କଟକ: ଓଡିଶା କ୍ରିକେଟ ଛାଡିଲେ ଶୁଭ୍ରାଂଶୁ ସେନାପତି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଶୁଭ୍ରାଂଶୁ । OCAରେ NOC ପାଇଁ ଆବେଦନ କରିଥିଲେ ଶୁଭ୍ରାଂଶୁ । OCA ଶୁଭ୍ରାଂଶୁଙ୍କ NOCକୁ ଗ୍ରହଣ କରିଛି । ଶୁଭ୍ରାଂଶୁ ଓଡିଶା କ୍ରିକେଟର ଜଣେ ଉଦୀୟମାନ ଖେଳାଳି ଥିଲେ । ସେ ଓଡିଶା କ୍ରିକେଟ ଛାଡିବା ପରେ ମଧ୍ୟ ପ୍ରଦେଶ ପାଇଁ ଖେଳିବେ । NOC ପାଇବା ପରେ ଗଣମାଧ୍ୟମକୁ ପତିକ୍ରିୟାରେ ଶୁଭ୍ରାଂଶୁ କହିଛନ୍ତି ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି ।
Cricketer Subhranshu Senapati (ETV Bharat Odisha) ପୂର୍ବରୁ ଶୁଭ୍ରାଂଶୁ ସେନାପତିଙ୍କ ଓଡିଶା କ୍ରିକେଟ ଛାଡିବା ପ୍ରସଙ୍ଗରେ ମୁହଁ ଖୋଲିଥିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଶୁଭ୍ରାଂଶୁ ଓଡିଶା ଟିମର ଏକ ଆସେଟ । କିଛି ଦିନ ହେବ ଚର୍ଚ୍ଚା ହେଉଛି ସେ ଓଡିଶା ଛାଡି ମଧ୍ୟ ପ୍ରଦେଶରୁ କ୍ରିକେଟ ଖେଳିବେ । ଯଦି ସେ ଏଭଳି ମାଇଣ୍ଡ ସେଟରେ ଅଛନ୍ତି ତେବେ ତାଙ୍କୁ ସ୍ବାଗତ । ଯେଉଁ ଭାରତୀୟ ଟିମ ରେ ସୁଯୋଗ ଓ ଆଇପିଏଲରେ ସୁଯୋଗ ମିଳିବା ନେଇ ଶୁଭ୍ରାଂଶୁଙ୍କୁ ଆଶା ଦିଆଯାଇଛି ସେଥିରେ ବ୍ୟକ୍ତିଗତ ପ୍ରଦର୍ଶନର ଆବଶ୍ୟକତା ରହିଛି । ପୂର୍ବରୁ ଓଡିଶା କ୍ରିକେଟ ସଂଘ ପକ୍ଷରୁ ଶୁଭ୍ରାଂଶୁଙ୍କୁ ଅନେକ ସୁଯୋଗ ଦିଆଯାଇଛି ବୋଲି କହିଥିଲେ ସଞ୍ଜୟ ।
ଓସିଏ ସମ୍ପାଦକ ସଞ୍ଜୟ କହିଥିଲେ ," ଗତ ରଣଜୀ ସିଜିନରେ ଶୁଭ୍ରାଂଶୁ ମଧ୍ୟପ୍ରଦେଶ ବିପକ୍ଷରେ ଏକ ଦ୍ଵିଶତକ ଓ ଅନ୍ୟ ଏକ ମ୍ୟାଚରେ ଶତକୀୟ ପାଳି ଖେଳିଥିଲେ । ଦଳ ତାଙ୍କ ଉପରେ ବିଶ୍ୱାସ ରଖିଥିଲା । କିନ୍ତୁ ସେ ଓଡ଼ିଆ ପୁଅ ହିସାବରେ ଓଡିଶା ପ୍ରତି ସେ ଭଲ ପାଇବା ଦେଖାଇ ନାହାନ୍ତି । ତାଙ୍କର ଏହି ନିଷ୍ପତିକୁ ସ୍ୱାଗତ କରିବା ଛଡା ଅନ୍ୟଗତି ନାହିଁ ଓସିଏ ପାଖରେ । ତେଣୁ ତାଙ୍କୁ NOC ଦିଆଯିବ ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଏହାଛଡ଼ା ଅନ୍ୟ ରାଜ୍ୟ କ୍ରିକେଟ ସଂଘରୁ ଅନେକ ଖେଳାଳି ଓଡିଶାରେ ଖେଳାଳିବା ପାଇଁ ଇଚ୍ଛା ପ୍ରକଟ କରିବା ସହ ପ୍ରସ୍ତାବ ଦେଇଥାନ୍ତି । ହେଲେ ଓସିଏ ଓଡ଼ିଆ କ୍ରିକେଟରଙ୍କୁ ନେଇ ଭବିଷ୍ୟ ଗଢିବାରେ ସର୍ବଦା ବିଶ୍ୱାସ ରଖିଥାଏ ।ବର୍ତ୍ତମାନ ଓସିଏର ଶୃଙ୍ଖଳା କମିଟି ସହ ଆଲୋଚନା ପରେ ଏକ ଖେଳାଳି ମାନଙ୍କ ସହ ଚୁକ୍ତି କରାଯିବ । କାହିଁକି ନା ଓସିଏ ଅନେକ କଷ୍ଟ କରି ଖେଳାଳି ଗଢୁଛି । ଆଉ କ୍ରିକେଟର ପରିପକ୍ୱ ହେଲା ପରେ ଓଡିଶା ଛାଡି ଅନ୍ୟ ସଂଘରେ ଖେଳିବାକୁ ମନ ବଳାଉଛନ୍ତି ।
ଏହା ମଧ୍ୟ ପଢନ୍ତୁ ...କ୍ରୀଡ଼ାସଂଘରୁ କମୁଛି ବିଜେଡି ପତିଆରା; FAO ସଭାପତି ହେଲେ ସମୀର ଦେ - Samir Dey become President of FAO
ତେବେ ଶୁଭ୍ରାଂଶୁ ଦଳ ଛାଡିଲେ ସେମିତି କିଛି କ୍ଷତି ସହିବନି ଓଡିଶା କ୍ରିକେଟ । ଅନେକ ଯୁବ ପ୍ରତିଭା ବର୍ତ୍ତମାନ ଓଡିଶା କ୍ରିକେଟରେ ଉଭା ହୋଇଛନ୍ତି । ତେଣୁ ଏହି ବିଷୟରେ କେବଳ ଶୁଭ୍ରାଂଶୁଙ୍କୁ ବୁଝାଯାଇ ପାରିବ କିନ୍ତୁ ନିଷ୍ପତ୍ତି ତାଙ୍କ ହାତରେ ବୋଲି କହିଥିଲେ ଓସିଏ ସମ୍ପାଦକ ।
ସେପଟେ ଏହାର ଜବାବ ରଖିଛନ୍ତି ଶୁଭ୍ରାଂଶୁ । ସେ କହିଛନ୍ତି ,"ମୋ କ୍ୟାରିୟର ପାଇଁ ନିଷ୍ପତ୍ତି ନେଇଛି । ପୂର୍ବରୁ କିଛି ଖେଳାଳି ବାହାରକୁ ଯାଇ ସଫଳତା ପାଇଛନ୍ତି । ମୋର ବି ଆଶା ମୁଁ ସଫଳତା ପାଇବି । ମଧ୍ୟ ପ୍ରଦେଶ କ୍ରିକେଟର କୋଚ ଚନ୍ଦ୍ରକାନ୍ତ ପଣ୍ଡିତ ମୋତେ ଯୋଗାଯୋଗ କରିଥିଲେ । ଓସିଏର ସପୋର୍ଟ ରହିଛି । ଓସିଏକୁ ବହୁତ ଧନ୍ୟବାଦ । ମୋର NOCକୁ ଗ୍ରହଣ କରିଛନ୍ତି । ମୋତେ ଗୋଟେ ସୁଯୋଗ ମିଳିଛି ତେଣୁ ମୁଁ ମୋ ଭବିଷ୍ୟତ ପାଇଁ ନିଷ୍ପତ୍ତି ନେଇଛି । ଭଲ ଟିମ୍ ଓ ଭଲ କୋଚଙ୍କ ପକ୍ଷରୁ ମୋତେ ସୁଯୋଗ ଦେବା ପାଇଁ ବିଶ୍ୱାସ ଦେଇଛନ୍ତି । ତେଣୁ ମୁଁ ଏହି ନିଷ୍ପତ୍ତି ନେଇଛି । ଓସିଏରେ କିଛି ଅଭାବ ତ୍ରୁଟି ନାହିଁ , ସମସ୍ତେ ଏଠି ଖେଳି ଆଗକୁ ଯାଇ ପାରିବେ । ମୋର ଏ ନିଷ୍ପତ୍ତି ବ୍ୟକିଗତ ।
ଅନ୍ୟପଟେ ଶୁଭ୍ରାଂଶୁ ସେନାପତି ଓଡିଶା କ୍ରିକେଟ ଛାଡିବା ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ପତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଶୁଭ୍ରାଂଶୁ ସେନାପତି ଆମ ରାଜ୍ୟର ଗୋଟେ ଆସେଟ । ମୁଁ ଓ ଓସିଏ ପକ୍ଷରୁ ତାଙ୍କୁ ସବୁବେଳେ ସପୋର୍ଟ ଯୋଗାଇ ଦିଆଯାଇଛି । ଚନ୍ଦ୍ରକାନ୍ତ ପଣ୍ଡିତ ମଧ୍ୟପ୍ରଦେଶ ଓ ଏକ IPL ଟିମର କୋଚ ଅଛନ୍ତି । ଯଦି ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ମାଧ୍ୟମରେ ଶୁଭ୍ରାଂଶୁଙ୍କ କ୍ୟାରିୟର ହେଇ ପାରିବ ତାହାଲେ ଆମେ ଖୁସି ହେବୁ । OCA ସବୁବେଳେ ଖେଳାଳିଙ୍କ ସାଙ୍ଗରେ ଥାଏ । OCAକୁ ମଧ୍ୟ ବାହାର ରାଜ୍ୟର ଖେଳାଳି ଓଡ଼ିଶାରେ ଖେଳିବା ପାଇଁ ଅନୁରୋଧ କରିଛନ୍ତି । କିନ୍ତୁ ଓସିଏ ଓଡ଼ିଶାର ଖେଳାଳିଙ୍କୁ ଖେଳିବାର ସୁଯୋଗ ଦେଇଛି ।
ଶୁଭ୍ରାଂଶୁଙ୍କୁ ଅଧିନାୟକ ପଦ ଦିଆଯାଇଥିଲା । ସବୁବେଳେ ଓସିଏ ଶୁଭ୍ରାଂଶୁ ଙ୍କ ସହିତ ଥିଲା । ଅନ୍ୟ ରାଜ୍ୟ ପାଇଁ ଖେଳିବା, ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ସେ ମୋତେ ଅନୁରୋଧ କରିଥିଲେ ,NOCକୁ ଗ୍ରହଣ କରିବ ପାଇଁ ଆମେ ଏହାକୁ ଗ୍ରହଣ କରିଛୁ । ସେ ଓଡ଼ିଶାର ପିଲା , ସେ ଓଡ଼ିଶା ପାଇଁ ଖେଳି ସଫଳତା ପାଇଛି , କିନ୍ତୁ ଏବେ ସେ ବାହାର ରାଜ୍ୟ ପାଇଁ ଖେଳିବା ପାଇଁ ଚାହୁଁଛନ୍ତି , ଯଦି ସେ ବାହାରେ ଖେଳି ଅଧିକ ସଫଳତା ପାଇବେ ତାହାଲେ ଆମେ ଖୁସି ହେବୁ । ବିସିସିଆଇ ପକ୍ଷରୁ ଏଭଳି ସିଷ୍ଟମ ରହିଛି । ଖେଳାଳି ନିଜ ରାଜ୍ୟ ପାଇଁ ଖେଳି ପାରିବ ଓ ଅନ୍ୟ ରାଜ୍ୟ ପାଇଁ ବି ଖେଳି ପାରିବ । ଏଥିରେ ଆମେ ପ୍ରତିବନ୍ଧକ ଲଗାଇ ପାରିବୁ ନାହିଁ । ଆଗାମୀ ଦିନରେ ଓଡ଼ିଶା ଟିମ ଭଲ ପଦର୍ଶନ କରିବ, ଆମେ ଆଶା ରଖିଛୁ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
ଇଟିଭି ଭାରତ, କଟକ