ଓଡିଶା

odisha

ETV Bharat / sports

ବିବାହ ବନ୍ଧନରେ ବାନ୍ଧି ହେଲେ ଚେସ୍‌ ମାଷ୍ଟର ପଦ୍ମିନୀ ରାଉତ - ବିବାହ କଲେ ଚେସ୍‌ ତାରକା ପଦ୍ମିନୀ

Chess Master Padmini Rout gets married: ବିବାହ ବନ୍ଧନରେ ବାନ୍ଧି ହେଲେ ଚେସ୍‌ ତାରକା ପଦ୍ମିନୀ ରାଉତ । ମୁମ୍ବାଇର ଇଞ୍ଜିନିୟର ଜୟକିଶିନ୍‌ ମନକାନୀଙ୍କୁ ସେ ବିବାହ କରିଛନ୍ତି । ଅଧିକ ପଢନ୍ତୁ

Padmini Rout
ବିବାହ କଲେ ଚେସ୍‌ ତାରକା ପଦ୍ମିନୀ

By ETV Bharat Odisha Team

Published : Jan 29, 2024, 9:02 AM IST

ଭୁବନେଶ୍ବର:ହାତକୁ ଦି-ହାତ ହେଲେ ଚେସ୍‌ ତାରକା ପଦ୍ମିନୀ ରାଉତ । ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପଦ୍ମିନୀ । ମୁମ୍ବାଇର ଇଞ୍ଜିନିୟର ଜୟକିଶିନ୍‌ ମନକାନୀଙ୍କୁ ସେ ବିବାହ କରିଛନ୍ତି । ଭୁବନେଶ୍ୱରର ଏକ ତାରକା ହୋଟେଲରେ ବୈଦିକ ରୀତିନୀତିରେ ତାଙ୍କ ବିବାହ ସଂପନ୍ନ ହୋଇଛି । ବିବାହ ମଣ୍ଡପରେ ଓଡିଶା ସମେତ ଦେଶର ନାମୀଦାମୀ ଚେସ୍‌ ତାରକା ଉପସ୍ଥିତ ଥିଲେ । ପଦ୍ମିନୀଙ୍କ ଖେଳ ଜୀବନ ଯେମିତି ସଫଳ ହୋଇଛି ସେହିପରି ବୈବାହିକ ଜୀବନ ସଫଳ ହେଉ ବୋଲି ଉପସ୍ଥିତ ଅତିଥି ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଛନ୍ତି ।

ବିବାହ କଲେ ଚେସ୍‌ ତାରକା ପଦ୍ମିନୀ

ଚେସ ଖେଳରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଭାଗ ନେଇ ମେଡାଲ ଜିତିବା ସହ ସେ ଓଡିଶାକୁ ଅନେକ ଥର ଗୌରବାନ୍ବିତ କରିଛନ୍ତି । ମାତ୍ର 9 ବର୍ଷ ବୟସରେ 2005 ମସିହାରୁ 11 ବର୍ଷରୁ କମ୍ ବର୍ଗରେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିଲେ ପଦ୍ମିନୀ । ସେହିପରି 2006 ମସିହାରେ 13 ବର୍ଷରୁ କମ୍ ପ୍ରତିଯୋଗିତା ମଧ୍ୟ ଜିତିଥିଲେ । 2008ରେ ସେ 14ବର୍ଷରୁ କମ ବର୍ଗରେ ଉଭୟ ଏସୀୟ ପ୍ରତିଯୋଗିତା ଓ 'ବିଶ୍ୱ ଯୁବ ଚେସ ପ୍ରତିଯୋଗିତା' ଜିତିଥିଲେ । 2009ରେ ସେ 20ବର୍ଷରୁ କମ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ । 2010ରେ ସେ 19ବର୍ଷରୁ କମ ଜାତୀୟ ଜୁନିୟର ମହିଳା ପ୍ରତିଯୋଗିତା ଜିତିଥିଲେ । ସେହିବର୍ଷ ସେ ଉଭୟ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତାରେ ଓ ବିଶ୍ୱ ଜୁନିୟର ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Chess Olympiad 2022: ଭାରତୀୟ ଦଳରେ ଗ୍ରାଣ୍ଡମାଷ୍ଟର ପଦ୍ମିନୀ ରାଉତ

2014 ରୁ 2017 ପର୍ଯ୍ୟନ୍ତ ଚେସର ଅନେକ ପ୍ରତିଯୋଗିତାରେ ବାଗ ନେଇ ଓଡିଶା ପାଇଁ ଗୌରବ ଆଣିଛନ୍ତି । ମୋଟ 5 ଥର ସେ ଜାତୀୟ ସ୍ତରରେ ବିଜେତା ହୋଇଛନ୍ତି । 2022ରେ 44ତମ ଚେସ୍‌ ଅଲମ୍ପିଆଡ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିଲେ ଗ୍ରାଣ୍ଡମାଷ୍ଟର ପଦ୍ମିନୀ ରାଉତ । 2023ରେ ମଧ୍ୟ ସେ ଜାତୀୟ ମହିଳା ଚେସ ଚମ୍ପିଆନରେ ବିଜୟୀ ହୋଇଥିଲେ । ନିକଟରେ ପ୍ରକାଶ ପାଇଥିବା ମହିଳା ଚେସ ମାନ୍ୟତାରେ ସେ ଦଶମ ସ୍ଥାନରେ ରହିଥିଲେ ।

1994 ଜାନୁଆରୀ 5 ତାରିଖରେ କଟକ ବଡ଼ମ୍ବା ଠାରେ ଜନ୍ମଗ୍ରହଣ କରିଛନ୍ତି ପଦ୍ମିନୀ । ତାଙ୍କ ପିତା ଅଧ୍ୟାପକ ଅଶୋକ କୁମାର ରାଉତ ଓ ମାତା ସସ୍ମିତା ଧଳ । ସେ ତାଙ୍କ ପିତାଙ୍କ କଥାରେ ଅନୁପ୍ରାଣିତ ହୋଇ 9ବର୍ଷ ବୟସରୁ ଚେସ ଖେଳିବା ଆରମ୍ଭ କରିଥିଲେ ।

ABOUT THE AUTHOR

...view details