ଓଡିଶା

odisha

ETV Bharat / sports

ପାକିସ୍ତାନ ବିପକ୍ଷରେ ଐତିହାସିକ ଶତକ ପରେ କୋହଲିଙ୍କ ରେକର୍ଡ; ଦ୍ରୁତତମ 14000 ରନ, ସର୍ବାଧିକ କ୍ୟାଚ୍ - VIRAT KOHLI 14000 ODI RUNS

ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ଭାରତ ବନାମ ପାକିସ୍ତାନ ମ୍ୟାଚରେ କୋହଲି ଦିନିକିଆରେ ଦ୍ରୁତତମ 14 ହଜାର ରନ ସ୍କୋର କରିଛନ୍ତି ।

VIRAT KOHLI
VIRAT KOHLI (AP Photo)

By ETV Bharat Odisha Team

Published : Feb 24, 2025, 5:13 PM IST

ଦୁବାଇ:ଭାରତ ବନାମ ପାକିସ୍ତାନ ମ୍ୟାଚରେ ବିରାଟ କୋହଲି ଇତିହାସ ସୃଷ୍ଟି କରିଛନ୍ତି । କୋହଲି ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ 14,000 ରନ୍ ପୂରଣ କରିଛନ୍ତି । ଏହି ମ୍ୟାଚ୍ ପୂର୍ବରୁ 36 ବର୍ଷୀୟ କୋହଲିଙ୍କୁ ଏହି ଐତିହାସିକ ସଫଳତା ପାଇଁ 15 ରନ୍ ଆବଶ୍ୟକ ଥିଲା । ଏହାସହିତ କୋହଲି ଭାରତୀୟ କ୍ରିକେଟର ଭାବେ ସର୍ବାଧିକ କ୍ୟାଚ ଦିନିକିଆରେ ଧରିବାର ରେକର୍ଡ କରିଛନ୍ତି ।

କୋହଲିଙ୍କ ODI ରେ 14 ହଜାର ରନ୍ ପୂରଣ-

ଟିମ୍ ଇଣ୍ଡିଆ ଚେସ୍ ସମୟରେ 13 ତମ ଓଭରର ଦ୍ୱିତୀୟ ବଲରେ ଚୌକା ମାରି କୋହଲି ଏହି ସଫଳତା ହାସଲ କରିଛନ୍ତି । ସେ ତାଙ୍କର 287 ତମ ODI ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଏହାପୂର୍ବରୁ କୋହଲି 57.78 ଆଭରେଜରେ 286 ଇନିଂସରେ 13,985 ରନ୍ ସ୍କୋର କରିଥିଲେ । ଏହି ସମୟ ମଧ୍ୟରେ ତାଙ୍କର ଷ୍ଟ୍ରାଇକ୍ ହାର 93.43 ଥିଲା ।

ତେନ୍ଦୁଲକର 350 ଇନିଂସରେ ଏହି ସଫଳତା ହାସଲ କରିଥିବାବେଳେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ କୁମାରା ସାଙ୍ଗାକାରା 378 ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । କ୍ରିକେଟ୍ ଆଇକନ୍ ସଚିନ ତେନ୍ଦୁଲକର ଏବଂ ମହାନ ଶ୍ରୀଲଙ୍କାର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରାଙ୍କ ପରେ କୋହଲି ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦିନିକିଆରେ 14 ହଜାର ରନ ସ୍କୋର କରିଛନ୍ତି ।

ଏହା ବି ପଢନ୍ତୁ- ଚାମ୍ପିଅନ୍ସ ଟ୍ରଫିରେ ବିରାଟଙ୍କ ଶତକ; ୱେଡିଂ ରିଙ୍ଗକୁ କଲେ କିସ୍, ଖୁସିରେ ଝୁମିଲେ ଅନୁଷ୍କା - ANUSHKA SHARMA ON VIRAT KOHLI 100

36 ବର୍ଷୀୟ ଭେଟେରାନ କ୍ରିକେଟର କୋହଲି 13,000 ରନ୍ ସ୍କୋର କରିବାରେ ଦ୍ରୁତତମ ଖେଳାଳି ହୋଇଥିଲେ । ସେପ୍ଟେମ୍ବର 2023 ରେ ଏସିଆ କପ୍ ସମୟରେ କଲମ୍ବୋରେ ପାକିସ୍ତାନ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ । ଡାହାଣହାତୀ ବ୍ୟାଟ୍ସମ୍ୟାନ୍ 50 ଓଭର ଫର୍ମାଟରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ କରିଛନ୍ତି । ସେ ବିଶ୍ୱର ଏକମାତ୍ର କ୍ରିକେଟର ଯିଏକି 51 ଟି ODI ଶତକ ହାସଲ କରିଛନ୍ତି।

14 ହଜାର ଦିନିକିଆ ରନ୍-

ଖେଳାଳିଷ୍ଟାଡିୟମମ୍ୟାଚଇନିଂସ
ବିରାଟ କୋହଲିଦୁବାଇ298287
ସଚିନ ତେନ୍ଦୁଲକର ପେଶୱାର 359 350
କୁମାର ସାଙ୍ଗାକାରା ସିଡନୀ 402 378

କୋହଲି ଭାରତ ପାଇଁ ODI ରେ ସର୍ବାଧିକ କ୍ୟାଚ ଧରାଳୀ-

ପାକିସ୍ତାନ ପ୍ରଥମ ଇନିଂସରେ କୋହଲି ନିଜର 157ତମ କ୍ୟାଚ୍ ନେଇ ସର୍ବାଧିକ ସଂଖ୍ୟକ କ୍ୟାଚ୍ ସହ ଭାରତୀୟ ଫିଲ୍ଡର ବନିଛନ୍ତି । ମହମ୍ମଦ ଅଜହରୁଦ୍ଦିନଙ୍କ 156 ଟି କ୍ୟାଚ୍ ରେକର୍ଡ କରିଥିଲେ । ଉଭୟ ଭାରତୀୟ ଖେଳାଳି କେବଳ ଦୁଇଜଣ କ୍ରିକେଟର ଯିଏକି ଫିଲ୍ଡର ଭାବରେ ଦିନିକିଆରେ 150 କିମ୍ବା ଅଧିକ କ୍ୟାଚ୍ ନେଇଛନ୍ତି। ଡିପ୍ ମିଡଓ୍ବିକେଟରେ କୋହଲି ନିଜର 158 ତମ କ୍ୟାଚ୍ ନେଇଥିଲେ । କୋହଲି ଖୁସିଦଲ ଶାହାଙ୍କୁ ହର୍ଷିତ ରାଣାଙ୍କ ବୋଲିଂରୁ କ୍ୟାଚ କରିଥିଲେ । 1985-2000 ମଧ୍ୟରେ ଭାରତ ପାଇଁ 334 ଟି ODI ମ୍ୟାଚ୍ ରେ ଅଜହରୁଦ୍ଦିନ 156 ଟି କ୍ୟାଚ୍ ନେଇଥିଲେ ।

ସମସ୍ତ ଫର୍ମାଟରେ ଭାରତୀୟ କ୍ରିକେଟର ଭାବେ ସର୍ବାଧିକ କ୍ୟାଚ

  • ରାହୁଲ ଦ୍ରାବିଡ 504 333
  • ବିରାଟ କୋହିଲ 547 * 333
  • ମହମ୍ମଦ ଅଜରୁଦ୍ଦିନ 433 261
  • ସଚିନ ତେନ୍ଦୁଲକର 664 256
  • ରୋହିତ ଶର୍ମା 496 * 229

ABOUT THE AUTHOR

...view details