ETV Bharat / sports

Virat Kohli Birthday: 36 ବର୍ଷରେ କିଙ୍ଗ କୋହଲି, ଜନ୍ମଦିନରେ ଜାଣନ୍ତୁ ବିରାଟଙ୍କ 5 ବଡ ରେକର୍ଡ - VIRAT KOHLI

ଆଜି ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଜନ୍ମଦିନ । ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

VIRAT KOHLI BIRTHDAY
VIRAT KOHLI BIRTHDAY (ETV BHARAT ODISHA)
author img

By ETV Bharat Odisha Team

Published : Nov 5, 2024, 8:15 AM IST

ହାଇଦ୍ରାବାଦ: ବିରାଟ କୋହଲି... କ୍ରିକେଟକୁ ବୁଝିବାକୁ ହେଲେ ବାସ ଏହି ଗୋଟିଏ ନାମ ହିଁ କାଫି । ବିଶ୍ବ କ୍ରିକେଟର ସଫଳ କ୍ରିକେଟରଙ୍କ ମଧ୍ୟରେ ଆଗ ଧାଡିରେ ସେ । କିଏ ତାଙ୍କୁ କିଙ୍ଗ କୋହଲି କୁହେ ତ ଆଉ କିଏ ରନ୍‌ ମେସିନ, ଭାରତୀୟ କ୍ରିକେଟ ଜଗତର ବାଦଶାହ, ଆଗାମୀ ପିଢି ପାଇଁ ପ୍ରେରଣା, ବିପଦ ସମୟର ରକ୍ଷକ ବୋଲି କହିଲେ ଭୁଲ ମଧ୍ୟ ହେବନି । ଟି20, ଦିନିକିଆ, ଟେଷ୍ଟ... କ୍ରିକେଟର ସବୁ ଫର୍ମାଟରେ ସେ ମାହିର । ଗୁରୁତ୍ବପୂର୍ଣ୍ଣ ସମୟରେ ଦଳ ପାଇଁ ସଙ୍କଟମୋଚକ ସେ । ଭାରତୀୟ କ୍ରିକେଟ ଇତିହାସରେ ସବୁସମୟର ନିର୍ଭରଯୋଗ୍ୟ କ୍ରିକେଟର । ଦକ୍ଷ ଫିଲ୍ଡର ସହ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ଅନେକ ମହାନ କ୍ରିକେଟରଙ୍କ କିର୍ତ୍ତୀମାନକୁ ଅତିକ୍ରମ କରି ନିଜ ନାମରେ ଲେଖିଛନ୍ତି ବିରାଟ । ଆଜି ଏହି ମହାନ କ୍ରିକେଟରଙ୍କ ଜନ୍ମଦିନ । 36 ବର୍ଷ ବଯସରେ ପାଦ ଥାପିଛନ୍ତି କୋହଲି । ଏଥି ପାଇଁ ଚାରୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଟିମ୍‌ ଇଣ୍ଡିଆର ସଙ୍କଟ ମୋଚକ କୋହଲି:

ଅନେକ ବଡ ବଡ ମ୍ୟାଚରେ କୋହଲିଙ୍କ ଯାଦୁ ଫିଲ୍ଡରେ ଦେଖିବାକୁ ମିଳେ । ଯେତେବେଳେ କାହାର ବ୍ୟାଟ ନଚାଲେ ସେତେବେଳେ କୋହଲିଙ୍କ ବ୍ୟାଟ ଚାଲେ । ସେ ବ୍ୟାଟ ବୁଲାଇଲେ ବିପକ୍ଷ ଦଳର ହାରିବା ଭୟ ଦ୍ବିଗୁଣିତ ହୋଇଯାଏ । ବିରାଟଙ୍କ ବିରାଟ ପାଳି ଖେଳର ମୋଡ ବଦଳାଇ ଦେଇଥାଏ । ଦିନିକିଆ ବିଶ୍ବକପ ଭାରତ ଜିତିନି ସତ, କିନ୍ତୁ ପ୍ରତି ମ୍ୟାଚରେ ତାଙ୍କର ଦମଦାର ପ୍ରଦର୍ଶନ ଦଳକୁ ବିଜୟ କରିବାରେ ବେଶ ସହାୟକ ହୋଇଥିଲା । ବ୍ୟାଟରୁ ରନ ବର୍ଷା କରି ସେ ହୋଇଥିଲେ ସର୍ବାଧିକ ରନ ହାସଲକାରୀ । ଟି 20 ବିଶ୍ବକପରେ କୋହଲିଙ୍କ ପ୍ରଶଂସା ଯେତେ କଲେ ମଧ୍ୟ କମ୍‌ ପଡିବ । ପୁରା ମ୍ୟାଚରେ ସିନା ନିଜ ସ୍କୋରରେ ଦଳ ତଥା ଫ୍ୟାନ୍ସଙ୍କୁ ସନ୍ତୁଷ୍ଟ କରିପାରିଲେନି, କିନ୍ତୁ ଫାଇନାଲ ମ୍ୟାଚରେ ତାଙ୍କ ଚମକ ଦେଖିଥିଲା ପୁରା ବିଶ୍ବ । ଫାଇନାଲ ମ୍ୟାଚରେ ସେ ଦଳ ପାଇଁ ସାଜିଥିଲେ ସଙ୍କଟମୋଚକ । ପିଚର ଗୋଟିଏ ସାଇଡରେ ଜଣଙ୍କ ପରେ ପରେ ଜଣେ ବ୍ୟାଟର ଆଉଟ ହୋଇଥିବା ବେଳେ ସେ କିନ୍ତୁ ମନକୁ ଦୃଢ କରି ବ୍ୟାଟିଂ ଜାରି ରଖି ଦଳର ରନକୁ ଆଗକୁ ବଢାଇ ଚାଲିଥିଲେ । ଚାପରେ ରହିବି କିପରି ଆଗକୁ ବଢି ହୁଏ ତାହା ସେ ଦେଖାଇ ଦେଇଥିଲେ ।

VIRAT KOHLI BIRTHDAY
VIRAT KOHLI BIRTHDAY (IANS)

ଏହା ମଧ୍ୟ ପଢନ୍ତୁ-କୋହଲି-ରୋହିତଙ୍କ ସ୍ଥାନ ନେଇପାରନ୍ତି ଏହି ୫ ଖେଳାଳି, ଯୁବ ପ୍ରତିଭାଙ୍କୁ ଗୋଲ୍ଡେନ ଚାନ୍ସ ଦେଲା BCCI

ଏହା ମଧ୍ୟ ପଢନ୍ତୁ-ସିରିଜ ହାରିଲା ଟିମ୍ ଇଣ୍ଡିଆ; କୋହଲି-ରୋହିତଙ୍କ ଅବସର ଦାବି କଲେ ଫ୍ୟାନ୍ସ

ବିରାଟଙ୍କ ବିଷୟରେ:

1988 ମସିହାରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ବିରାଟ ଆଜି 36 ବର୍ଷରେ ପାଦ ଥାପିଛନ୍ତି । ଗାଁରୁ ସହର, ଦେଶରୁ ବିଦେଶ ସୁବଠୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅଣ୍ଡର୍-19 କ୍ରିକେଟ୍ ଟିମ୍‌ରୁ କ୍ୟାପ୍ଟେନ କ୍ୟାରିୟର ଆରମ୍ଭ କରିଥିବା କୋହଲି ଏବେ କ୍ରିକେଟ୍ କିଙ୍ଗ । ନିକଟରେ ତାଙ୍କ କ୍ରିକେଟ କୀର୍ତ୍ତି ସମସ୍ତଙ୍କୁ ପ୍ରଶଂସିତ କରିବାକୁ ବାଧ୍ୟ କରିଛି । 2008ରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ପକ୍ଷରୁ ପ୍ରଥମେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚ୍ ଡେବ୍ୟୁ ଆରମ୍ଭ କରିଥିଲେ ବିରାଟ । ସେବେଠାରୁ ବର୍ତ୍ତମାନର 16 ବର୍ଷର ଯାତ୍ରା ମଧ୍ୟରେ ବିରାଟ ରେକର୍ଡ ରଚିଛନ୍ତି ବିରାଟ । ନାନା ବିବାଦ, ଆଲୋଚନା, ପର୍ଯ୍ୟାଲୋଚନା ପରେ ସେ ଯେ, ଟିମ୍ ଇଣ୍ଡିଆର ରନ୍ ମେସିନ୍ ତାହା ପ୍ରମାଣିତ ।

VIRAT KOHLI BIRTHDAY
VIRAT KOHLI BIRTHDAY (IANS)

ନଜର ପକାନ୍ତୁ ବିରାଟଙ୍କ 5ଟି ବଡ ରୋକର୍ଡ ଉପରେ:

ବିଶ୍ବ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାରେ ବିରାଟ କୋହଲି ଦ୍ବିତୀୟ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ବିରାଟ କୋହଲି ଭାରତର ସର୍ବାଧିକ ରନ୍ ହାସଲକାରୀଙ୍କ ମଧ୍ୟରୁ ଅନ୍ୟତମ। ବିଶ୍ବ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାରେ ବିରାଟ କୋହଲି ଦ୍ବିତୀୟ ସ୍ଥାନରେ ରହିଛନ୍ତି । 2008ରୁ 2024 ମଧ୍ୟରେ ସେ ଟେଷ୍ଟ, ଦିନିକିଆ ଓ ଟି 20ରେ ମୋଟ 538 ମ୍ୟାଚରେ 601 ଇନିଂସ ଖେଳି 27ହଜାର 134 ରନ କରିଛନ୍ତି । ଏଥିରେ 80ଟି ଶତକ ଓ 141ଟି ଅର୍ଦ୍ଧଶତକ ରହିଛି । ଏଥି ପାଇଁ ତ ଦେଶରୁ ବିଶ୍ବ ସବୁଠାରେ କୋହଲିଙ୍କ ଚର୍ଚ୍ଚା ଓ କୋଣକୋଣରେ ଫ୍ୟାନ୍ସ ।

VIRAT KOHLI BIRTHDAY
VIRAT KOHLI BIRTHDAY (IANS)

10ହଜାର ରନ କରିବାରେ ଦ୍ରୁତତମ ଖେଳାଳି

ବିଶ୍ୱ କ୍ରିକେଟରେ 10 ହଜାର ରନ୍ ସ୍କୋର କରିବାରେ ବିରାଟ କୋହଲି ଦ୍ରୁତତମ ଖେଳାଳି ହୋଇପାରିଛନ୍ତି। 205 ଇନିଂସ ଖେଳି କ୍ରିକେଟରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ସଚିନ 259 ଇନିଂସରେ 10,000 ରନ୍ ପୂରଣ କରିଥିଲେ ।

ଶୂନରେ ଆଉଟ ହେବା ପରେ ଶତକ ମାରିଲେ

VIRAT KOHLI BIRTHDAY
VIRAT KOHLI BIRTHDAY (IANS)

2018 ରେ ଇଡେନ୍ ଗାର୍ଡେନ୍ସରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଅଧିନାୟକ ଭାବରେ ବିରାଟ କୋହଲି ପ୍ରଥମ ଇନିଂସରେ ଶୂନରେ ଆଉଟ୍ ହୋଇଥିଲେ। ଏହା ପରେ ବିରାଟ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ତାଙ୍କ ନାମରେ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଗୋଟିଏ ମ୍ୟାଚର ପ୍ରଥମ ଇଂନିସରେ ଶୂନରେ ଆଉଟ ଓ ସମାନ ମ୍ୟାଚର ଅନ୍ୟ ଏକ ଇନିଂସରେ ଶତକ କରିବାରେ ଅଧିନାୟକ ଭାବେ ସେ ପ୍ରଥମ ।

ବଲ ନପକାଇ ଓ୍ବିକେଟ

ବିରାଟ କୋହଲି 2011 ମସିହାରେ ବିନା ଲିଗାଲ ବୋଲିଂ କରି ୱିକେଟ୍ ନେଇଥିଲେ। କୋହଲି ଏକ ଓ୍ବାଇଡ ବଲ ପକାଇ ଥିବା ବେଳେ ମହେନ୍ଦ୍ର ସିଂ ଧୋନି ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ କେଭିନ ପିଟରସେନଙ୍କୁ ଷ୍ଟମ୍ପ ଆଉଟ କରିଥିଲେ।

ଟି -20 ବିଶ୍ୱକପରେ ସର୍ବାଧିକ ରନ୍‌

VIRAT KOHLI BIRTHDAY
VIRAT KOHLI BIRTHDAY (IANS)

ବିରାଟ କୋହଲି ଟି -20 ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ହାସଲକାରୀ। 2012ରୁ 24 ମଧ୍ୟରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ବିରାଟ 35 ଟି ମ୍ୟାଚରେ 33 ଇନିଂସରେ 15ଟି ଅର୍ଦ୍ଧଶତକ ସହ 1292 ରନ୍ ସଂଗ୍ରହ କରିଛନ୍ତି । ଯାହା ଏପର୍ଯ୍ୟନ୍ତ ଟି -20 ବିଶ୍ୱକପରେ ସର୍ବାଧିକ। ସେ 111 ଚୌକା ଓ 35 ଛକା ମାରିଛନ୍ତି। 2014 ଟି -20 ବିଶ୍ୱକପରେ ବିରାଟ ସର୍ବାଧିକ 319 ରନ୍ ସ୍କୋର କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.