ହାଇଦ୍ରାବାଦ: ରାତି ପାହିଲେ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି 2025 । ଆଇସିସିର ଏହି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି କ୍ରୀଡାପ୍ରେମୀ । ଏହାରି ମଧ୍ୟରେ ଭାରତୀୟ ଖେଳାଳି ଦୁବାଇରେ ପହଞ୍ଚି ସାରିଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ନୂଆ ଜର୍ସିରେ ଫଟୋ ସୁଟ କରିଛନ୍ତି । ଭାରତୀୟ ଦଳର ଜର୍ସିରେ ରହିଛି ପାକିସ୍ତାନର ନାମ । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଭାରତୀୟ କ୍ରିକେଟ ଦଳର ଫଟୋସୁଟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଜର୍ସିରେ ଅନ୍ୟ ଦେଶର ନାମ, ICC ନିୟମ କ’ଣ ?
ICCର ନିୟମ ଅନୁସାରେ, ଯେଉଁ ଦେଶ ICCର ଇଭେଣ୍ଟ ଆୟୋଜନ କରିବ ସେହି ଦେଶର ନାମ ସେହି ଟୁର୍ଣ୍ଣାମେଣ୍ଟର ଜର୍ସିରେ ଲୋଗୋ ସହିତ ଲେଖାଯାଇଥାଏ। କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ପାକିସ୍ତାନର ନାମ ଥିବା ଜର୍ସି ଭାରତୀୟ ଦଳର ଖେଳାଳି ପିନ୍ଧିବେ ନାହିଁ, ଏହି ରିପୋର୍ଟକୁ ବିସିସିଆଇ ଖାରଜ କରିଦେଇ ଟିମ୍ ଇଣ୍ଡିଆ ICCର ସମସ୍ତ ନିୟମ ପାଳନ କରିବ ହୋଲି କୁହାଯାଇଥିଲା।
ଏହା ମଧ୍ୟ ପଢନ୍ତୁ-ଆଇସିସି ଚାମ୍ପିଆନ୍ସ ଟ୍ରଫି 2025: ତ୍ରିରଙ୍ଗାକୁ ଡରିଲା ପାକିସ୍ତାନ ! କରାଚି ଷ୍ଟାଡିୟମରେ ଭାରତୀୟ ପତାକା ନିଖୋଜ - CHAMPIONS TROPHY 2025
ଏହା ମଧ୍ୟ ପଢନ୍ତୁ-ଚାମ୍ପିଆନ୍ସ ଟ୍ରଫି ପୂର୍ବରୁ ଭାରତକୁ ବଡ ଝଟକା, ଆହତ ହେଲେ ଷ୍ଟାର ଖେଳାଳି - CHAMPIONS TROPHY 2025
ପାକିସ୍ତାନର ଷ୍ଟାଡିୟମରେ ନାହିଁ ଭାରତୀୟ ପତାକା, କାରଣ କହିଲା PCB:
ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେବାକୁ ଥିବା 8 ଦଳ ମଧ୍ୟରୁ 7ଟି ଦଳର ପତାକା ପାକିସ୍ତାନ ଷ୍ଟାଡିୟମରେ ଲାଗିଛି । କିନ୍ତୁ ଭାରତର ଜାତୀୟ ପତାକା ଲାଗିନଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କହିଛି ଯେ, ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରୁଥିବା ଦେଶଗୁଡ଼ିକର ପତାକା ଷ୍ଟାଡିୟମରେ ଲଗାଯାଇଛି, ଅନ୍ୟ ସ୍ଥାନରେ ଖେଳିବାକୁ ଚାହୁଁଥିବା ଦେଶର ପତାକା ନୁହେଁ। ଏ ବିଷୟରେ ICC ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବୟାନ ଆସିନାହିଁ।
28 ବର୍ଷ ପରେ ଆଇସିସି ଇଭେଣ୍ଟ ଆୟୋଜନ କରୁଛି ପାକିସ୍ତାନ:
୧୯୯୬ ବିଶ୍ୱକପରେ ପାକିସ୍ତାନ ସହ ଆୟୋଜକ ରହିଥିଲା । ଏହା ପରେ ଚଳିତ ଥର ପ୍ରଥମ ଥର ପାଇଁ ICC ଇଭେଣ୍ଟ ଆୟୋଜନ କରୁଛି। 28 ବର୍ଷ ପରେ ଆଇସିସି ଇଭେଣ୍ଟ ଆୟୋଜନ କରୁଛି ପାକ । ଚାମ୍ପିଅନ୍ସ ଟ୍ରଫି ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଭାରତର ଅଭିଯାନ 20 ତାରିଖରୁ ଆରମ୍ଭ ହେବ ।