ଓଡିଶା

odisha

ETV Bharat / sports

ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନ ଯିବନି ଭାରତ, ଜାଣନ୍ତୁ କେଉଁଠି ଖେଳାଯିବ ମ୍ୟାଚ ?

ବିସିସିଆଇ (BCCI) ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ କ୍ରିକେଟ ବୋର୍ଡ (PCB)। ଭାରତ ପାକିସ୍ତନ ନ ଗଲେ ହାଇବ୍ରିଡ ମଡେଲରେ ଅନୁଷ୍ଠିତ ହେବ ଚାମ୍ପିୟନ୍ସ ଟ୍ରଫି ।

champions trophy 2025
champions trophy 2025 (ANI)

By ETV Bharat Odisha Team

Published : Nov 8, 2024, 1:10 PM IST

ହାଇଦ୍ରାବାଦ:ଆଇସିସି ଚାମ୍ପିୟନ୍ସ ଟ୍ରଫି 2025କୁ ନେଇ ବଡ ଅପଡେଟ । ମ୍ୟାଚ ଖେଳିବାକୁ ପାକିସ୍ତାନ ଗସ୍ତ କରିବ ନାହିଁ ଟିମ୍‌ ଇଣ୍ଡିଆ । ହାଇବ୍ରିଡ ମଡେଲରେ ଖେଳସୂଚୀ ପ୍ରକାଶ କରିବାକୁ ରାଜି ହୋଇଛି ପାକିସ୍ତାନ କ୍ରିକେଟ ବୋର୍ଡ-ପିସିବି । ଆସନ୍ତାବର୍ଷ ପାକିସ୍ତାନରେ ଅନୁଷ୍ଠିତ ହେବ ଆଇସିସି ଚାମ୍ପିୟନ୍ସ ଟ୍ରଫି 2025 । ମ୍ୟାଚ ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ନଯିବାର ଅଧିକ ସମ୍ଭାବନା ରହିଛି । ଭାରତର ପାକିସ୍ତାନ ଗସ୍ତ କରୁ ବୋଲି ପିସିବି ପୂର୍ବରୁ ଜିଦ ଧରି ବସିଥିଲେ ମଧ୍ୟ ବର୍ତ୍ତମାନ କ୍ରୀଡା ସୂଚୀରେ ପରିବର୍ତ୍ତନ କରିବାକୁ ରାଜି ହୋଇଥିବା ଜଣାପଡିଛି ।

ହାଇବ୍ରିଡ ମଡେଲରେ ଚାମ୍ପିୟନ୍ସଟ୍ରଫି:

ପିଟିଆଇ ରିପୋର୍ଟ ଅନୁଯାୟୀ, ୟୁଏଇରେ ମ୍ୟାଚ କରିବାକୁ ଭାରତ ପକ୍ଷରୁ ପିସିବିକୁ କୁହାଯାଇଥିଲା । ଭାରତର ଏହି ଦାବିରେ ରାଜି ହୋଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ଅର୍ଥାତ ଏହି ଟୁର୍ଣ୍ଣାମେଣ୍ଟ ଏକ ହାଇବ୍ରିଡ୍ ମଡେଲରେ ଅନୁଷ୍ଠିତ ହେବ । ଏହି ନିଷ୍ପତ୍ତି ପଛର କାରଣ ହେଉଛି, ଭାରତର ସରକାର ସାମାଜିକ-ରାଜନୈତିକ ତଥା ସୁରକ୍ଷା ଦୃଷ୍ଟିରୁ ରୋହିତ ଶର୍ମା ଓ ଦଳକୁ ପାକିସ୍ତାନ ଯାତ୍ରା କରିବାକୁ ଦେବେ ନାହିଁ ।

ଏହା ମଧ୍ୟ ପଢନ୍ତୁ-ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍‌ ଇଣ୍ଡିଆ, ଏହିଠାରେ ହେବ ମ୍ୟାଚ - Champions Trophy 2025

ଏହା ମଧ୍ୟ ପଢନ୍ତୁ-Champions Trophy: BCCIକୁ ମନାଇବାକୁ PCBର ଚାଲ୍‌, ଭାରତୀୟ ପ୍ରଶଂସକଙ୍କୁ ତ୍ବରିତ ଭିସା

ଟିମ୍ ଇଣ୍ଡିଆର ମ୍ୟାଚ ଦୁବାଇ କିମ୍ବା ଶାରଜାରେ ଖେଳାଯିବ:

ଶେଷ ଥର ପାଇଁ 2023 ଏସିଆ କପ୍‌ ପାକିସ୍ତାନ ଆୟୋଜନ କରିଥିଲା । ସେହି ସମୟରେ ଖେଳିବା ପାଇଁ ଟିମ୍‌ ଇଣ୍ଡିଆ ପାକିସ୍ତାନ ମଧ୍ୟ ଯାଇନଥିଲା । ସୁରକ୍ଷାଜନିତ କାରଣ ଦର୍ଶାଇ ଭାରତୀୟ ଦଳକୁ ପାକିସ୍ତାନ ପଠାଇବାକୁ ରାଜି ହୋଇନଥିଲା ବିସିସିଆଇ । ଫଳରେ ହାଇବ୍ରିଡ ମଡେଲରେ ଭାରତର ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବାକୁ ଏସୀୟ କ୍ରିକେଟ୍‌ ପରିଷଦ ନିଷ୍ପତ୍ତି ନେଇଥିଲା । ଏଥର ଆଇସିସି ଇଭେଣ୍ଟରେ ମଧ୍ୟ ସମାନ ସମସ୍ୟା ଉପୁଜିଛି । ପିଟିଆଇକୁ ପିସିବି କହିଛି, ''ଯଦି ଭାରତର ସରକାର ଟିମ୍‌ ଇଣ୍ଡିଆକୁ ଗସ୍ତ ଅନୁମତି ନଦିଅନ୍ତି ତେବେ କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ କରାଯାଇପାରେ । ଦୁବାଇ କିମ୍ବା ଶାରଜାଠାରେ ମ୍ୟାଚ ଖେଳିବ। ''

ନଭେମ୍ବର 11ରେ ଖେଳସୂଚୀ ପ୍ରକାଶ ପାଇପାରେ:

ଚାମ୍ପିଅନ୍ସ ଟ୍ରଫି ପାଇଁ ଖେଳସୂଚୀ ବର୍ତ୍ତମାନ ସୁଦ୍ଧା ପିସିବି ପକ୍ଷରୁ ପ୍ରକାଶ କରାଯାଇନାହିଁ । କାହିଁକିନା ଭାରତ ପାକସ୍ତାନ ଗସ୍ତ ନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆୟାଇନାହିଁ । ଆସନ୍ତା ସପ୍ତାହ ସୁଦ୍ଧା କାର୍ଯ୍ୟସୂଚୀ ଘୋଷଣା କରିବାକୁ ବୋର୍ଡ ଆଇସିସି ସହ ଆଲୋଚନା କରୁଛି ବୋଲି ପିସିବି ସୂତ୍ରରୁ ଜଣାପଡିଛି । ଏକ ବିଶେଷ ସୁତ୍ରରୁ ଜଣାପଡିଛି, 'ପିସିବି ଆଇସିସି ସହିତ ସମ୍ଭାବ୍ୟ କାର୍ଯ୍ୟସୂଚୀ ବିଷୟରେ ମଧ୍ୟ ଆଲୋଚନା କରିଛି ଯାହାକି,କିଛି ମାସ ପୂର୍ବରୁ ପଠାଇଥିଲେ । ସେହି କ୍ରୀଡାସୂଚୀକୁ 11 ନଭେମ୍ବର ସୁଦ୍ଧା ଘୋଷଣା କରିବାକୁ ଚାହୁଁଚି ପିସିବି '' । ପିସିବି ଆଇସିସିକୁ କହିଛି ଯେ, ସଂଶୋଧିତ ବଜେଟ ସହିତ ଏକ ବ୍ୟାକ୍ ଅପ୍ ଯୋଜନା ପୂର୍ବରୁ ହୋଇସାରିଛି । ମ୍ୟାଚଗୁଡିକର ସମ୍ଭାବ୍ୟ କାର୍ଯ୍ୟସୂଚୀ ଜାରି କରିବାରେ ବିଳମ୍ବ କରିବାର କୌଣସି ଅର୍ଥ ନାହିଁ ।

ABOUT THE AUTHOR

...view details