ହାଇଦ୍ରାବାଦ: ଆଇପିଏଲ୍ ପରେ ପରେ ଆସନ୍ତା ମାସରେ ଆରମ୍ଭ ହୋଇଯିବ ଟି୨୦ ବିଶ୍ବକପ୍ ୨୦୨୪ । ଏହି ମହାକୁମ୍ଭ ପାଇଁ ଶୁକ୍ରବାର ମ୍ୟାଚ୍ ଅଫିସିଆଲ ତାଲିକା ଜାରି କରିଛି ଆଇସିସି । ୨୬ ଜଣିଆ ଏହି ମ୍ୟାଚ୍ ଅଫିସିଆଲ ତାଲିକାରେ ଥିବା ୨୦ ଅମ୍ପାୟାର ଆମେରିକା ଓ ୱେଷ୍ଟଇଣ୍ଡିଜର ୯ଟି ଭେନ୍ୟୁରେ ୫୫ଟି ମ୍ୟାଚ ପରିଚାଳନା କରିବେ । ତେବେ ଟି୨୦ ବିଶ୍ବକପ୍ରେ ଆଇସିସି ମ୍ୟାଚ୍ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଭାରତ ପକ୍ଷରୁ ଅମ୍ପାୟାର ନୀତିନ ମେନନ ଓ ଜୟରମଣ ମଦନଗୋପାଳ ପ୍ରତିନିଧି ରହିଛନ୍ତି ।
ଏହି ମ୍ୟାଚ୍ ଅଫିସିଆଲ ତାଲିକାରେ ଥିବା ୨୦ ଅମ୍ପାୟାରଙ୍କ ମଧ୍ୟରେ ରିଚାର୍ଡ ଇଲିଙ୍ଗୱର୍ଥ, କୁମାର ଧର୍ମସେନା, କ୍ରିସ ଗାଫାନି ଓ ପଲ୍ ରିଫିଲ ରହିଛନ୍ତି । ଭାରତୀୟ ଅମ୍ପାୟାର ଜୟରମଣ ମଦନଗୋପାଳଙ୍କ ସମେତ ସାମ ନୋଗାଜକ୍ସି, ଆଲ୍ଲାହୁଦ୍ଦିନ ପାଲେକର, ରଶିଦ ରିଆଜ ଓ ଅସିଫ ୟାକୁବ ଏଥର ଆଇସିସି ସିନିୟର ପୁରୁଷ ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାର ଭାବେ ପଦାପର୍ଣ କରିବେ । ସେହିଭଳି ଆଇସିସି ମ୍ୟାଚ୍ ରେଫରି ଜାଭାଗଲ ଶ୍ରୀନାଥଙ୍କ ବ୍ୟତୀତ ଜଣାଶୁଣା ୬ ରେଫରିଙ୍କ ମଧ୍ୟରେ ରହିଛନ୍ତି ରଢ୍ଜନ ମଦୁଗାଲେ, ଜେଫ୍ କ୍ରୋ ଏବଂ ଆଣ୍ଡ୍ର୍ୟୁ ପାଇକ୍ରଫ୍ଟ । ତେବେ ବହୁ ମାନସମନ୍ଥନ ପରେ ଅନୁଭବୀ ମ୍ୟାଚ୍ ଅଫିସିଆଲଙ୍କୁ ଟି୨୦ ବିଶ୍ବକପ୍ ୨୦୨୪ ପାଇଁ ମନୋନୀତ କରାଯାଇଥିବା ଆଇସିସି ଜେନେରାଲ ମ୍ୟାନେଜର ୱାସିମ ଖାନ ପ୍ରକାଶ କରିଛନ୍ତି ।