ଓଡିଶା

odisha

ପାଦରେ ତ୍ରିରଙ୍ଗାକୁ ଦଳିଦେଲେ ବଜରଙ୍ଗ ପୁନିଆ ! ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି ୟୁଜର୍ସ - Bajrang Punia Criticised

By ETV Bharat Sports Team

Published : Aug 17, 2024, 5:36 PM IST

Bajrang Punia Criticised : ଭିନେଶ ଫୋଗାଟଙ୍କୁ ଦିଲ୍ଲୀରେ ସ୍ବାଗତ ସମୟରେ ତ୍ରିରଙ୍ଗା ପତାକା ଉପରେ ପାଦ ରଖି ଛିଡ଼ା ହୋଇଗଲେ ବଜରଙ୍ଗ ପୁନିଆ । ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ କରି ଟ୍ରୋଲ କରିଛନ୍ତି ୟୁଜର୍ସ । ଅଧିକ ପଢ଼ନ୍ତୁ

BAJRANG PUNIA INSULT NATIONAL FLAG
BAJRANG PUNIA INSULT NATIONAL FLAG (IANS Photo)

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସ 2024ରେ ଚମତ୍କାର ପ୍ରଦର୍ଶନ ସତ୍ତ୍ବେ ଫାଇନାଲରୁ ଅଯୋଗ୍ୟ ହୋଇଥିବା ଭାରତୀୟ ରେସଲର ଭିନେଶ ଫୋଗାଟ ଆଜି ଭାରତ ଫେରିଛନ୍ତି । ସ୍ବଦେଶ ଫେରିବା ପରେ ଆଜି ତାଙ୍କୁ ଦିଲ୍ଲୀରେ ଭବ୍ୟ ସ୍ବାଗତ କରାଯାଇଥିଲା । ତାଙ୍କ ସାଥୀ ଭାରତୀୟ ରେସଲର ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ତାଙ୍କୁ ସ୍ବାଗତ କରିବାକୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ । ଭିନେଶ ଦୁହିଁଙ୍କୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଲେ । ଏହି ଘଟଣାକ୍ରମ ମଧ୍ୟରେ ବଜରଙ୍ଗ ପୁନିଆଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଭିନେଶଙ୍କୁ ସ୍ବାଗତ କରୁଥିବାବେଳେ 'ତ୍ରିରଙ୍ଗା' ଚିତ୍ର ଥିବା ପୋଷ୍ଟର ଉପରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସୋସିଆଲ ମିଡିଆରେ ବଜରଙ୍ଗ ପୁନିଆଙ୍କୁ କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି ।

'ତ୍ରିରଙ୍ଗା' ଚିତ୍ର ଥିବା ପୋଷ୍ଟର ଉପରେ ଛିଡ଼ା ହୋଇଥିଲେ ପୁନିଆ :-

ଭିନେଶ ଫୋଗାଟଙ୍କୁ ଭବ୍ୟ ସ୍ବାଗତ ମଧ୍ୟରେ ବଜରଙ୍ଗ ଏକ ସମୟରେ 'ତ୍ରିରଙ୍ଗା' ଚିତ୍ର ଥିବା ପୋଷ୍ଟର ଉପରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ଏକ ଭିଡିଓରେ ବଜରଙ୍ଗ ପୁନିଆ ଏକ କାରର ବନେଟ ଉପରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା, ଯେଉଁଥିରେ ଏକ 'ତ୍ରିରଙ୍ଗା' ପୋଷ୍ଟର ଲଗାଯାଇଥିଲା । ପ୍ରକାଶ ଥାଉ, ଏହି ସମୟରେ ପୁନିଆ ଜନତା ଏବଂ ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଥିବାବେଳେ ଅଜାଣତରେ ତାଙ୍କ ପାଦ 'ତ୍ରିରଙ୍ଗା' ପୋଷ୍ଟରରେ ପଡ଼ିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ୟୁଜର୍ସ ଏଥିପାଇଁ ରେସଲର ବଜରଙ୍ଗଙ୍କୁ ସମାଲୋଚନା କରୁଛନ୍ତି ।

ସମାଲୋଚନା କରୁଛନ୍ତି ୟୁଜର୍ସ :-

ବଜରଙ୍ଗ ପୁନିଆ 'ତ୍ରିରଙ୍ଗା'କୁ ଅପମାନିତ କରୁଥିବା ଲେଖି ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ନେଟିଜେନ୍ସମାନେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଉପରେ ଜାତୀୟ ପତାକା ଥିବା ପୋଷ୍ଟରରେ ଛିଡ଼ା ହୋଇ ଜାତୀୟ ପତାକାକୁ ଅପମାନିତ କରୁଥିବା ଅଭିଯୋଗ ଲଗାଇଛନ୍ତି । କାରଟି ପ୍ରବଳ ଭିଡ଼ ଦେଇ ବିମାନ ବନ୍ଦରରୁ ବାହାରକୁ ଯିବାକୁ ଚେଷ୍ଟା କରୁଥିବାବେଳେ ବଜରଙ୍ଗ ସେଠାରେ ଉପସ୍ଥିତ ଜନସାଧାରଣ ଓ ମିଡିଆକୁ ସମ୍ଭାଳିବାକୁ ଚେଷ୍ଟା କରୁଥିଲେ, ତେଣୁ ହୁଏତ ଏହା ତାଙ୍କ ଅଜାଣତରେ ଘଟିଥାଇପାରେ । ହେଲେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ତୀବ୍ର ସମାଲୋଚନା କରୁଛନ୍ତି କାରଣ ସେମାନେ ଅନୁଭବ କରୁଛନ୍ତି ଯେ ଏହା ଭାରତୀୟ ଜାତୀୟ ପତାକାର ଅପମାନ ଅଟେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସରୁ ଫେରିଲେ ରେସଲର ଭିନେଶ ଫୋଗତ; ଖାଲି ହାତରେ ଫେରିଥିବାରୁ କାନ୍ଦି ପକାଇଲେ, ସ୍ବାଗତ କଲେ ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ - Vinesh Phogat arrives at Delhi

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details