ଓଡିଶା

odisha

ETV Bharat / sports

ସିରିଜ ହାରିଲା ଟିମ୍ ଇଣ୍ଡିଆ; କୋହଲି-ରୋହିତଙ୍କ ଅବସର ଦାବି କଲେ ଫ୍ୟାନ୍ସ

ଭାରତୀୟ କ୍ରିକେଟ ଟିମ୍ ୧୨ ବର୍ଷ ପରେ ସିରିଜ ହାରିବା ପରେ ରୋହିତ-କୋହିଲଙ୍କ ଅବସର ଦାବି କରିଛନ୍ତି ଫ୍ୟାନ୍ସ ।

Rohit Sharma and Virat Kohli
Rohit Sharma and Virat Kohli (ANI and IAns photo)

By ETV Bharat Odisha Team

Published : 5 hours ago

Updated : 4 hours ago

ହାଇଦ୍ରାବାଦ:ଅତିଥି ଦଳ ନ୍ୟୁଜିଲାଣ୍ଡ ଶନିବାର ଦିନ ମହାରାଷ୍ଟ୍ର ପୁଣେରେ ଐତିହାସକ ବିଜୟ ହାସଲ କରିଛି । କିଓ୍ବି ଦଳ ୬୯ବର୍ଷ ପରେ ଭାରତରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ ଜିତିଛି । ୧୨ ବର୍ଷ ପରେ ଭାରତ ଘରୋଇ ମାଟିରେ ଟେଷ୍ଟ ସିରିଜରେ ପରାଜିତ ହୋଇଛି । ପୂର୍ବରୁ ବେଙ୍ଗାଲୁରୁରେ ପ୍ରଥମ ଟେଷ୍ଟ ମ୍ୟାଚ ୩୬ ବର୍ଷ ପରେ ଜିତିଥିବା ନ୍ୟୁଜିଲାଣ୍ଡ । କିଓ୍ବି ଟିମର ଏହି ସିରିଜ ବିଜୟ ପରେ ଭାରତ ଲଗାତାର ୧୮ଟି ସିରିଜ ଜିତିବା ପରେ କୌଣସି ଗୋଟିଏ ଟେଷ୍ଟ ସିରିଜ ହାରିଛି ।

ଏହା ବି ପଢନ୍ତୁ- ସିରିଜ ପରାଜୟ ପରେ ଖସିଲା ଟିମ୍ ଇଣ୍ଡିଆର WTC ପଏଣ୍ଟ, ଉଠିଲା ପାକିସ୍ତାନ

ଏହା ବି ପଢନ୍ତୁ- 12 ବର୍ଷ ପରେ ନିଜ ମାଟିରେ ଟେଷ୍ଟ ସିରିଜ ହାରିଲା ଟିମ୍ ଇଣ୍ଡିଆ, 69 ବର୍ଷ ପରେ ଏହି ରେକର୍ଡ କଲା ନ୍ୟୁଜିଲାଣ୍ଡ

ଏହି ସିରିଜରେ ପରାଜୟ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଟାର୍ଗେଟ କରିଛନ୍ତି ଫ୍ୟାନ୍ସ । ଅନୁଭବୀ ରୋହିତ-ବିରାଟ ଯୋଡିଙ୍କୁ ଅବସର ପାଇଁ ପରାମର୍ଶ ଦେଇଛନ୍ତି ପ୍ରଂଶସକ । ଖାଲି ସେତିକି ନୁହେଁ, ଫ୍ୟାନ୍ସ ମଧ୍ୟ ଦୁଇ ବରିଷ୍ଠ ଏବଂ ଭେଟେରାନ କ୍ରିକେଟରଙ୍କୁ ଟେଷ୍ଟ ଟିମରୁ ବାହର ପାଇଁ ଦାବି କରିଛନ୍ତି । ଅନେକ ଫ୍ୟାନ୍ସ ଦାବି କରିଛନ୍ତି ଦୁହେଁ ଟେଷ୍ଟ କ୍ରିକେଟରୁ ଅବସର ଗ୍ରହଣ କରନ୍ତୁ, ଆଉ କିଛି ଫ୍ୟାନ୍ସ ଦାବି କରିଛନ୍ତି କି ଦୁହେଁ ଘରୋଇ କ୍ରିକେଟ ଖେଳିବା ଆରମ୍ଭ କରିନ୍ତୁ କାରଣ ମହାନ କ୍ରିକେଟର ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ମଧ୍ୟ ଅବସରର ପୂର୍ବରୁ ଘରୋଇ କ୍ରିକେଟ ଖେଳିଥିଲେ । ପ୍ରକାଶ ଥାଉକି, ବିରାଟ କୋହଲି ୨୦୧୨ ମସିହାରେ ଘରୋଇ କ୍ରିକେଟ ଖେଳିଥିବା ବେଳେ ତେନ୍ଦୁଲରକର ୨୦୧୩ ମସିହାରେ ଘରୋଇ କ୍ରିକେଟ ଖେଳିଥିଲେ ।

ଦ୍ବିତୀୟ ମ୍ୟାଚରେ ଭାରତୀୟ ଦଳର ଦୁଇ ଭେଟେରାନ ବ୍ୟାଟର ସବୁଠୁ କମ ରନ ସ୍କୋର କରିଥିଲେ । ଦୁହିଁଙ୍କ ଯୋଗଦାନ ମଧ୍ୟ ନୈରାଶ୍ୟଜନକ ଥିଲା । ରୋହିତ ଶର୍ମା ୦ ଏବ ୮ ରନ ସ୍କୋର କରିଥିବା ବେଳେ କୋହଲି ୧ ଏବଂ ୧୭ ରନ ସ୍କୋର କରିଥିଲେ । ଫ୍ୟାନ୍ସଙ୍କ ଆଶା ଥିଲା କି ଭାରତ ୦-୧ରେ ସିରିଜରେ ପଛରେ ପଡିବା ପରେ ଦୁଇ ଭେଟେରାନଙ୍କ ବଳିଷ୍ଠ ଯୋଗଦାନ ରହିବ ଏବଂ ଭାରତ ସିରିଜ ବରାବର କରିବ । ତେବେ ଦୁଇ ବ୍ୟାଟରଙ୍କ ବିଫଳତା ବର୍ତ୍ତମାନ ଟିମ୍ ପାଇଁ ମୁଣ୍ଡ ବିନ୍ଧାର କରାଣ ପାଲଟିଛି ।

ଜଣେ ୟୁଜର ଲେଖିଛନ୍ତି କି, "ଆଖି ବନ୍ଦ କରି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସମର୍ଥନ ବନ୍ଦ କରିଦିଅନ୍ତୁ । ରୋହିତ ଶର୍ମା ୨୦୧୬ ମସିହାରୁ ଏବଂ ବିରାଟ କୋହିଲ ୨୦୧୨ ମସିହାରୁ ଘରୋଇ କ୍ରିକେଟ ଖେଳିନାହାଁନ୍ତି । ସଚିନ ତେନ୍ଦୁଲକର ୪୦ ବର୍ଷ ବୟସରେ ରଣଜୀ ମ୍ୟାଚ ଖେଳିଛନ୍ତି ଏବଂ ତେନ୍ଦୁଲକର ଅବସର ନେବାର ୧୫ ଦିନ ପୂର୍ବରୁ ଘରୋଇ ମ୍ୟାଚ ଖେଳିଥିଲେ । ତେବେ ଯଦି ସଚିନ ଏପରି କରିପାରିଛନ୍ତି, କାହିଁକି ଦୁଇ ବ୍ୟାଟର ରୋହିତ-କୋହଲି ଘରୋଇ କ୍ରିକେଟ ଖେଳିବେ ନାହିଁ ।"

Last Updated : 4 hours ago

ABOUT THE AUTHOR

...view details