ରାୱଲପିଣ୍ଡି: ଚାମ୍ପିଅନ୍ସ ଟ୍ରଫିର ସେମି ରେସରୁ ପାକିସ୍ତାନ ଓ ବାଂଲାଦେଶ ବିଦା । ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ବାଂଲାଦେଶ ହରାଇବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ବାଂଲାଦେଶରୁ 5 ଓ୍ବିକେଟରେ ପରାସ୍ତ କରିଛି ନ୍ଯୁଜିଲାଣ୍ଡ । ରଚିନ ରବିନ୍ଦ୍ରଙ୍କ ଶତକୀୟ ଇଂନିସ ବଳରେ 23 ବଲ ବାକି ଥାଇ ଦଳ ବିଜୟୀ ହୋଇ ସେମିରେ ପହଞ୍ଚିଛି । 105 ବଲରେ 112 ରନ କରିଛନ୍ତି ରଚିନ । ଏଥିରେ 12ଟି ଚୌକା ଓ ଗୋଟିଏ ଛକା ରହିଛି । ଗ୍ରୁପ 'ଏ'ରୁ ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହଞ୍ଚିଛନ୍ତି ।
ସେମିରୁ ବାଦ୍ ବାଂଲାଦେଶ ଓ ପାକିସ୍ତାନ:
ବାଂଲାଦେଶ ଆଜିର ମ୍ୟାଚ ହାରିବା ପରେ ସେମିରୁ ବାଦ ପଡିଛି । କାହିଁକିନା ବର୍ତ୍ତମାନ ପର୍ଯ୍ୟନ୍ତ 2ଟି ମ୍ୟାଚ ଖେଳି ପରାଜିତ ହୋଇ ଗୋଟିଏ ବି ପଏଣ୍ଟ ପାଇ ନାହିଁ । ହାତରେ ଆଉ ଗୋଟିଏ ମ୍ୟାଚ ବାକିଥିଲେ ବି ସେମିରେ ପହଞ୍ଚି ପାରିବ ନାହିଁ ବାଂଲାଦେଶ । ଭାରତ ଠାରୁ ପ୍ରଥମ ମ୍ୟାଚ ହାରିଥିଲା ଦଳ । ସେହିପରି ପାକିସ୍ତାନର ମଧ୍ୟ ସମାନ ସ୍ଥିତି । 2ଟି ମ୍ୟାଚରୁ ଦଳ ଗୋଟିଏରେ ବିଜୟୀ ହୋଇପାରିନାହିଁ । ଫଳରେ ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ସମର୍ଥ ନହୋଇ ସେମିରୁ ବାଦ ପଡିଛି । ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହଞ୍ଚିଛନ୍ତି ।
ନ୍ୟୁଜିଲାଣ୍ଡର ଘାତକ ବୋଲିଂ:
ପାକିସ୍ତାନର ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଆଜି ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ବାଂଲାଦେଶକୁ ନିମନ୍ତ୍ରଣ କରିଥିଲା ନ୍ୟୁଜିଲାଣ୍ଡ । 50 ଓଭରରେ ଦଳ 9ଟି ଓ୍ବିକେଟ ହରାଇ 236 ରନ କରିଥିଲା । ବାଂଲାଦେଶ ପାଇଁ ବିପଦ ସାଜିଥିଲେ ବିପକ୍ଷ ଦଳର ବୋଲର ମାଇକେଲ ବ୍ରେସଓ୍ବେଲ । ସେ ଘାତକ ବୋଲିଂ କରି ସର୍ବାଧିକ 4ଟି ଓ୍ବିକେଟ ନେଇଥିଲେ । ନାଜମୁଲ ହୋସେନ ସର୍ବାଧିକ 77 ରନ କରିଥିବା ବେଳେ ଜାକର ଅଲି 45 ଓ ରିସଦ ହୁସେନ 26 ରନ କରିଥିଲେ ।