ଓଡିଶା

odisha

ETV Bharat / sports

ଚାମ୍ପିୟନ୍ସ ଟ୍ରଫି ନେଇ ବଡ଼ ଅପଡେଟ, ପାକିସ୍ତାନରୁ ସ୍ଥାନାନ୍ତରିତ ହେବ କି ଟୁର୍ଣ୍ଣାମେଣ୍ଟ ? - CHAMPIONS TROPHY 2025

ଚାମ୍ପିୟନ୍ସ ଟ୍ରଫିକୁ ନେଇ ପିସିବିର ପ୍ରସ୍ତୁତି ଉପରେ ଚିନ୍ତା ପ୍ରକଟ କଲା ଆଇସିସି । ମ୍ୟାଚ ହେବାକୁ ଥିବା ଷ୍ଟାଡିୟମ ନବୀକରଣ କାର୍ଯ୍ୟ ଶେଷ ହୋଇନାହିଁ ।

Champions Trophy 2025
Champions Trophy 2025 ((IANS))

By ETV Bharat Odisha Team

Published : Jan 9, 2025, 10:40 AM IST

ନୂଆଦିଲ୍ଲୀ:ଆସନ୍ତା ଫେବୃଆରୀ ମାସରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି 2025 । କିନ୍ତୁ ପାକିସ୍ତାନରେ ମ୍ୟାଚ ହେବାକୁ ଥିବା ଷ୍ଟାଡିୟମ ଗୁଡିକ ଏବେ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ଅଧିପନ୍ତରିଆ ହୋଇ ପଡିରହିଛି ଉନ୍ନତିକରଣ କାର୍ଯ୍ୟ । ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ କିର୍କେଟ ବୋର୍ଡ (PCB)ର ପ୍ରସ୍ତୁତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଯାହା ଫଳରେ ମ୍ୟାଚ କିପରି ଖେଳାଯିବ ସେନେଇ ଚିନ୍ତା ବଢିଛି ।

ଅନ୍ୟ ଦେଶକୁ ସ୍ଥାନାନ୍ତର ହୋଇପାରେ ଚାମ୍ପିୟନ୍ସ ଟ୍ରଫି:

ଭାରତ ପାକିସ୍ତାନ ଯିବାକୁ ମନା କରିବା ପରେ ହ୍ରାଇବ୍ରିଡ ମଡେଲରେ ମ୍ୟାଚ ଖେଳାଯିବା ନେଇ ନିଷ୍ପତ୍ତି ହୋଇଛି । ଆଇସିସିର ଏହି ନିଷ୍ପତ୍ତି ଉପରେ ପିସିବି ରାଜି ହେବା ପରେ ଖେଳସୂଚୀ ପ୍ରକାଶ ପାଇଥିଲା । ICC ଏହି ଟୁର୍ଣ୍ଣାମେଣ୍ଟକୁ ସମ୍ପୂର୍ଣ୍ଣ ଭାବରେ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବାକୁ ବିଚାର କରୁଥିବା କୁହାଯାଉଛି । ଏହାର ସବୁଠାରୁ ବଡ଼ କାରଣ କୁହାଯାଉଛି ଯେ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ।

ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି:

ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ ଗଦ୍ଦାଫି, ଲାହୋର ଏବଂ କରାଚୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ICC ପୂର୍ବରୁ ଏହି ଷ୍ଟାଡିୟମଗୁଡ଼ିକର ନବୀକରଣ ପାଇଁ PCBକୁ ଆର୍ଥିକ ପ୍ରୋତ୍ସାହନ ଦେଇସାରିଛି ଏବଂ ଏହି ସମସ୍ତ କାର୍ଯ୍ୟ ଡିସେମ୍ବର 2024 ସୁଦ୍ଧା ସମାପ୍ତ ହେବାର ଥିଲା, କିନ୍ତୁ ସମୟ ବିତିଯାଇଥିଲେ ମଧ୍ୟ ଷ୍ଟାଡିୟମ ଗୁଡ଼ିକରେ ଅନେକ କାମ ଏବେ ବି ବାକି ରହିଥିବା ଜଣାପଡିଛି । ଷ୍ଟାଡିୟମ ସିଟ୍ ନବୀକରଣ, ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା, ଖେଳାଳିଙ୍କ ଡ୍ରେସିଂ ରୁମର ନବୀକରଣ ଏବଂ ଅନ୍ୟାନ୍ୟ ସୁବିଧା ଭଳି ଅନେକ କାମ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଷ୍ଟାଡିୟମଗୁଡ଼ିକର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ-2025ରେ ବ୍ୟସ୍ତ ରହିବ ଟିମ୍‌ ଇଣ୍ଡିଆ, ଗୋଟିଏ କ୍ଲିକରେ ପଢନ୍ତୁ ପୁରା କ୍ରୀଡାସୂଚୀ - TEAM INDIA SCHEDULE 2025

ଷ୍ଟାଡିୟମ ନବୀକରଣରେ ବିଳମ୍ବ:

ଫେବୃଆରୀ ୧୨ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବାର ସମ୍ଭାବନା ରହିଛି ଏବଂ ଷ୍ଟାଡିୟମକୁ ଆଇସିସିକୁ ହସ୍ତାନ୍ତର କରାଯିବ । କିନ୍ତୁ ଆଇସିସି ପିସିବିର କାର୍ଯ୍ୟରେ ସନ୍ତୁଷ୍ଟ ନୁହେଁ ଏବଂ ନବୀକରଣରେ ବିଳମ୍ବ ହେତୁ ଟୁର୍ଣ୍ଣାମେଣ୍ଟକୁ ପାକିସ୍ତାନ ବାହାରକୁ ସ୍ଥାନାନ୍ତର କରିବାକୁ ବିଚାର କରୁଛି । ଏହି ନବୀକରଣ କାର୍ଯ୍ୟଗୁଡ଼ିକର ଯାଞ୍ଚ କରିବା ପାଇଁ ICCର ଏକ ଟିମ୍‌ ଖୁବ୍ ଶୀଘ୍ର ପାକିସ୍ତାନ ଗସ୍ତ କରିବ । ଏହା ପରେ ହିଁ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯିବ ।

ଏମିତି କହିଲି ପିସିବି:

ପାକିସ୍ତାନ କ୍ରିକେଟ୍ ବୋର୍ଡ ଷ୍ଟାଡିୟମଗୁଡ଼ିକ ପ୍ରସ୍ତୁତ ନେଇ ହେଉଥିବା ଚର୍ଚ୍ଚା ଗୁଜବ ବୋଲି କହିଛି । ଲାହୋର, କରାଚୀ ଏବଂ ରାୱଲପିଣ୍ଡି - ତିନୋଟି ସ୍ଥାନର ନବୀକରଣ କାର୍ଯ୍ୟ ଧାର୍ଯ୍ୟ ସମୟ ଅନୁସାରେ ଶେଷ ହେବ । ପିସିବି ଏକ ବିବୃତ୍ତିରେ କହିଛି ଯେ, ବୁଧବାର ସକାଳେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ବୋର୍ଡ ନିର୍ଦ୍ଧାରିତ ସମୟ ମଧ୍ୟରେ ନବୀକରଣ କାର୍ଯ୍ୟ ସରିବ ନା ନାହିଁ ତାହା ଅସ୍ପଷ୍ଟ । ଏହା ପରେ, ପିସିବି "ପ୍ରଶଂସକ, ଦର୍ଶକ ଏବଂ ଗଣମାଧ୍ୟମକୁ ଆଶ୍ୱସ୍ତ କରିଛି ଯେ ସମସ୍ତ କାର୍ଯ୍ୟ ଚାଲିଛି ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ କିମ୍ବା ପୂର୍ବରୁ ଶେଷ ହେବ ।

ପିସିବି ଆହୁରି ମଧ୍ୟ କହିଛି ଯେ, ସମସ୍ତ ସ୍ଥାନଗୁଡ଼ିକ ଆଇସିସି ଚାମ୍ପିୟନ୍ସ ଟ୍ରଫି 2025 ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବା ପାଇଁ ପ୍ରସ୍ତୁତ । ଜାନୁଆରୀ 25 ତାରିଖରେ ସମସ୍ତ କାର୍ଯ୍ୟ ଶେଷ ହେବ, 250 ରୁ ଅଧିକ କର୍ମଚାରୀ ଦିନରାତି କାମ କରୁଛନ୍ତି । ପିସିବି ନିଶ୍ଚିତ କରିଛି ଯେ, ନବୀକରଣ ପ୍ରଶଂସକଙ୍କୁ ଭଲ ଅଭିଜ୍ଞତା ଦେବ ଏବଂ ଏକ ପ୍ରମୁଖ କ୍ରିକେଟ ଗନ୍ତବ୍ୟସ୍ଥଳ ଭାବରେ ପାକିସ୍ତାନର ଖ୍ୟାତି ଅର୍ଜନ କରିବ ।

ଆଇସିସି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ପିସିବି କରାଚୀ, ଲାହୋର ଏବଂ ରାୱଲପିଣ୍ଡିରେ ଥିବା ଷ୍ଟାଡିୟମଗୁଡ଼ିକର ନବୀକରଣ ପାଇଁ ୧୭ ବିଲିୟନ ଟଙ୍କା ବ୍ୟୟବରାଦ କରିଥିଲା । ୧୯୯୬ ବିଶ୍ୱକପ୍ ପରେ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଯାଉଛି ପ୍ରଥମ ବଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।

ABOUT THE AUTHOR

...view details