ଓଡିଶା

odisha

ETV Bharat / sports

ହକି ପ୍ରୋ ଲିଗ: ଆଜି ଭାରତ-ଚୀନ ମଧ୍ୟରେ ହେବ ଫାଇଟ

Hockey Pro League 2024: ବିର୍ସାମୁଣ୍ଡା ଷ୍ଟାଡିୟମରେ ଆଜି ଭାରତ ଓ ଚୀନ ମହିଳା ହକି ଦଳ ମଧ୍ୟରେ ହେବ ମୁକାବିଲା । ପୂର୍ବ ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 12, 2024, 1:11 PM IST

India Vs China
India Vs China

India Vs China

ରାଉରକେଲା: ଆଜିଠୁ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହେବ ହକି ପ୍ରୋ ଲିଗ ମ୍ୟାଚ । ପ୍ରଥମ ଥର ପାଇଁ ମହିଳା ହକି ପ୍ରୋ ଲିଗର ମ୍ୟାଚ ରାଉରକେଲାରେ ଆୟୋଜନ କରାଯାଇଛି । ପୁଣି ଦର୍ଶକଙ୍କ କର ତାଳିରେ କମ୍ପିବ ଷ୍ଟାଡିୟମ । ଆଜି ସନ୍ଧ୍ୟାରେ 2ଟି ମ୍ୟାଚ ରହିଛି । ପ୍ରଥମ ମ୍ୟାଚ ୟୁଏସଏ ଏବଂ ନେଦରଲ୍ୟାଣ୍ଡ ମହିଳା ଦଳ ମଧ୍ୟରେ ମୁକାବିଲା ହେବ । ପରେ ଭାରତ ଓ ଚୀନ ମଧ୍ୟରେ ମ୍ୟାଚ ଖେଳାଯିବ । ଭୁବନେଶ୍ବରରେ ଖେଳାଯାଇଥିବା ହକି ପ୍ରୋ ଲିଗରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିଲା । 3ଟି ମ୍ୟାଚ ଜିତିଥିବା ବେଳେ ଗୋଟିଏ ମ୍ୟାଚରେ ଜିତିଥିଲା ଭାରତ । ତେଣୁ ପୁରୁଣା ଭୁଲକୁ ସୁଧାରି ପୁଣି ଥରେ ଭାରତ ଆଜି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଆଜିର ମ୍ୟାଚ ପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି ।

ଶେଷ ଚାରୋଟି ମ୍ୟାଚର ପ୍ରଥମ ମ୍ୟାଚରେ ଚାଇନା ଠାରୁ, ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ୍ସ , ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ପାଖିଆ ପରାସ୍ତ ହୋଇଥିଲା ଭାରତୀୟ ଦଳ ଏବଂ ଶେଷ ମ୍ୟାଚରେ USA ବିପକ୍ଷରେ ବିଜୟ ଲାଭ କରିଥିଲା । ରାଉରକେଲାରେ ପ୍ରୋ ଲିଗର ଦ୍ୱିତୀୟ ଫେଜରେ ପୁଣି ଚାଇନା ସହ ମୁହାଁମୁହିଁ ହେବ ଦଳ । ତେବେ ଏହି ମ୍ୟାଚକୁ ଭାରତ ଜିତିବାକୁ ହେଲେ ପ୍ରଥମ କ୍ୱାଟର ରୁ ହିଁ ଆଟାକ୍କିଂ ମୁଡରେ ଖେଳିବାକୁ ପଡିବ । ଆଜିର ମ୍ୟାଚରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କ ନଜର ।

ଏହା ମଧ୍ୟ ପଢନ୍ତୁ-ବିର୍ସାମୁଣ୍ଡା ଷ୍ଟାଡିୟମରେ ହକି ପ୍ରୋ ଲିଗ, ରାଉରକେଲାରେ ପହଞ୍ଚିଲେ ୫ ଦଳର ଖେଳାଳି

ଫେବୃଆରୀ 3 ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଚୀନ ମଧ୍ୟରେ ମୁକାବିଲା ହୋଇଥିଲା । 2-1 ଗୋଲରେ ଭାରତକୁ ହରାଇ ବିଜୟ ହୋଇଥିଲା ଚୀନ । ପ୍ରଥମ କ୍ୱାଟରରୁ ହିଁ ଭାରତ ଆକ୍ରମକ ଖେଳ ପଦର୍ଶନ କରିଥିଲା । ଭାରତୀୟ ଟିମର ଖେଳାଳି ବନ୍ଦନା କାତାରିୟା ଦଳ ତରଫରୁ ପ୍ରଥମ ଗୋଲ ଦେଇଥିଲେ । କିନ୍ତୁ ପରମୁହୁ୍ର୍ତ୍ତରେ 2ଟି ଗୋଲ ଦେଇ ବିଜୟୀ ହୋଇଥିଲା ଚୀନ । ଆଜିର ମ୍ୟାଚ ଭାରତୀୟ ମହିଳା ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ହେଲେ ଚୀନକୁ ଆଜି ପରାଜତି କରିବାକୁ ପଡିବ ଭାରତକୁ । ଓ୍ବିମେନ ଇନ ବ୍ଲୁ ପୂର୍ବ ମ୍ୟାଚରେ ଆଜି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ।

ଇଟିଭି ଭାରତ,ରାଉରକେଲା

ABOUT THE AUTHOR

...view details