ଓଡିଶା

odisha

ETV Bharat / sports

ICC HALL OF FAME: ଭାରତରୁ କେଉଁ ଖେଳାଳିଙ୍କୁ ମିଳିଛି ସ୍ଥାନ, କେମିତି ହୁଏ ଚୟନ ? - ICC HALL OF FAME WINNERS LIST

ଆଇସିସି ହଲ୍ ଅଫ୍ ଫେମ୍ ଚୟନ ପ୍ରକ୍ରିୟା ଜାଣିବା ପାଇଁ ସମ୍ପୂର୍ଣ୍ଣ ଖବର ପଢନ୍ତୁ ।

ICC HALL OF FAME SACHIN TENDULKAR
ICC HALL OF FAME SACHIN TENDULKAR ((ANI Photo))

By ETV Bharat Odisha Team

Published : Feb 7, 2025, 6:45 PM IST

ନୂଆଦିଲ୍ଲୀ:କ୍ରିକେଟ ହେଉ କି ଅନ୍ୟ ଯେ କୌଣସି ଖେଳ । ପ୍ରଦର୍ଶନକୁ ପ୍ରଶଂସା ମିଳିଲେ ଖେଳାଳିଟିଏ ଆହୁରି ଅଧିକ ଭଲ ପ୍ରଦର୍ଶନ କରିଥାଏ । ସେହିପରିଜଣଙ୍କର ପ୍ରଦର୍ଶନକୁ ଚିହ୍ନିବା ଜଣେ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଥାଏ । ତେଣୁ ବିଭିନ୍ନ କ୍ରୀଡ଼ାରେ ପ୍ରଦର୍ଶନ ଆଧାରରେ ଆଥଲେଟଙ୍କୁ କିଛି ପୁରସ୍କାର ଦିଆଯାଇଥିଏ । କ୍ରିକେଟ୍ ମଧ୍ୟ ଏହି ନିୟମରୁ ବ୍ୟତିକ୍ରମ ନୁହେଁ । ତେଣୁ ଅନ୍ତର୍ଜାତୀୟ ସ୍ତରରେ ଦମଦାର ପ୍ରଦର୍ଶନ ପାଇଁ କ୍ରିକେଟରମାନଙ୍କୁ ଆଇସିସି ହଲ୍ ଅଫ୍ ଫେମ୍ ସମ୍ମାନରେ ସମ୍ମାନିତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ 10 ଜଣ ଭାରତୀୟଙ୍କୁ ହଲ୍ ଅଫ୍ ଫେମରେ ସ୍ଥାନ ମିଳିଛି । କାରଣ କ୍ରିକେଟରମାନଙ୍କୁ ଏହି ସ୍ୱତନ୍ତ୍ର କ୍ଲବରେ ଅନ୍ତର୍ଭୁକ୍ତ ହେବାକୁ କିଛି ମାନଦଣ୍ଡ ପୂରଣ କରିବାକୁ ପଡ଼ିଥାଏ ।

ଆଇସିସି ହଲ୍ ଅଫ୍ ଫେମ୍ କ’ଣ ?

ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ଆଇସିସି) ହଲ୍ ଅଫ୍ ଫେମ୍ କ୍ରିକେଟର ଲମ୍ବା ଇତିହାସରୁ କ୍ରିକେଟରଙ୍କ ସଫଳତାକୁ ସମ୍ମାନିତ କରେ । ଫେଡେରେସନ୍ ଅଫ୍ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଆସୋସିଏସନ୍ (FICA) ର ସହଯୋଗରେ ଆଇସିସି ଦ୍ୱାରା ଜାନୁଆରୀ 2, 2009 ରେ ଦୁବାଇରେ ଏହି ସ୍ୱତନ୍ତ୍ର କ୍ଲବ୍ ଆରମ୍ଭ କରାଯାଇଥିଲା । ଏହି ପୁରସ୍କାର ଆଇସିସିର ଶତବାର୍ଷିକୀ ଉତ୍ସବର ଏକ ଅଂଶ ଥିଲା ।

2009 ରେ ହଲ୍ ଅଫ୍ ଫେମ ଆରମ୍ଭ ହେବା ପରେ ଆଇସିସି 55 କ୍ରିକେଟରଙ୍କୁ ଏହି ତାଲିକାରେ ସ୍ଥାନିତ କରିଥିଲା । ଏହି କ୍ରିକେଟରମାନେ ପୂର୍ବରୁ FICA ର ହଲ୍ ଅଫ୍ ଫେମର ଅଂଶ ଥିଲେ ଏବଂ ଆଇସିସି ସେଠାରୁ ତାଲିକା ବିସ୍ତାର କରିଥିଲା । ସେବେଠାରୁ ଏହି କ୍ଲବରେ ଅନେକ କ୍ରିକେଟର ଯୋଡି ହୋଇଥିଲେ ଏବଂ ଏହା ଆଇସିସିର ବାର୍ଷିକ ପୁରସ୍କାରରେ ଘୋଷଣା କରାଯାଇଥାଏ ।

ଏହା ବି ପଢନ୍ତୁ- ରେକର୍ଡ ବୁକରେ ବୁମରା, ଜିତିଲେ ଆଇସିସି ଟେଷ୍ଟ୍ କ୍ରିକେଟର ଆଓ୍ବାର୍ଡ - BUMRAH TEST CRICKETER OF THE YEAR

ଏହା ବି ପଢନ୍ତୁ- ଦ୍ରାବିଡଙ୍କଠୁ ବୁମରା; କେଉଁ କେଉଁ ଭାରତୀୟ ଷ୍ଟାର କ୍ରିକେଟର ଜିତିଛନ୍ତି ଆଇସିସି ଆଓ୍ବାର୍ଡ - INDIAN CRICKETER TO WIN ICC AWARDS

ହଲ୍ ଅଫ୍ ଫେମ୍ ସଦସ୍ୟମାନଙ୍କ କିପରି ହୁଏ ଚୟନ ?

କ୍ରିକେଟରଙ୍କୁ ହଲ୍ ଅଫ୍ ଫେମରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ଭୋଟିଂ ପ୍ରକ୍ରିୟା ହୋଇଥାଏ । ବର୍ତ୍ତମାନର ହଲ୍ ଅଫ୍ ଫେମର୍ସ, FICA ର ବରିଷ୍ଠ ଅଧିକାରୀ, ମିଡିଆ ପ୍ରତିନିଧୀ ଏବଂ ଆଇସିସିର ସଦସ୍ୟ ମାନେ ଭୋଟିଂ କରି ହଲ୍ ଅଫ୍ ଫେମ ସଦସ୍ୟଙ୍କୁ ଚୟନ କରିଥାନ୍ତି ।

ଆଇସିସି ହଲ୍ ଅଫ୍ ଫେମ୍ ମାନଦଣ୍ଡ

ଆଇସିସି ହଲ୍ ଅଫ୍ ଫେମରେ ଅନ୍ତର୍ଭୁକ୍ତ ହେବା ଏକ ସମ୍ମାନଜନକ ବିଷୟ । ମିଡିଆ ରିପୋର୍ଟ ଅନୁଯାୟୀ କ୍ରିକେଟରଙ୍କୁ ଏହି ସ୍ୱତନ୍ତ୍ର ତାଲିକାରେ ସ୍ଥାନିତ କରିବା ପାଇଁ ଆଇସିସି କିଛି ମାନଦଣ୍ଡ ସ୍ଥିର କରିଛି ।

  • ଜଣେ କ୍ରିକେଟର ଅବସର ଗ୍ରହଣ କରିବାର 5 ବର୍ଷ ପରେ ହଲ୍ ଅଫ୍ ଫେମରେ ଏଣ୍ଟ୍ରି ପାଇଁ ଯୋଗ୍ୟ
  • ଜଣେ ବ୍ୟାଟ୍ସମ୍ୟାନ୍ ନିଶ୍ଚିତ ଭାବରେ ଦୁଇଟି ପ୍ରମୁଖ ଫର୍ମାଟ୍ (ODI /ଟେଷ୍ଟ) ମଧ୍ୟରୁ ଅତିକମରେ 8000 ରନ୍ ଏବଂ 20 ଶତକ (କୌଣସି ଗୋଟିଏ ଫର୍ମାଟ) କିମ୍ବା ଦୁଇଟି ଫର୍ମାଟରେ 50ରୁ ଅଧିକ ଆଭରେଜରେ ସ୍କୋର କରିଥିବେ
  • ବୋଲରମାନେ ଯେକୌଣସି ଗୋଟିଏ ଫର୍ମାଟରେ ଅତି କମରେ 200 ୱିକେଟ୍ ନେବା ଉଚିତ୍ । କିନ୍ତୁ ଟେଷ୍ଟ ଏବଂ ODI ରେ ଷ୍ଟ୍ରାଇକ୍ ହାର ଯଥାକ୍ରମେ 50 ଏବଂ 30 ରୁ କମ୍ ହେବା ଉଚିତ୍
  • ଦୁଇଟି ଫର୍ମାଟରେ ୱିକେଟ୍ କିପରଙ୍କ ଅତିକମରେ 200 ଡିସମିସାଲ୍ ହେବା ଉଚିତ୍
  • ଜଣେ ଅଧିନାୟକ ଏହି ସମ୍ମାନ ପାଇବାକୁ ଯୋଗ୍ୟ ହେବା ପାଇଁ ନିଶ୍ଚିତ ଭାବରେ ନିଜ ଦଳକୁ ଅତି କମରେ 25 ଟି ଟେଷ୍ଟ କିମ୍ବା 100 ଟି ODI ରେ ନେତୃତ୍ୱ ନେଇଥିବେ କିମ୍ବା ଉଭୟ ଫର୍ମାଟରେ 50 ରୁ ଅଧିକ ବିଜୟ ହାର ରେକର୍ଡ ଥିବ

ସ୍ୱତନ୍ତ୍ର ଇଣ୍ଡକ୍ଟିସ୍- (Special Inductees)

ଉପରୋକ୍ତ ମାନଦଣ୍ଡ ବ୍ୟତିତ କ୍ରିକେଟରମାନେ ମଧ୍ୟ ହଲ୍ ଅଫ୍ ଫେମରେ ଅନ୍ତର୍ଭୁକ୍ତ ହୋଇପାରିବେ-

ଯଦିଓ କୌଣସି ବ୍ୟକ୍ତି, ଦଳ କିମ୍ବା ଅନୁଷ୍ଠାନ ଉପରୋକ୍ତ କୌଣସି ମାନଦଣ୍ଡ ମୁତାବକ ଯୋଗ୍ୟ ବିବେଚିତ ହୁଅନ୍ତି ନାହିଁ । ତେବେ ତାଙ୍କ ନାମ ନାମାଙ୍କନ କମିଟି ଦ୍ୱାରା ଆଗକୁ ଯାଇପାରିବ । ସାମ୍ବାଦିକ, ଅମ୍ପାୟାର, ମ୍ୟାଚ୍ ରେଫରି କିମ୍ବା ପ୍ରଶାସକଙ୍କ ନାମ ମନୋନୀତ ହୋଇପାରିବ କମିଟି ଦ୍ୱାରା ।

ଆଇସିସି ହଲ୍ ଅଫ୍ ଫେମରେ ଅନ୍ତର୍ଭୁକ୍ତ ଖେଳାଳିମାନଙ୍କର ସମ୍ପୂର୍ଣ୍ଣ ତାଲିକା-

1 Sachin Tendulkar (ସଚିନ ତେନ୍ଦୁଲକର )
2 Cathryn Fitzpatrick (କ୍ୟାଥରିନ୍ ଫିଟଜାଟ୍ରିକ୍)
3 Allan Donald ( ଆଲାନ୍ ଡୋନାଲ୍ଡ)
4 Rahul Dravid (ରାହୁଲ ଦ୍ରାବିଡ)
5 Claire Taylor (କ୍ଲେର୍ ଟେଲର୍)
6 Ricky Ponting ( ରିକି ପଣ୍ଟିଂ)
7 Wasim Akram (ଓ୍ବାସିମ ଆକ୍ରମ)
8 Curtly Ambrose (କର୍ଟଲୀ ଆମ୍ବ୍ରୋଜ୍)
9 Sydney Barnes (ସିଡନୀ ବାରେନ୍ସ)
10 Enid Bakewell (ଏନିଡ୍ ବେକୱେଲ୍)
11 Ken Barrington (କେନ୍ ବାରିଙ୍ଗଟନ୍)
12 Bishan Bedi ( ବିଶନ ବେଦୀ)
13 Sir Alec Bedser (ସାର୍ ଆଲେକ୍ ବେଡସର୍)
14 Richie Benaud (ରିଚି ବେନାଉଡ୍)
15 Allan Border (ଆଲାନ ବର୍ଡର)
16 Sir Ian Botham (ସାର୍ ଇଆନ ବୋଥାମ)
17 Geoff Boycott ( ଜିଓଫ୍ ବଏକଟ୍)
18 Sir Donald Bradman (ସାର୍ ଡୋନାଲ୍ଡ ବ୍ରାଡମ୍ୟାନ୍)
19 Greg Chappell (ଗ୍ରେଗ ଚାପେଲ )
20 Ian Chappell (ଆଇନ ଚାପେଲ)
21 Belinda Clark ( ବେଲିନ୍ଦା କ୍ଲାର୍କ )
22 Denis Compton (ଡେନିସ କମ୍ପଟନ୍)
23 Colin Cowdrey (କୋଲିନ କାଓଡ୍ରେ)
24 Martin Crowe (ମାର୍ଟିନ କ୍ରୋ)
25 Alan Davidson (ଆଲାନ ଡାଭିଡସନ୍)
26 Kapil Dev (କପିଳ ଦେବ )
27 Joel Garner (ଜୋଏଲ୍ ଗାର୍ନର୍)
28 Sunil Gavaskar ( ସୁନୀଲ ଗାଭାସ୍କର)
29 Lance Gibbs (ଲାନ୍ସ ଗିବ୍ସ)
30 Adam Gilchrist (ଆଡାମ ଗିଲକ୍ରିଷ୍ଟ)
31 Graham Gooch ( ଗ୍ରାହମ ଗୁଚ୍)
32 David Gower (ଡେଭିଡ୍ ଗୱାର୍ )
33 W.G. Grace (ଡବ୍ଲ୍ୟୁ ଜି ଗ୍ରେସ୍)
34 Tom Graveney ( ଟମ୍ ଗ୍ରାଭେନି)
35 Gordon Greenidge (ଗର୍ଡନ ଗ୍ରୀନିଜ୍)
36 Clarrie Grimmett (କ୍ଲାରୀ ଗ୍ରୀମେଟ୍)
37 Sir Richard Hadlee (ସାର୍ ରିଚାର୍ଡ ହାଡଲେ)
38 Walter Hammond ( ଓ୍ବାଲଟର ହାମଣ୍ଡ)
39 Neil Harvey ( ନିଲ୍ ହାର୍ଭି )
40 George Headley (ଜର୍ଜ ହାଡଲେ)
41 Rachael Heyhoe-Flint (ରାଚେଲ୍ ହେହୋଇ-ଫ୍ଲିଣ୍ଟ)
42 Sir Jack Hobbs ( ସାର୍ ଜ୍ୟାକ୍ ହବ୍ସ )
43 Debbie Hockley (ଡେବି ହକ୍ଲି)
44 Michael Holding (ମାଇକେଲ୍ ହୋଲ୍ଡିଂ)
45 Sir Leonard Hutton ( ସାର୍ ଲିଓନାର୍ଡ ହାଟନ୍)
46 Rohan Kanhai (ରୋହନ କାନହାଇ)
47 Imran Khan (ଇମରାନ ଖାନ)
48 Anil Kumble (ଅନୀଲ କୁମ୍ବଲେ)
49 Jim Laker (ଜିମ ଲାକେର)
50 Brian Lara (ବ୍ରାଏନ ଲାରା)
51 Harold Larwood (ହାରୋଲ୍ଡ ଲରଉଡ୍ )
52 Dennis Lillee (ଡେନିସ ଲିଲ୍)
53 Ray Lindwall (ରେ ଲିଣ୍ଡଓ୍ବାଲ)
54 Clive Lloyd (କ୍ଲାଇଭ୍ ଲଏଡ୍ )
55 George Lohmann (ଜର୍ଜ ଲେମ୍ୟାନ)
56 Hanif Mohammad (ହାନିଫ୍ ମହମ୍ମଦ)
57 Rod Marsh (ରଡ୍ ମାର୍ଶ)
58 Malcolm Marshall (ମାଲକମ ମାର୍ଶଲ )
59 Peter May (ପିଟର ମେ)
60 Glenn McGrath (ଗ୍ଲେନ୍ ମ୍ୟାଗ୍ରାଥ୍)
61 Javed Miandad (ଜେଭେଦ ମିଆଁଦାଦ)
62 Keith Miller (କେଥ୍ ମିଲର)
63 Arthur Morris (ଅର୍ଥର ମୋରିସ)
64 Muttiah Muralitharan ( ମୁଥିଆ ମୁରଲୀଧରନ)
65 Bill O'Reilly (ବିଲ୍ ଓ ରିଲେ)
66 Graeme Pollock (ଗ୍ରେମ ପୋଲକ)
67 Wilfred Rhodes (ଓ୍ବିଲ୍ ରୋଡିସ୍)
68 Barry Richards (ବେରୀ ରିଚାର୍ଡ୍ସ)
69 Sir Viv Richards (ସାର୍ ଭିଭ୍ ରିଚାର୍ଡ୍ସ)
70 Andy Roberts (ଆଣ୍ଡି ରୋବର୍ଟ୍ସ)
71 Karen Rolton (କରେନ ରୋଲଟନ୍)
72 Bob Simpson (ବବ୍ ସିମ୍ପସନ୍)
73 Sir Garry Sobers (ସାର୍ ଗ୍ୟାରୀ ସୋବର୍ସ)
74 Brian Statham ( ବ୍ରାଏନ ସ୍ଥାଥମ୍)
75 Frederick Spofforth (ଫେଡ୍ରିକ୍ ସୋଫୋର୍ଥ)
76 Herbert Sutcliffe ( ହରବର୍ଟ ସୁଟକ୍ଲାଇଫ୍)
77 Fred Trueman (ଫ୍ରେଡ୍ ଟ୍ରୁମ୍ୟାନ)
78 Victor Trumper ( ଭିକ୍ଟର ଟ୍ରୁମ୍ପର)
79 Derek Underwood ( ଡେରେକ୍ ଅଣ୍ଡରଉଡ୍)
80 Sir Clyde Walcott (ସାର୍ କ୍ଲାଇଡ୍ ଓ୍ଲାଲକୋଟ୍)
81 Alan Knott ( ଆଲାନ ନଟ୍)
82 Courtney Walsh ( କର୍ଟନି ଓ୍ୱାଲସ)
83 Shane Warne (ସେନ୍ ଓ୍ବାର୍ଣ୍ଣ)
84 Steve Waugh ( ଷ୍ଟିଭ୍ ଓ୍ୱ)
85 Sir Everton Weekes ( ସାର୍ ଏଭରଟନ୍ ଓ୍ବିକ୍ସ)
86 Sir Wes Hall ( ସାର ଓ୍ବେସ୍ ହଲ)
87 Betty Wilson (ବିଟେ ଓ୍ବିଲସନ୍)
88 Frank Woolley (ଫ୍ରାଙ୍କ ଓ୍ବିଲେ)
89 Sir Frank Worrell (ସାର ଫ୍ରାଙ୍କ ବୋରେଲ)
90 Waqar Younis (ଓ୍ବାକର ୟୁନିସ)
91 JH Kallis (ଜେଏଚ୍ କ୍ୟାଲିସ)
92 LC Sthalekar (ଏଲସି ଷ୍ଟାତଲେକର)
93 Zaheer Abbas (ଜାହିର ଆବାସ୍)
94 Aubrey Faulkner (ଆବର ଫଲକନର)
95 Monty Noble ( ମଣ୍ଟି ନୋବେଲ )
96 Learie Constantine ( ଲାରି କନଷ୍ଟାଣ୍ଟିନ୍)
97 Stan McCabe ( ଷ୍ଟାନ ମାକବ୍)
98 Ted Dexter ( ଟେଡ୍ ଡେକ୍ଟର)
99 Vinoo Mankad ( ଭିନୋଦ ମଙ୍କଡ)
100 Desmond Haynes ( ଡେସମଣ୍ଡ ହେନ୍ସ)
101 Bob Willis (ବବ୍ ଓ୍ବିଲ୍ସ)
102 Andy Flower ( ଆଣ୍ଡି ଫ୍ଲାଓ୍ବାର)
103 Kumar Sangakkara ( କୁମାର ସାଙ୍ଗାକାରା)
104 Janette Brittin (ଜାନେଟ୍ ବ୍ରିଟିନ୍)
105 Mahela Jayawardene ( ମହିଳଆ ଜୟବର୍ଦ୍ଧନେ)
106 Shaun Pollock ( ଶାନ୍ ପୋଲକ୍)
107 Shivnarine Chanderpaul (ଶିବନାରାଇନ୍ ଚାନ୍ଦପାଲ୍)
108 Charlotte Edwards ( ଚାର୍ଲୋଟ୍ ଏଡୱାର୍ଡସ୍ )
109 Abdul Qadir (ଅବଦୁଲ କାଦିର)
110 AB de Villiers (ଏବି ଡିଭିଲର୍ସ)
111 Alastair Cook (ଆଲିଷ୍ଟର କୁକ୍)
112 Neetu David (ନୀତୁ ଡାଭିଡ )
113 Virender Sehwag (ବିରେନ୍ଦର ସେହୱାଗ)
114 Diana Edulji ( ଡାଏନା ଏଡୁଲଜୀ)
115 Aravinda de Silva ( ଅରବିନ୍ଦା ଡି ସିଲଭା)

ABOUT THE AUTHOR

...view details