ହାଇଦ୍ରାବାଦ:ଅନ୍ତର୍ଜାତୀୟ କ୍ରିକେଟରେ ସବୁବେଳେ ରେକର୍ଡ ତିଆରି ହୁଏ ଓ ଭାଙ୍ଗେ । ଜଣେ ଖାଳାଳି ଗୋଟିଏ ରେକର୍ଡ କଲେ ଏହାକୁ ଆଉ ଜଣେ ଖାଳାଳି ଭାଙ୍ଗି ଥାଏ । କିନ୍ତୁ ଏମିତି କିଛି ରେକର୍ଡ ଅଛି ଯାହା ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିପାରିନାହାନ୍ତି । ଯଦି କ୍ରିକେଟ ଜଗତରେ ରେକର୍ଡ କରିଥିବା ଖେଳାଳିଙ୍କ କଥା ଆସେ, ତେବେ ପ୍ରଥମେ ୨ ଜଣ ଖେଳାଳିଙ୍କ ନାମ ମନକୁ ଆସେ । ଜଣେ ହେଉଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲ କର ଓ ସାର ଡନ୍ ବ୍ରାଡମ୍ୟାନ । ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ଟି ଶତକ କରିଥିବାର ରେକର୍ଡ ସଚିନଙ୍କ ନାମରେ ଥିବା ବେଳେ ବ୍ରେଡମ୍ୟାନଙ୍କ ନାମରେ ଟେଷ୍ଟରେ ଆଭରେଜ ରହିଛି ୯୯.୯୯ । ତେବେ ଏହି ୨ ଜଣଙ୍କ ବ୍ୟତୀତ ଆଉ ଜଣେ ମଧ୍ୟ ଖେଳାଳି ଅଛନ୍ତି, ଯାହାଙ୍କ ରେକର୍ଡ ଭାଙ୍ଗିବା ଅନ୍ୟ ଖେଳାଳିଙ୍କ ପାଇଁ ମୁସ୍କିଲ । ତେବେ କିଏ ସେ କ୍ରିକେଟର ?
'ରେକର୍ଡ ଭାଙ୍ଗିବା ପାଇଁ ତିଆରି ହୁଏ' । ଏହି ବାକ୍ୟଟି ଆମେ ବହୁତ ଦିନ ଧରି ଶୁଣିଆସୁଛେ । କିନ୍ତୁ କିଛି ରେକର୍ଡ ଅଛି ଯାହାକୁ ଭାଙ୍ଗିବା ବହୁତ କଷ୍ଟକର । ଆଜି ଆମେ ଆପଣଙ୍କୁ ଏପରି ପାଞ୍ଚଟି ରେକର୍ଡ ବିଷୟରେ କହିବାକୁ ଯାଉଛୁ । ସଚିନ ତେନ୍ଦୁଲ କର ଓ ସାର ଡନ୍ ବ୍ରାଡମ୍ୟାନଙ୍କ ବ୍ୟତୀତ ଅନ୍ୟ ଖେଳାଳି ଜଣଙ୍କ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ । ତେବେ ଦ୍ରାବିଡଙ୍କ ନାମରେ ଏଭଳି କିଛି ବିଶ୍ବ ରେକର୍ଡ ଅଛି, ଯାହାକୁ ଭାଙ୍ଗିବା ଏତେ ସହଜ ନୁହେଁ । ରାହିଲ ଦ୍ରାବିଡଙ୍କ କରିଥିବା 5ଟି ରେକର୍ଡ ଉପରେ ନଜର ପକାଇବା ।
୧- ଟେଷ୍ଟ କ୍ରିକେଟରେ ସର୍ବାଧିକ ବଲ୍ ଖେଳିବା-
ଦ୍ରାବିଡ ତାଙ୍କ ଟେଷ୍ଟ କ୍ୟାରିୟରରେ ମୋଟ 31,258 ବଲ୍ ଖେଳିଛନ୍ତି । ଯାହା ପ୍ରାୟ 5210 ଓଭର । ଏବେ ଟେଷ୍ଟ କ୍ରିକେଟରେ ଯେ କୌଣସି ବ୍ୟାଟର ଦ୍ରୁତ ଷ୍ଟାଇକରେଟରେ ଖେଳୁଛନ୍ତି । ଯାହା ଯୋଗୁଁ ଦ୍ରାବିଡଙ୍କ ଏହି ବିଶ୍ୱ ରେକର୍ଡ ଭାଙ୍ଗିବା କୌଣସି ବ୍ୟାଟସମ୍ୟାନଙ୍କ ପାଇଁ ଏବେ କଷ୍ଟକର ।
୨- ଟେଷ୍ଟ ଇତିହାସରେ ସର୍ବାଧିକ କ୍ୟାଚ୍
ଜଣେ ବିଶ୍ୱସ୍ତରୀୟ ବ୍ୟାଟସମ୍ୟାନ ହେବା ବ୍ୟତୀତ, ଦ୍ରାବିଡ ଜଣେ ଉତ୍କୃଷ୍ଟ କ୍ଷେତ୍ରରକ୍ଷକ ମଧ୍ୟ ଥିଲେ । ବିଶେଷକରି ସ୍ଲିପ୍ କର୍ଡନରେ ଦ୍ରାବିଡ ସର୍ବଦା କ୍ୟାଚ୍ ଧରୁଥିଲେ । ରାହୁଲ ଦ୍ରାବିଡ ହେଉଛନ୍ତି ଫିଲ୍ଡର (ନନ୍-ୱିକେଟକିପର) ଯିଏ ଟେଷ୍ଟ କ୍ରିକେଟରେ ସର୍ବାଧିକ କ୍ୟାଚ୍ ନେଇଛନ୍ତି । ଦ୍ରାବିଡ ଟେଷ୍ଟ କ୍ରିକେଟରେ 210ଟି କ୍ୟାଚ୍ ନେଇଛନ୍ତି, ଯାହା ଏପରି ଏକ ରେକର୍ଡ ଯାହା କେବେ ଭାଙ୍ଗିପାରିବ ନାହିଁ । ତାଙ୍କ ପରେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ୨୦୫ଟି କ୍ୟାଚ୍ ନେଇଛନ୍ତି । ସକ୍ରିୟ ଖେଳାଳିମାନଙ୍କ ମଧ୍ୟରେ ଷ୍ଟିଭ୍ ସ୍ମିଥ୍ ତାଙ୍କ ନିକଟତର । ସ୍ମିଥ୍ ଟେଷ୍ଟରେ ୧୭୩ଟି କ୍ୟାଚ୍ ନେଇଛନ୍ତି ।
୩- କ୍ରିଜରେ ସର୍ବାଧିକ ସମୟ ବିତାଇବା