ, ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କୁ ପୁରୁଣା ଫ୍ରାଞ୍ଚାଇଜ ରିଲିଜ କରିଥିବା ବେଳେ କେଉଁ ଫ୍ରାଞ୍ଚାଇଜ ତାଙ୍କୁ କେତେ ଟଙ୍କାରେ କିଣୁଛି ତାହା ଉପରେ ସମସ୍ତଙ୍କ ନଜର । ସେହିପରି ବିଦେଶୀ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଜସ ବଟଲର୍, ଆଡେନ ମାର୍କମ, ଗ୍ଲେନ୍ ମ୍ୟାକ୍ସୱେଲ, ଡୁ ପ୍ଲେସିସ୍ ।

ଏହା ମଧ୍ୟ ପଢନ୍ତୁ-IPL 2025 ଫ୍ରାଞ୍ଚାଇଜ ରିଟେନସନ ଲିଷ୍ଟ, ପୁଣି କମାଲ ଦେଖାଇବେ ଧୋନି-ରୋହିତ-ବିରାଟ

ଏହା ମଧ୍ୟ ପଢନ୍ତୁ-IPLରେ କମିବ ବିଦେଶୀ ଖେଳାଳିଙ୍କ ଅଂଶଗ୍ରହଣ ! BCCI ନିୟମ ପକାଇବ ପ୍ରଭାବ; ଜାଣନ୍ତୁ କେମିତି

ନିଲାମ ରାଶି 146 କୋଟି:

ଫ୍ରାଞ୍ଚାଇଜ ଗୁଡିକ ମୋଟ 46 ଖେଳାଳିଙ୍କୁ 558.5 କୋଟି ଟଙ୍କାରେ ରିଟେନ କରିଛନ୍ତି । ରିଟେନ ଖେଳାଳିଙ୍କ ମଧ୍ୟରୁ 36 ଖେଳାଳି ଭାରତୀୟ ରହିଛନ୍ତି । ସେମାନଙ୍କ ମଧ୍ୟରେ 10 ଜଣ ଅନ କ୍ୟାପଡ୍ ଖେଳାଳି ରହିଛନ୍ତି । 2024ରେ ମୋଟ ଦରମା ସୀମା (ନିଲାମ ରାଶି + ବର୍ଦ୍ଧିତ କାର୍ଯ୍ୟଦକ୍ଷତା ଦେୟ) 110 କୋଟି ଥିଲା, ଯାହା ବର୍ତ୍ତମାନ (2025)ରେ 146 କୋଟି ରହିଛି ।

ରିୟାଦରେ ହୋଇପାରେ ନିଲାମୀ:

ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, କେଉଁ ସ୍ଥାନରେ ନିଲାମୀ କାର୍ଯ୍ୟକ୍ରମ ହେବ ସସେନେଇ ନିକଟରେ ବିସିସିଆଇ ଅଧିକାରୀମାନେ ସାଉଦି ଆରବକୁ ଯାଇ ସ୍ଥାନ ପରିଦର୍ଶନ କରିସାରିଛନ୍ତି । ।ପ୍ରଥମେ ଜେଡ୍ଡାରେ ହେବା ନେଇ କୁହାଯାଉଥିବା ବଳେ ରାଜଧାନୀ ରିୟାଦ ଦୁଇ ଦିନିଆ ନିଲାମ ପାଇଁ ଆୟୋଜନ ହେବା ନେଇ କୁହାଯାଉଛି । ବିସିସିଆଇ ଦୁବାଇ, ସିଙ୍ଗାପୁର, ଏପରିକି ଭିଏନା ପରି ସ୍ଥାନଗୁଡିକ ମଧ୍ୟ ପରିଦର୍ଶନ କରିଥିଲା, କିନ୍ତୁ ସାଉଦି ଆରବକୁ ମନୋନିତ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.